ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ ଧରି କୋଭିଡ୍‌ ବିରୋଧୀ ଯୁଦ୍ଧରେ ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ମୁଖ୍ୟ ଅସ୍ତ୍ର ସାଜିଆସିଥିଲା। ହେଲେ ଟିକା ଆସିବା ପରେ ଏହା ଏକପ୍ରକାର ଆଶ୍ୱସ୍ତି ଦେଇଥିଲା। କିନ୍ତୁ ଟିକାକରଣକୁ ୪ ମାସ ପୂରିବାକୁ ବସିଥିଲେ ହେଁ କରୋନା ଯୋଦ୍ଧାଙ୍କ ବ୍ୟତୀତ ଜନସାଧାରଣ ସେପରି ଉପକୃତ ହୋଇପାରି ନାହାନ୍ତି। ବୟସ୍କମାନଙ୍କ ପ୍ରଥମ ଡୋଜ୍‌ ଶେଷ ହୋଇ ନ ଥିବାବେଳେ ରାଜ୍ୟ ସରକାର ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଦେଲେ। ଏଥିପାଇଁ ସ୍ଲଟ୍‌ ବୁକିଂ କରିବାକୁ ପରାମର୍ଶ ମଧ୍ୟ ଦେଲେ। କିନ୍ତୁ ଅନୁଗୋଳ ଜିଲାର ଯୁବଗୋଷ୍ଠୀ ପୋର୍ଟାଲ ଖୋଲି ବସୁଥିଲେ ହେଁ ସ୍ଲଟ୍‌ ବୁକିଂରେ ଅନୁଗୋଳର ନାଁ ଆସୁନାହିଁ। ଜିଲାରେ କରୋନା ସଂକ୍ରମଣ ଗମ୍ଭୀର ସ୍ଥିତିରେ ପହଞ୍ଚିଥିବାରୁ ସଞ୍ଜୀବନୀ ପାଇଁ ଅପେକ୍ଷା କରିଥିବା ଯୁବପିଢ଼ି ହତାଶ ହୋଇପଡ଼ିଛନ୍ତି।
ମେ ୧ ତାରିଖରୁ ଯୁବ ବର୍ଗଙ୍କୁ ମାଗଣାରେ ଟିକା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଘୋଷଣା ସମସ୍ତଙ୍କ ପାଇଁ ଆଶ୍ୱାସନା ପାଲଟିଥିଲା। ଶୀଘ୍ର ଟିକା ମିଳିଯିବ ବୋଲି ଅନୁଗୋଳ ଜିଲାର ଲକ୍ଷାଧିକ ଯୁବତୀଯୁବକ ଆଶାବାଦୀ ହୋଇପଡ଼ିଥିଲେ। ଏପ୍ରିଲ ଶେଷ ସପ୍ତାହରୁ ଏଥିପାଇଁ ପଞ୍ଜୀକରଣ କରିବାକୁ ହେବ ବୋଲି ସରକାର କହିବା ପରେ ସେମାନେ ସ୍ଲଟ୍‌ ବୁକିଂ ପାଇଁ ପୋର୍ଟାଲ ସର୍ଚ୍ଚ କରିବା ଆରମ୍ଭ କରିଥିଲେ। ହେଲେ ଯୁବପିଢ଼ିଙ୍କ ଟିକାଦାନ ପ୍ରକ୍ରିୟାକୁ ଇତିମଧ୍ୟରେ ୧୪ ଦିନ ପୂରଣ ହୋଇଯାଇଥିଲେ ମଧ୍ୟ ଅନୁଗୋଳ ଜିଲା ପାଇଁ ସ୍ଲଟ୍‌ ମିଳୁନାହିଁ। ରାଜ୍ୟର ମାତ୍ର ୫ଟି ଜିଲାରେ ଯୁବ ଗୋଷ୍ଠୀଙ୍କୁ ଟିକା ପ୍ରଦାନର ସୁଯୋଗ ଥିବାରୁ ସେଠାରେ କାର୍ଯ୍ୟରତ ଅନୁଗୋଳ ଜିଲାର କେତେଜଣ ଯୁବତୀ ଯୁବକ ଟିକା ନେବାର ଯାହା ସାମାନ୍ୟ ସୁଯୋଗ ପାଇପାରିଛନ୍ତି। କିନ୍ତୁ ଜିଲାର ଯୁବପିଢ଼ିଙ୍କ ପାଇଁ ସେହି ସୁଯୋଗ ଏଯାଏ ସରକାରଙ୍କ ପକ୍ଷରୁ ଦିଆଯାଇ ନାହିଁ। ଏପରିସ୍ଥଳେ କରୋନା ସଂକ୍ରମଣର ଦ୍ରୁତଗତିକୁ ନେଇ ସେମାନେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨ ଦିନ ଧରି ଜିଲାରୁ ଦୈନିକ ୬ଶହରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେବା ଓ ଲଗାତର ମୃତ୍ୟୁ ସଂଖ୍ୟା ବଢ଼ିବା ଯୁବଗୋଷ୍ଠୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଜିଲାର ଯୁବତୀ ଯୁବକଙ୍କୁ ଶୀଘ୍ର ଟିକାକରଣରେ ସାମିଲ କରା ନ ଗଲେ ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍‌ ଲଗାଯିବା ସମ୍ଭବ ହୋଇ ନ ପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାରଙ୍କ ନିକଟରୁ ନିର୍ଦ୍ଦେଶନାମା ଆସି ନ ଥିବାରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇପାରୁ ନାହିଁ।

ଯୁବଗୋଷ୍ଠୀ ସୁରକ୍ଷିତ ମଣୁନାହାନ୍ତି
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଯେପରି ବଢ଼ୁଛି ଏହାକୁ ନେଇ ଯୁବଗୋଷ୍ଠୀ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଶୀଘ୍ର ସେମାନଙ୍କୁ ଟିକା ପ୍ରଦାନ କରାଗଲେ ଜୀବନ ପ୍ରତି ବିପଦ ଆଶଙ୍କା କମିଯାଆନ୍ତା। ହେଲେ ସ୍ଲଟ ମିଳୁ ନ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।
-ସୁନୀଲ କୁମାର ଦାସ, ଅନୁଗୋଳ
ସ୍ଥିତି ଦେଖି ଭୟ ଲାଗିଲାଣି
ଏହି ମହାମାରୀ କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ହେଲେ ଟିକା ନିହାତି ଜରୁରୀ। ସରକାର ଏ ନେଇ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ ହେଁ ଟିକା ମହଜୁଦ ନାହିଁ। ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ବୟସ୍କମାନେ ଫେରୁଥିବାବେଳେ ଯୁବଗୋଷ୍ଠୀଙ୍କ କଥା ବିଚାରକୁ ନିଆଯାଉ ନାହିଁ। ସଂକ୍ରମଣ ସ୍ଥିତି ଦେଖି ଭୟ ଲାଗିଲାଣି।
-ହ୍ରିତିକା ମିଶ୍ର, ଅନୁଗୋଳ
ଜୀବନ ପାଇଁ ସଞ୍ଜୀବନୀ ଆବଶ୍ୟକ
କରୋନାର ପ୍ରଥମ ଲହର ଯେତିକି ଭୟଭୀତ କରି ନ ଥିଲା, ଦ୍ୱିତୀୟ ଲହର ଜୀବନ ପ୍ରତି ସେତିକି ବିପଦ ଆଶଙ୍କା ବଢ଼ାଇ ଦେଉଛି। ଜିଲାରୁ ଦୈନିକ ଏକାଧିକ ଲୋକଙ୍କ ଜୀବନ ଯାଉଛି। ତେଣୁ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀର ଆବଶ୍ୟକତା ରହିଛି। ଯୁବଗୋଷ୍ଠୀଙ୍କୁ ଯଥାଶୀଘ୍ର ଟିକା ପ୍ରଦାନ ବ୍ୟବସ୍ଥା କରାଯିବା ଦରକାର।
-କାଞ୍ଚନ ସିଂହ, ଅନୁଗୋଳ
ତୁରନ୍ତ ପଦକ୍ଷେପ ନିଆଯାଉ
କରୋନା ମହାମାରୀରେ ଅନୁଗୋଳ ଜିଲା ସମୂର୍ଣ୍ଣ ଭାବେ ପ୍ରଭାବିତ। ଦୈନିକ ସଂକ୍ରମଣରେ ଏହା ନୂଆ ନୂଆ ରେକର୍ଡ କରୁଛି। ହେଲେ ଆବଶ୍ୟକତା ଅନୁଯାୟୀ ଟିକାକରଣ ହୋଇପାରୁ ନାହିଁ। ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ଟିକାଦାନ ଆରମ୍ଭ ହୋଇପାରୁ ନାହିଁ। ଏ ନେଇ ସରକାରଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ।
-ଶାଶ୍ୱତୀ ପାଣିଗ୍ରାହୀ, ଅନୁଗୋଳ
ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନାହିଁ
୧୮ରୁ ୪୪ ବର୍ଷର ଯବଗୋଷ୍ଠୀଙ୍କୁ ଟିକାଦାନ ପାଇଁ ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନାହିଁ। ଏହି ନିର୍ଦ୍ଦେଶନାମା ଆସିବା ପରେ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଏବେ ୫ଟି ଜିଲାରେ ଯୁବଗୋଷ୍ଠୀଙ୍କୁ ଟିକା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଅନୁଗୋଳ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯିବ।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ)


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri