ଆଉ ରିମାଣ୍ଡ ନୁହେଁ, ୧୧ରେ ଶୁଣାଣି

ଚାନ୍ଦବାଲି,୭ା୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନୁ ଭୋଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ୩ଦିନିଆ ରିମାଣ୍ଡରେ ଗତ ୩ ତାରିଖରେ ନେଇଥିଲେ। ଗୁରୁବାର ଚାନ୍ଦବାଲି ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯିବା ପରେ ଆଉ ରିମାଣ୍ଡରେ ନ ନେଇ ବିଚାର ହାଜତକୁ ପଠାଇବା ପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁ ସୂଚନା ଦେଇଛନ୍ତି। ଉଭୟଙ୍କୁ ଭଦ୍ରକ ସବ୍‌ ଜେଲକୁ ପଠାଇବାକୁ ଡିଏସ୍‌ପି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ହେପାଜତରେ ଭଦ୍ରକ ଜେଲକୁ ପଠାଯାଇଛି। ୧୧ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନୁଙ୍କୁ ପଠାଯାଇଥିବା ତାଙ୍କ ଓକିଲ ପ୍ରକାଶ କରିଛନ୍ତି। ଆଉ ରିମାଣ୍ଡରେ ନ ନେଇ ଉଭୟଙ୍କ ୧୧ ତାରିଖରେ ଶୁଣାଣି ରହିଥିବା ଓକିଲ ଧନଞ୍ଜୟ ଉଦଗାତା ପ୍ରକାଶ କରିଛନ୍ତି।