କମୁନି ଦର, ଖାଲି ହେଉଛି ପକେଟ

ନୂଆଦିଲ୍ଲୀ,୧୫।୮:  ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଗତ କିଛିମାସ ହେଲା କ୍ରମାଗତ ହ୍ରାସ ପାଇଚାଲିଛି। ହେଲେ ତା’ର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ସବୁ ବର୍ଗର ଖାଉଟି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା ମହାମାରୀ ଯୋଗୁ ଗତ ୧୫ ମାସ ହେବ ପ୍ରାୟ ୩୦% ଲୋକଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ସେହିଭଳି ଏହି ସମୟ ମଧ୍ୟରେ ରୋଜଗାର ଏକ ପ୍ରକାର ଠପ୍‌ ହୋଇଯାଇଛି। ଗୋଟିଏ ପଟେ ଦେଶର ପେଟ୍ରୋଲ୍‌ ଦର ୨୦ ରାଜ୍ୟର ପ୍ରାୟ ସମସ୍ତ ସହରରେ ୧୦୦ ଟଙ୍କା ଟପି ରେକର୍ଡ କରିଛି। ସେହିପରି ଡିଜେଲ୍‌ ଦର ମଧ୍ୟ ଅହେତୁକ ଭାବେ ବଢି ଚାଲିଛି। ଏହା ଦ୍ୱାରା ପରିବହନଠାରୁ ପରିବା ହାଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଚଡ଼କ ପଡ଼ିଛି। ଏପରି କି ତୈଳ ଦର କମୁ ନ ଥିବାରୁ ସବୁ ବର୍ଗର ଖାଉଟିଙ୍କ ପକେଟ୍‌ ଖାଲି ହେଉଛି ବୋଲି ବିଭିନ୍ନ ସର୍ଭେରୁ ଜଣାପଡିଛି। ଏହି ଘଟଣା ସମ୍ପର୍କରେ ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ପେଟ୍ରୋଲଠାରୁ ଡିଜେଲ ଦର ବୃଦ୍ଧି ସବୁ ବର୍ଗ ଓ କ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିଛି। ଡିଜେଲ ଯାନ ଜରିଆରେ ପ୍ରାୟ ୭୦% ମାଲ୍‌ ପରିବହନ ହୋଇଥାଏ। ତୈଳ ଦର ବୃଦ୍ଧି ଯୋଗୁ ଗତ ୮ ମାସ ମଧ୍ୟରେ ଅତ୍ୟାବଶ୍ୟକ ବଜାର ଦର କ୍ରମାଗତ ବୃଦ୍ଧି ଘଟୁଛି। ଫଳରେ ବ୍ୟବସାୟୀ ଆଗରୁ ଯେଉଁ ସାମଗ୍ରୀକୁ ୧୦୦ ଟଙ୍କାରେ ବିକ୍ରି କରୁଥିଲା, ଡିଜେଲ ଓ ପରିବହନ ବାବଦର ଅତିରିକ୍ତ ଖର୍ଚ୍ଚ ପାଇଁ ସେ ସବୁ ସାମଗ୍ରୀର ଦର ବର୍ତ୍ତମାନ ୬୦ରୁ ୮୦% ବୃଦ୍ଧି ପାଇଛି। ଯାହାକୁ ଖାଉଟି ପରୋକ୍ଷରେ ଭରଣା କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଗତ ୨୮ ଦିନ ହେବ ପେଟ୍ରୋଲ୍‌ ଏବଂ ଡିଜେଲ ଦର ବୃଦ୍ଧି ଘଟି ନ ଥିଲେ ସୁଦ୍ଧା ଖାଉଟିଙ୍କ ପାଇଁ ସେ ଭଳି କିଛି ପଦକ୍ଷେପ ଉଭୟ ସରକାର ଓ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ନିଆଯାଇ ନାହିଁ।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଜୁଲାଇ ୧୭ରେ ଶେଷ ଥର ପାଇଁ ତୈଳ ଦର ପରିବର୍ତ୍ତନ ହୋଇଥିଲା। ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨.୬୬ ଟଙ୍କା ରହିଥିବା ବେଳେ ଡିଜେଲ ୯୭.୯୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧. ୮୪ ଟଙ୍କା ଏବଂ ଡିଜେଲ ୮୯.୮୭ ଟଙ୍କା ରହିଛି। ଗତ ଏପ୍ରିଲ୍‌ ୨୦୨୦ରୁ ଆଜି ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଉପରେ ୩୨.୨୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ୬୯.୫୯ ଟଙ୍କାରୁ ଆସି ୧୦୧.୮୪ ଟଙ୍କାରେ ପହଞ୍ଚତ୍ଛି, ଅର୍ଥାତ୍‌ ଏହି ସମୟ ମଧ୍ୟରେ ଏଠାରେ ୪୬.୩୪% ବୃଦ୍ଧି ଘଟିଛିି। ସେହିପରି ଡିଜେଲ୍‌ ଦରରେ ମଧ୍ୟ ୨୭.୫୮ ଟଙ୍କା ବଢ଼ିଛି, ୬୨.୨୯ ଟଙ୍କାରୁ ଆସି ୮୯.୮୭ ଟଙ୍କା ଛୁଇଁଛି। ଏହି ସମୟ ମଧ୍ୟରେ ଡିଜେଲ୍‌ ୪୪.୨୭% ବଢ଼ିଛି ବୋଲି ଜଣାପଡିଛି। ଅପରପକ୍ଷରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟୁଛି, ଯାହା ଫଳରେ ଭାରତ ବଜାରରେ ୨୮ ଦିନ ହେବ ତୈଳ ଦର ସ୍ଥିର ରହିଛି। ଗତବର୍ଷ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟରେ ୪୦%ରୁ ଅଧିକ ବୃଦ୍ଧି ହୋଇଥିବା ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri