ବାହାରିଲାନାହିଁ ନିଷ୍କର୍ଷ

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ, ୨୮।୮(ସ୍ବ.ପ୍ର.): ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ଘଟଣା ସାମ୍‌ନାକୁ ଆସୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଏପରିକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବାଧା ଦେଲେ ଅଥବା ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର ଦାବି ପୂରଣ ନ ହେଲେ ପରିସ୍ଥିତି ଆହୁରି ସଂଘାତିକ ହେବ। ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସଂଗ୍ରାମ ସମିତି ପକ୍ଷରୁ ଶୁକ୍ରବାର ଜିଲା ପ୍ରଶାସନକୁ ଶୁଣାଇ ଦିଆଯାଇଛି। ଏଥିସହିତ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରୁ ଆଲୋଚନା ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି।
କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସିକୁ ପାନୀୟ ଜଳ ଯୋଗାଣ ହେବ। ଏହି ପ୍ରକଳ୍ପକୁ ସଂଗ୍ରାମ ସମିତି ପକ୍ଷରୁ ଗତ ୨ ବର୍ଷ ହେବ ବିରୋଧ କରାଯାଉଛି। ଏହାପରେ ବି ନିର୍ମାଣ କାମ ଆରମ୍ଭ ହେବାରୁ ଗତ ୧୦ ତାରିଖରେ ପ୍ରକଳ୍ପ ସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରକଳ୍ପକୁ ବିରୋଧ କରି ଗତ ୧୫ ତାରିଖରୁ ଅଚ୍ୟୁତପୁର ଗ୍ରାମ ମା’ ଅନ୍ଧାରଘରଣୀ ପୀଠରେ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଜାରି ରହିଛି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ସମର୍ଥନ ଦେଇଛନ୍ତି। ଏପରି କି ମାଗାସେସେ ପୁରସ୍କାର ବିଜେତା ଜଳପୁରୁଷ ଡ. ରାଜେନ୍ଦ୍ର ସିଂହ ଉକ୍ତ ଆନ୍ଦୋନଳକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ଶୁକ୍ରବାର ପୂର୍ବାହ୍ନରେ ଜିଲା ପ୍ରଶାସନ ସହିତ ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ଆଲୋଚନା ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ହୋଇଥିଲା। ଏଥିରେ ଜିଲାପାଳ ଅମୃତ ଋତୁରାଜ, ଏସ୍‌ପି ମଡ଼କର ସମ୍ବିତ ସମ୍ପଦ, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ। ସଂଗ୍ରାମ ସମିତି ପକ୍ଷରୁ ଆବାହକ ଦେବେନ୍ଦ୍ର ନାଥ ଶର୍ମା, ଦୋଳଗୋବିନ୍ଦ ନାୟକ, ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ସମ୍ପାଦକ ବିଧାନ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ରାଉତ, କାଳୀପ୍ରସାଦ ନାୟକ, ସବିତା ବରଜ, ରମାକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାରେ ଆଇଆଇଟି ହାଇଦ୍ରାବାଦ ରିପୋର୍ଟର ବୈଧତା, ଖରସ୍ରୋତାର ଜଳ ପରିମାଣ, ବ୍ୟାରେଜ ନିର୍ମାଣ, ସ୍ଥାନୀୟ ଅଞ୍ଚଳ ଓ ଭିତରକନିକା ଉପରେ ତା’ର ପ୍ରଭାବ ଆଦି ନେଇ ପ୍ରଶ୍ନ ଉଠିଥିଲା। ଏଥିସହିତ ଯେଉଁଠି ପ୍ରକଳ୍ପ ନିର୍ମାଣ ହେଉଛି ସେହି ଜମିର ମାଲିକଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସମ୍ପାଦକ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଧାରଣ ଭାବେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନାକୁ ରାଜ୍ୟ ଅଥବା କେନ୍ଦ୍ର ସରକାର ରୂପରେଖ ଦେଇଥାନ୍ତି। ହେଲେ ଏହି ପ୍ରକଳ୍ପର ମାର୍ଫତଦାର ଆନ୍ଧ୍ରପ୍ରଦେଶ ରାଜ୍ୟ କୁନୁଲ ଜିଲା ବୁଦ୍ଧସାରା ପେଟା କୁନୁଲ କେନାଲ କ୍ୟାମ୍ପ (ବି)ର ଟି. ହୋସେନ ସାହେବଙ୍କ ପୁଅ ସେକ୍‌ ହୋସେନ ବାଶାହା ଅଛନ୍ତି। ବାଶାହାଙ୍କ ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି। ୨୦୧୯ରେ ଏହି ବ୍ୟକ୍ତି ଜମି କିଣିଥିଲେ। ହେଲେ କେଉଁ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଅର୍ଥ ବ୍ୟୟରେ ତାଙ୍କ ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି ବୋଲି ସମିତିର କର୍ମକର୍ତ୍ତା ପ୍ରଶ୍ନ କରିଥିଲେ। ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପ ପାଇଁ ମିଛ ପରିବେଶ ପ୍ରଭାବ ରିପୋର୍ଟ ଉପସ୍ଥାପନା କରାଯାଇଛି। ସେହିପରି ଖରସ୍ରୋତା ଜଳର ପରିମାଣ ନେଇ କୌଣସି ସର୍ଭେ ହୋଇ ନ ଥିବା ବେଳେ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଥିସହ ପାନୀୟ ଜଳ ପ୍ରକଳ୍ପର ହିତାଧିକାରୀଙ୍କ ପାଇଁ ଦୈନିକ ମାତ୍ର ୨୫ ମିଲିୟନ ଲିଟର ଜଳ ଆବଶ୍ୟକ। ହେଲେ ସେଠାରେ ୧୧୭ ମିଲିୟନ ଲିଟର ଅଧିକ ଜଳ ଉତ୍ତୋଳନ ହେବ ବୋଲି ଯୋଜନା ହୋଇଛି। ଏବେ ପ୍ରକଳ୍ପ ସ୍ଥାନର ପ୍ରକୃତ ମାଲିକ ହୋସେନ ବାଶାହା ହୋଇଥିବା ବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ କଳ, ବଳ ଓ କୌଶଳ ପ୍ରୟୋଗ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକଳ୍ପର ନିର୍ମାଣସ୍ଥଳ ୩ଟି ଖାତାରେ ଥିବା ଜମି ଉପରେ ଅଛି। ଏହାର କ୍ଷେତ୍ରଫଳ ୭୦ ଡିସିମିଲ। ତେବେ ନିର୍ମାଣସ୍ଥଳର ପ୍ରାୟ ୭୦ ଏକର ଜମିକୁ ଜିଲା ପ୍ରଶାସନ ଜବରଦଖଲ କରି ରଖିଛନ୍ତି। ଫଳରେ ଚାଷ, ଖେଳ ଓ ଗୋଚାରଣ ସମସ୍ୟା ଦେଖାଦେଇଛି। ଏ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ଜିଲାପାଳ ଆମକୁ ଆଈମା’ କାହାଣୀ ଶୁଣାଉଛନ୍ତି ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଆଲୋଚନା ବିଫଳ ହେଲା କୁହାଯାଇ ପାରିବ ନାହିଁ। ସଂଗ୍ରାମ ସମିତିଙ୍କ ଦୁଇଟି ଦାବି ଥିଲା। ଚାଷରେ କ୍ଷତିକୁ ନେଇ ଏକ ସର୍ଭେ ହେବ। ବ୍ୟାରେଜ ନିର୍ମାଣ ସମ୍ପର୍କରେ ସଂଗ୍ରାମ ସମିତିର ଦାବିକୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ। ପ୍ରକଳ୍ପ କାର୍ଯ୍ୟ ନିୟମିତ ଚାଲୁଛି ଓ ଖୁବ୍‌ଶୀଘ୍ର ତାହା ସରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri