ନାହିଁ ଅଧିକାର, ନାହିଁ ସ୍ବାଭିମାନ

ପ୍ରଭାତ କୁମାର ଦାସ

ଆମ ରାଜ୍ୟ ସୀମାକୁ ଲାଗି ତିନୋଟି ଛୋଟ ରାଜ୍ୟ, ମାତ୍ର କେତେବର୍ଷ ପୂର୍ବରୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଛନ୍ତି। କିନ୍ତୁ ପରିତାପର ବିଷୟ, ସେମାନେ ଆମ ସୀମାନ୍ତରେ କ୍ରମାଗତ ଭାବରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି। କିଏ ଆମ ସୀମାନ୍ତ ଗ୍ରାମପୁଞ୍ଜକୁ ନିଜ ରାଜ୍ୟରେ ବଳପୂର୍ବକ ମିଶାଇବାର ଉଦ୍ୟମ କରୁଛନ୍ତି ତ ଆଉ କେହି ଆମ ନଦୀଜଳକୁ ଅନଧିକାର ଭାବରେ ଅଟକାଇ ନିଜ ରାଜ୍ୟର ବିକାଶ ସାଧନ କରାଉଛନ୍ତି। ପୁଣି ଆଉ କେଉଁ ରାଜ୍ୟ ଆମ ମୂଲ୍ୟବାନ୍‌ ଖଣିଜ ସମ୍ପଦକୁ ସୀମାନ୍ତ ବାଟ ଦେଇ ଲୁଟିକରି ନେଇ ନିଜ ରାଜ୍ୟରେ ଶିଳ୍ପ ବିକାଶ କରାଉଛନ୍ତି।
ଆନ୍ଧ୍ର କେବଳ ଓଡ଼ିଶାର ମାଲକାନଗିରି ଅଞ୍ଚଳର କୁଟିଆ ଅଞ୍ଚଳକୁ ଜବରଦଖଲ କରିନେବାର ଚେଷ୍ଟା ଚଳାଇଛି ତା’ନୁହେଁ, ନିଜ ଅଞ୍ଚଳରେ ପୋଲାଭରମ୍‌ ନଦୀଜଳ ପ୍ରକଳ୍ପ କରି ଆମ ରାଜ୍ୟର ଜଙ୍ଗଲ ଓ ଖଣିଜ ଅଞ୍ଚଳକୁ ଜଳମଗ୍ନ କରାଇ ଦେବାର ଉଦ୍ୟମ କରି ଚାଲିଛି। ସେହି ପ୍ରକଳ୍ପକୁ ଆନ୍ଧ୍ର, କେନ୍ଦ୍ରୀୟ ପ୍ରକଳ୍ପ ଭାବରେ ଘୋଷଣା କରାଇବାରେ ସମର୍ଥ ହେଲା, ଅଥଚ ଆମ ସରକାର ନ୍ୟାୟାଳୟରେ ତାକୁ ପ୍ରତିହତ କରିପାରିଲେ ନାହିଁ। କୋଟିଆର ବିବାଦୀୟ ଅବସ୍ଥା ମଧ୍ୟ ସେହିଭଳି ଦୁର୍ବଳ ପ୍ରତିରୋଧରେ ସୀମିତ ହୋଇ ରହିଛି। ରାଜ୍ୟର ନିର୍ବାଚିତ ପ୍ରତିନିଧି ଓ ସରକାରଙ୍କ ପାଇଁ ଏସବୁ ଆଦୌ ସ୍ପର୍ଶକାତର ଘଟଣା ଭଳି ମନେହେଉ ନାହିଁ। କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଦୁର୍ବଳ ପ୍ରଶାସନିକ ପ୍ରତିରୋଧ ଚାଲୁ ରହିଛି।
ମହାନଦୀର ଚିରସ୍ରୋତା ଜଳଧାରକୁ ଛତିଶଗଡ଼ ସରକାର ଅଟକାଇ ରଖି ନିଜ ଇଚ୍ଛା ମୁତାବକ ବ୍ୟବହାର କରୁଛି। ହୀରାକୁଦ ଜଳଭଣ୍ଡାରରେ ଏବେ ଖରିଫ ଋତୁରେ ପାଣି ନାହିଁ। ବର୍ଷର ଦଶମାସ ନଦୀଶଯ୍ୟା ଶୁଖିଲା ପଡୁଛି। ସମୟ ଥିଲା, ଜଳ ବିବାଦ କମିଶନକୁ ଏହାର ବିଚାର ସମର୍ପି ଦେବା ପାଇଁ ସରକାର ଲହୁଲୁହାଣ ହୋଇ ଯାଇଥିଲେ। ରାଜ୍ୟବାସୀଙ୍କୁ ବୁଝାଇଥିଲେ, ରାଜନୈତିକ ବିବାଦ ସମୟସାପେକ୍ଷ ହୋଇପାରେ। ନ୍ୟାୟିକ ବିଚାରରେ ଆମେ ଆମ ଅଧିକାର ଅବଶ୍ୟ ପାଇବୁ। ଯେଉଁ ଦିନ କମିଶନ ଏହାକୁ ବିଚାର ପାଇଁ ଗ୍ରହଣ କଲେ, ସେଦିନ ସରକାରଙ୍କ ଆନନ୍ଦ କହିଲେ ନ ସରେ। କିନ୍ତୁ ବର୍ତ୍ତମାନର ପରିଣାମରେ ଯାହା ମନେହେଉଛି, ଆମ ରାଜ୍ୟ ତା’ ଅଧିକାର ସବୁଦିନ ପାଇଁ ହରାଇ ବସିବ। ସରକାର କିନ୍ତୁ ନିଶ୍ଚିନ୍ତ, ରାଜନୈତିକ ବିବାଦରେ ତାଙ୍କୁ ଆଣ୍ଠୋଇବାକୁ ପଡ଼ିଲା ନାହିଁ। ରାଜ୍ୟ ସ୍ବାର୍ଥ ଚୁଲିକି ଯାଉ-ସରକାରଙ୍କ ପତିଆରା ବଜାୟ ରହୁ।
ଝାଡ଼ଖଣ୍ଡ ଭଳି ଗୋଟିଏ ଛୋଟିଆ ରାଜ୍ୟ ମାତ୍ର କେତେ ବର୍ଷ ହେଲା ସ୍ବତନ୍ତ୍ର ହୋଇଛି। ସେଇବାଟ ଦେଇ ଆମର ଅସୀମ ଖଣିଜ ସମ୍ପଦ ଲୁଟ ହେଉଛି। ପ୍ରଶାସନର ସାମର୍ଥ୍ୟ ନାହିଁ କି ସରକାରଙ୍କ ନିଘା ନାହିଁ ତାକୁ ଅଟକାଇବାକୁ। ଖାଲି ସେତିକି ନୁହେଁ, ନିଜ ଖଣିଜ ଅଞ୍ଚଳକୁ ନିଲାମରେ ବିକ୍ରି କରି ରାଜ୍ୟ ବିକାଶର ପତାକା ଉଡ଼ାହେଉଛି। କେବଳ ଖଣିଜ ସମ୍ପଦର ଖଇରାତି ନୁହଁ, ଝାଡ଼ଖଣ୍ଡ ଗୁଣ୍ଡାମାନେ ବି ସୀମାନ୍ତ ଅଞ୍ଚଳରେ ବଟି ଆଦାୟ କରି ଏକ ସ୍ବତନ୍ତ୍ର ଶାସନ ଚଳାଇଛନ୍ତି- ଆମ ସୀମାନ୍ତ ଅଧିକାରୀମାନେ ହପ୍ତା ପାଇ ଖୁସ। ଆମ ଶ୍ରମଜୀବୀମାନେ ଦିଲ୍ଲୀ, ମୁମ୍ବାଇରେ ବିକ୍ରି ହେଉଛନ୍ତି; ଅଥଚ ଏ ସବୁ କେହି ଦେଖିପାରୁ ନାହାନ୍ତି।
ଶେଷରେ ଆସିବା ପଶ୍ଚିମବଙ୍ଗକୁ। ଉତ୍ତର ସୀମାନ୍ତରେ ରାଜ୍ୟର ସବୁ ବାଲିଘାଟ ତାଙ୍କ ଅଧିକାରରେ। ଓଡ଼ିଶା ଉପକୂଳରେ ସେମାନେ ଜବରଦସ୍ତ ମାଛ ଧରନ୍ତି। ଆମ ରାଜ୍ୟର ସାଧାରଣ ଜନତା ସୀମାନ୍ତ ଅଞ୍ଚଳରେ ସେମାନଙ୍କ ଅଧୀନସ୍ଥ ପ୍ରଜାଭଳି ରହନ୍ତି। ଆମ ପ୍ରଶାସନ ସେଠାରେ ଅଥର୍ବ-ସ୍ଥାଣୁ। କେଉଁଠି କଦବା କିଏ ସ୍ବର ଉଠାଇଲେ ଗୁଣ୍ଡାଗିରି କରି ତାକୁ ଚୁପ୍‌ କରାଇ ଦିଆଯାଏ। ଆମ ଜାତିରେ ମିଳିତ ପ୍ରତିରୋଧ ବି ନାହିଁ। ସୀମାନ୍ତର ସବୁ କୃଷିଜାତ ଦ୍ରବ୍ୟ ତାଙ୍କ ବଜାରରେ ବିକ୍ରି ହୁଏ। ଲାଭ ତାଙ୍କ ଦଲାଲଙ୍କର-ଆମକୁ ମୂଳ ବି ମିଳେନି। ତାଙ୍କ ଆମଦାନୀ ଧଳା ଜହର ଆମ ବଜାରରେ ବିକା ହୁଏ। ଏଇ ଆମ ଭାଗ୍ୟ।
ଏଥିପାଇଁ କେବଳ ସରକାର ଯେ ଦାୟୀ ସେକଥା ନୁହେଁ, ରାଜ୍ୟବାସୀ ବି ଏଥିପାଇଁ ଅର୍ଦ୍ଧାଧିକ ଦାୟୀ। ଆମ ବୁଦ୍ଧିଜୀବୀ ଏ ସବୁ ସମସ୍ୟାରେ ଉଦାସୀନ। ବିରୋଧୀ ପରସ୍ପର ବିରୋଧରେ ଲଢ଼ି ଲହୁଲୁହାଣ। ଜନପ୍ରତିନିଧି ରାଜ୍ୟ ସ୍ବାଭିମାନ ରକ୍ଷାରେ ସମ୍ପୂର୍ଣ୍ଣ ଅପାରଗ। ଯୁବଶକ୍ତି ଅନ୍ତଦର୍‌ବନ୍ଦ୍ୱରେ ଲିପ୍ତ-ରାଜ୍ୟ କଥା ଭାବିବା ପାଇଁ ସମୟ ନାହିଁ କି ଇଚ୍ଛା ବି ନାହିଁ। ଅତୀତରେ କଳାନୈପୁଣ୍ୟ- କୃଷି ବାଣିଜ୍ୟ-ଦେଶରକ୍ଷା ଓ ଅନ୍ୟାନ୍ୟରେ ଆମେ କୀର୍ତ୍ତିମାନ ଥିଲୁ…ଏବେ?
– ୫୮, ସ୍ବର୍ଣ୍ଣପୁରୀ, ଭୁବନେଶର-୨୪,
ମୋ: ୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri