ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ ଧରି କୋଭିଡ୍‌ ବିରୋଧୀ ଯୁଦ୍ଧରେ ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ମୁଖ୍ୟ ଅସ୍ତ୍ର ସାଜିଆସିଥିଲା। ହେଲେ ଟିକା ଆସିବା ପରେ ଏହା ଏକପ୍ରକାର ଆଶ୍ୱସ୍ତି ଦେଇଥିଲା। କିନ୍ତୁ ଟିକାକରଣକୁ ୪ ମାସ ପୂରିବାକୁ ବସିଥିଲେ ହେଁ କରୋନା ଯୋଦ୍ଧାଙ୍କ ବ୍ୟତୀତ ଜନସାଧାରଣ ସେପରି ଉପକୃତ ହୋଇପାରି ନାହାନ୍ତି। ବୟସ୍କମାନଙ୍କ ପ୍ରଥମ ଡୋଜ୍‌ ଶେଷ ହୋଇ ନ ଥିବାବେଳେ ରାଜ୍ୟ ସରକାର ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଦେଲେ। ଏଥିପାଇଁ ସ୍ଲଟ୍‌ ବୁକିଂ କରିବାକୁ ପରାମର୍ଶ ମଧ୍ୟ ଦେଲେ। କିନ୍ତୁ ଅନୁଗୋଳ ଜିଲାର ଯୁବଗୋଷ୍ଠୀ ପୋର୍ଟାଲ ଖୋଲି ବସୁଥିଲେ ହେଁ ସ୍ଲଟ୍‌ ବୁକିଂରେ ଅନୁଗୋଳର ନାଁ ଆସୁନାହିଁ। ଜିଲାରେ କରୋନା ସଂକ୍ରମଣ ଗମ୍ଭୀର ସ୍ଥିତିରେ ପହଞ୍ଚିଥିବାରୁ ସଞ୍ଜୀବନୀ ପାଇଁ ଅପେକ୍ଷା କରିଥିବା ଯୁବପିଢ଼ି ହତାଶ ହୋଇପଡ଼ିଛନ୍ତି।
ମେ ୧ ତାରିଖରୁ ଯୁବ ବର୍ଗଙ୍କୁ ମାଗଣାରେ ଟିକା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଘୋଷଣା ସମସ୍ତଙ୍କ ପାଇଁ ଆଶ୍ୱାସନା ପାଲଟିଥିଲା। ଶୀଘ୍ର ଟିକା ମିଳିଯିବ ବୋଲି ଅନୁଗୋଳ ଜିଲାର ଲକ୍ଷାଧିକ ଯୁବତୀଯୁବକ ଆଶାବାଦୀ ହୋଇପଡ଼ିଥିଲେ। ଏପ୍ରିଲ ଶେଷ ସପ୍ତାହରୁ ଏଥିପାଇଁ ପଞ୍ଜୀକରଣ କରିବାକୁ ହେବ ବୋଲି ସରକାର କହିବା ପରେ ସେମାନେ ସ୍ଲଟ୍‌ ବୁକିଂ ପାଇଁ ପୋର୍ଟାଲ ସର୍ଚ୍ଚ କରିବା ଆରମ୍ଭ କରିଥିଲେ। ହେଲେ ଯୁବପିଢ଼ିଙ୍କ ଟିକାଦାନ ପ୍ରକ୍ରିୟାକୁ ଇତିମଧ୍ୟରେ ୧୪ ଦିନ ପୂରଣ ହୋଇଯାଇଥିଲେ ମଧ୍ୟ ଅନୁଗୋଳ ଜିଲା ପାଇଁ ସ୍ଲଟ୍‌ ମିଳୁନାହିଁ। ରାଜ୍ୟର ମାତ୍ର ୫ଟି ଜିଲାରେ ଯୁବ ଗୋଷ୍ଠୀଙ୍କୁ ଟିକା ପ୍ରଦାନର ସୁଯୋଗ ଥିବାରୁ ସେଠାରେ କାର୍ଯ୍ୟରତ ଅନୁଗୋଳ ଜିଲାର କେତେଜଣ ଯୁବତୀ ଯୁବକ ଟିକା ନେବାର ଯାହା ସାମାନ୍ୟ ସୁଯୋଗ ପାଇପାରିଛନ୍ତି। କିନ୍ତୁ ଜିଲାର ଯୁବପିଢ଼ିଙ୍କ ପାଇଁ ସେହି ସୁଯୋଗ ଏଯାଏ ସରକାରଙ୍କ ପକ୍ଷରୁ ଦିଆଯାଇ ନାହିଁ। ଏପରିସ୍ଥଳେ କରୋନା ସଂକ୍ରମଣର ଦ୍ରୁତଗତିକୁ ନେଇ ସେମାନେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨ ଦିନ ଧରି ଜିଲାରୁ ଦୈନିକ ୬ଶହରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେବା ଓ ଲଗାତର ମୃତ୍ୟୁ ସଂଖ୍ୟା ବଢ଼ିବା ଯୁବଗୋଷ୍ଠୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଜିଲାର ଯୁବତୀ ଯୁବକଙ୍କୁ ଶୀଘ୍ର ଟିକାକରଣରେ ସାମିଲ କରା ନ ଗଲେ ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍‌ ଲଗାଯିବା ସମ୍ଭବ ହୋଇ ନ ପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାରଙ୍କ ନିକଟରୁ ନିର୍ଦ୍ଦେଶନାମା ଆସି ନ ଥିବାରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇପାରୁ ନାହିଁ।

ଯୁବଗୋଷ୍ଠୀ ସୁରକ୍ଷିତ ମଣୁନାହାନ୍ତି
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଯେପରି ବଢ଼ୁଛି ଏହାକୁ ନେଇ ଯୁବଗୋଷ୍ଠୀ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଶୀଘ୍ର ସେମାନଙ୍କୁ ଟିକା ପ୍ରଦାନ କରାଗଲେ ଜୀବନ ପ୍ରତି ବିପଦ ଆଶଙ୍କା କମିଯାଆନ୍ତା। ହେଲେ ସ୍ଲଟ ମିଳୁ ନ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।
-ସୁନୀଲ କୁମାର ଦାସ, ଅନୁଗୋଳ
ସ୍ଥିତି ଦେଖି ଭୟ ଲାଗିଲାଣି
ଏହି ମହାମାରୀ କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ହେଲେ ଟିକା ନିହାତି ଜରୁରୀ। ସରକାର ଏ ନେଇ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ ହେଁ ଟିକା ମହଜୁଦ ନାହିଁ। ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ବୟସ୍କମାନେ ଫେରୁଥିବାବେଳେ ଯୁବଗୋଷ୍ଠୀଙ୍କ କଥା ବିଚାରକୁ ନିଆଯାଉ ନାହିଁ। ସଂକ୍ରମଣ ସ୍ଥିତି ଦେଖି ଭୟ ଲାଗିଲାଣି।
-ହ୍ରିତିକା ମିଶ୍ର, ଅନୁଗୋଳ
ଜୀବନ ପାଇଁ ସଞ୍ଜୀବନୀ ଆବଶ୍ୟକ
କରୋନାର ପ୍ରଥମ ଲହର ଯେତିକି ଭୟଭୀତ କରି ନ ଥିଲା, ଦ୍ୱିତୀୟ ଲହର ଜୀବନ ପ୍ରତି ସେତିକି ବିପଦ ଆଶଙ୍କା ବଢ଼ାଇ ଦେଉଛି। ଜିଲାରୁ ଦୈନିକ ଏକାଧିକ ଲୋକଙ୍କ ଜୀବନ ଯାଉଛି। ତେଣୁ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀର ଆବଶ୍ୟକତା ରହିଛି। ଯୁବଗୋଷ୍ଠୀଙ୍କୁ ଯଥାଶୀଘ୍ର ଟିକା ପ୍ରଦାନ ବ୍ୟବସ୍ଥା କରାଯିବା ଦରକାର।
-କାଞ୍ଚନ ସିଂହ, ଅନୁଗୋଳ
ତୁରନ୍ତ ପଦକ୍ଷେପ ନିଆଯାଉ
କରୋନା ମହାମାରୀରେ ଅନୁଗୋଳ ଜିଲା ସମୂର୍ଣ୍ଣ ଭାବେ ପ୍ରଭାବିତ। ଦୈନିକ ସଂକ୍ରମଣରେ ଏହା ନୂଆ ନୂଆ ରେକର୍ଡ କରୁଛି। ହେଲେ ଆବଶ୍ୟକତା ଅନୁଯାୟୀ ଟିକାକରଣ ହୋଇପାରୁ ନାହିଁ। ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ଟିକାଦାନ ଆରମ୍ଭ ହୋଇପାରୁ ନାହିଁ। ଏ ନେଇ ସରକାରଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ।
-ଶାଶ୍ୱତୀ ପାଣିଗ୍ରାହୀ, ଅନୁଗୋଳ
ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନାହିଁ
୧୮ରୁ ୪୪ ବର୍ଷର ଯବଗୋଷ୍ଠୀଙ୍କୁ ଟିକାଦାନ ପାଇଁ ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନାହିଁ। ଏହି ନିର୍ଦ୍ଦେଶନାମା ଆସିବା ପରେ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଏବେ ୫ଟି ଜିଲାରେ ଯୁବଗୋଷ୍ଠୀଙ୍କୁ ଟିକା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଅନୁଗୋଳ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯିବ।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ)


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri