ପାଣି ପାଇଁ ଯିିବାକୁ ପଡୁଛି ୨ କି.ମି.

ଖଡ଼ିଆଳ,୧।୪: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ଖଡିଆଳ ବ୍ଲକଠାରୁ ଏହି ଗ୍ରାମ ୧୦ କି.ମି. ଦୂର। ଗାଁରେ ୩ରୁ ୪ଟି ନଳକୂପ ରହିଛି। ନଳକୂପରେ ମାତ୍ରାଧିକ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୁକ୍ତ ହେଉନାହିଁ। ଏପରି ସ୍ଥଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ବ୍ୟବସ୍ଥା କରାଯାଇଥିଲା। ପାନୀୟ ଜଳ ବ୍ୟବହାର କରି ଅନେକ ଲୋକଙ୍କ ପେଟ ଦରଜ ହେବା ସହିତ କିଡ୍‌ନୀ ରୋଗରେ ଶିକାର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଫଳରେ ଗ୍ରାମବାସୀ ବାଧ୍ୟହୋଇ ୨ କି.ମି. ଦୂର ଅର୍ଜୁନ ନଦୀରୁ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଗ୍ରୀଷ୍ମ ମାସ ଆରମ୍ଭ ହୋଇଥିବାରୁ ନଦୀର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଫଳରେ ପାଣି ସଂଗ୍ରହ କଷ୍ଟକର ସାଧ୍ୟ ହୋଇପଡିଛି। ଏନେଇ ଗ୍ରାମବାସୀ ଅନେକ ଥର ଜିଲା ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି । ପାନୀୟ ଜଳ ସଙ୍କଟ ଦୂର ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଭୁଲିଆସିକୁଆଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।