Posted inଖେଳ

କୋଭିଡ୍‌ ମାମଲା ବୃଦ୍ଧି ପାଉଛି; ହେଲେ ଇଲଂଣ୍ଡକୁ ବିକଳ୍ପ ଖେଳାଳି ପଠାଇବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇ ନ ଥିବା ବେଳେ ଟିମ୍‌ ଇଣ୍ଡିଆର ୨ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପରେ କୋଚିଂ ଷ୍ଟାଫ୍‌ ଧ୍ୟାନଚାନ୍ଦ ଗରାନି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ସମ୍ପର୍କରେ ଆସିଥିବା ଯୋଗୁ ରିଦ୍ଧିମାନ ଶାହା, ଅଭିମନ୍ୟୁ ଈଶ୍ୱରନ୍‌ ଏବଂ ବୋଲିଂ କୋଚ୍‌ ଭରତ ଅରୁଣ ଏବେ ଆଇସୋଲେଶନରେ। ଏଭଳି ଚିନ୍ତାଜନକ ପରିସ୍ଥିତିରେ ବିସିସିଆଇ ବିକଳ୍ପ ପାଇଁ ଖେଳାଳିଙ୍କୁ ଇଲଂଣ୍ଡକୁ ପଠାଇବାକୁ ମନା କରିଦେଇଛି।

ଇଂଲଣ୍ଡକୁ ୨୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌ ପଠାଯାଇଛି। ଏଥିସହ ୪ ଖେଳାଳି ଷ୍ଟାଣ୍ଡବାଇରେ ଅଛନ୍ତି। ଯଦି କିଛି ହେଲା ତେବେ ରିଜର୍ଭ ଥିବା ଖେଳାଳିଙ୍କୁ ପ୍ରମୁଖ ଟିମ୍‌ରେ ସାମିଲ କରାଯିବ ବୋଲି ଯୋଜନା କରାଯାଇଥିଲା। ସମସ୍ତ ବିଭାଗରେ ବିକଳ୍ପ ଖେଳାଳି ଥିବାରୁ ଆବଶ୍ୟକତା ପଡ଼ିବ ନାହିଁ ବୋଲି ବିସିସିଆଇ କହିଛି।

ପୂର୍ବରୁ ଶୁଭମନ ଗିଲ ଆହତ ହେବା ପରେ ଭାରତୀୟ ଟିମ୍‌ରେ ବିକଳ୍ପର ଆବଶ୍ୟକତା ପଡ଼ିଥିଲା। ପୃଥ୍ବୀ ଶ ଏବଂ ଦେବଦତ୍ତ ପଡିକ୍କଲଙ୍କୁ ତାଙ୍କ ସ୍ଥାନରେ ପଠାଇବା ଲାଗି ଚର୍ଚ୍ଚା ହୋଇଥିଲା। ହେଲେ ଚୟନକର୍ତ୍ତା ଏହାକୁ ଗ୍ରହଣ କରି ନ ଥିଲେ। ଯେଉଁ ଖେଳାଳି ଅଛନ୍ତି, ସେମାନଙ୍କୁ ହିଁ ଖେଳାଯାଉ ବୋଲି କହିଥିଲେ। ଏଣୁ ଗିଲଙ୍କ ସ୍ଥାନରେ ଈଶ୍ୱରନ୍‌ଙ୍କୁ ସାମିଲ କରାଯାଉ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri