‘ଲିଙ୍ଗରାଜଙ୍କ ପାଇଁ ହୋଇନି ବାଇ-ଲ ପ୍ରତ୍ୟାହାର’

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି। ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍‌ଏମ୍‌ଏ)ର ପ୍ରସ୍ତାବିତ ଚିଠା ଉପନିୟମ (ବାଇ-ଲ) ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ମଙ୍ଗଳବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହା କହିଛନ୍ତି। ପଟେଲ କହିଛନ୍ତି, ଲିଙ୍ଗରାଜ ମନ୍ଦିର ନିମନ୍ତେ ପ୍ରସ୍ତାବିତ ବାଇ-ଲ ସମ୍ପର୍କିତ ସର୍ବସାଧାରଣ ନୋଟିସ ବଜାୟ ରହିଛି। ବିଭିନ୍ନ ମନ୍ଦିରର ଖନନ କାର୍ଯ୍ୟ ଯେଭଳି ଜେସିବି ଦ୍ୱାରା ଖୋଳାଚାଲିଛି, ତାହା ଠିକ୍‌ ନୁହେଁ। ଏଏସ୍‌ଆଇର ଗୋଟିଏ ଟିମ୍‌ ଏହାର ତଦନ୍ତ କରିଛନ୍ତି। ତା’ର ରିପୋର୍ଟ ଆସିବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପୁରାତନ ସଂସ୍କୃତିର କୀର୍ତ୍ତିରାଜିକୁ ଏଭଳି ନଷ୍ଟ କରିବା ଠିକ୍‌ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଏନ୍‌ଏମ୍‌ଏକୁ ନେଇ ବିଜେଡି-ଭାଜପା ଭିତରେ ଶ୍ରେୟ ରାଜନୀତି ଆରମ୍ଭ ହୋଇଯାଇଛି।
ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନ୍‌ଏମ୍‌ଏର ବାଇ-ଲ ପ୍ରତ୍ୟାହାର କରିଥିବାରୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଏବଂ ଓଡ଼ିଶା ଭାଜପାର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ପଟେଲଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ଏବଂ ତା’ର ଚତୁଃପାଶର୍‌ବକୁ ସୌନ୍ଦର୍ଯ୍ୟକରଣ ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯାହା ବ୍ୟବସ୍ଥା କରାଯିବ, ତାହା ସମସ୍ତ ନିଯୋଗ, ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଷ୍ଟେକ ହୋଲ୍‌ଡରଙ୍କ ସହ ଚର୍ଚ୍ଚା ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ପୁରୀ ଆସି ସମସ୍ତଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ା ଏହାପରେ ଭାଜପା ସଦସ୍ୟ ଓ ଶ୍ରୀମନ୍ଦିର ସେବାୟତମାନେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ଏବଂ ତା’ର ନୀତିକାନ୍ତି, ପରମ୍ପରା, ସେବାୟତ ଓ ଭକ୍ତ ସମସ୍ତଙ୍କ ଭାବାବେଗ ଓ ଆବଶ୍ୟକତାକୁ ଅକ୍ଷୁଣ୍ଣ ରଖିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ା ମୋଦି ସରକାର ଥିବା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଶାହା ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରର ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀକୁ ଶ୍ରୀହୀନ କରିବାକୁ କିଏ ଚକ୍ରାନ୍ତ କରୁଛି, କିଏ ଏଭଳି ସର୍କୁଲାର ଜାରି କରିଥିଲା, ତାହାର ତଦନ୍ତ ହେବା ଦରକାର। ଶ୍ରୀମନ୍ଦିର ବାଇ-ଲ ଇସ୍ୟୁ ହେବାର ୩ ଦିନ ପରେ ପ୍ରତ୍ୟାହୃତ ହେଲା। ହେଲେ କାହାର ଅନୁମତିରେ ଏପରି ହେଲା। ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଏନଏମ୍‌ଏ ଅଧିକାରୀ ଯେତେବେଳେ ଆସିଥିଲେ ରାଜ୍ୟ ସରକାରଙ୍କ ଲୋକ ସେତେବେଳେ ସେମାନଙ୍କୁ ନେଇକି ଗଲେ। ସେତେବେଳେ କହିବା ଦରକାର ଥିଲା। ସେତେବେଳେ ରାଜ୍ୟ ସରକାରଙ୍କ ଯେଉଁ ଅଫିସରମାନେ ଯାଇଥିଲେ ସେମାନଙ୍କର ଜ୍ଞାନର ଅଭାବ ରହିଛି। ତେଣୁ ଘଟଣାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟରେ କେହି ଶ୍ରେୟ ନେବା ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ଶ୍ରୀମନ୍ଦିର କାମ କେବେ ଅଟକିବ ନାହିଁ ତାହା ପ୍ରମାଣିତ ହୋଇଛି ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri