ରାସ୍ତା ନାହିଁ: ନାଳ ପାର୍‌ ହେଉଛନ୍ତି ଗ୍ରାମବାସୀ

ଘଣ୍ଟାପଡ଼ା, ୧୨ା୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ନାଦେନ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ରାସ୍ତା ଖରାପ ଯୋଗୁ ବର୍ଷା ଦିନେ ଲୋକଙ୍କ ସମସ୍ୟା ଦିଗୁଣିତ ହୋଇଯାଏ। ଏହି ଗାଁକୁ ଯାଇଥିବା ରାସ୍ତା ଉପରେ ପଞ୍ଚାୟତର ୮ଟି ଗ୍ରାମ ସମାଡାଙ୍କି, ତୁଡିବାହାଲ, ଲୁଣ୍ଡୁରୁ, ସେରକାମୁରା, ଗଣ୍ଡାରାସୁର, କୁମ୍ଭେଖେତା, କାମୁଠାନ ଓ ଅନୁଗୁଭାର ଲୋକେ ପ୍ରତିଦିନ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତା ଅବସ୍ଥା ଅତି ବେହାଲ ହୋଇ ପଡିଥିବାବେଳେ ସ୍ଥାନେ ସ୍ଥାନେ ବଡ଼ବଡ଼ ନାଳ ମଧ୍ୟ ରହିଛି। ଫଳରେ ଟିକିଏ ବର୍ଷାରେ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପଟେ ଆଖପାଖ ଅଞ୍ଚଳର ଛାତ୍ରୀଛାତ୍ର ନାଦେନ ଗ୍ରାମକୁ ପାଠପଢିବାକୁ ଆସୁଥିବାବେଳେ ସେମାନେ ଆଣ୍ଠୁଏ ପାଣିରେ ଆସି ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ଛାତ୍ରୀଛାତ୍ର। ଉକ୍ତ ରାସ୍ତା ବନବିଭାଗ ଅଧୀନରେ ଥିବାବେଳେ ବିଭାଗ ପକ୍ଷରୁ ନାଳ ଉପରେ ପୋଲ ନିର୍ମାଣ କରାଯାଉନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ଛାତ୍ରୀଛାତ୍ର ନାଳ ପାରିହୋଇ ପଢିବାକୁ ଯାଇଥାନ୍ତି। ବର୍ଷା ହେଲେ ଛାତ୍ରୀଛାତ୍ରଙ୍କ ପାଠ ପଢାରେ ଅସୁବିଧା ହୁଏ। ଏପରିକି ଭରା ନାଳରେ ପାରିହୋଇ ବିପଦପୂର୍ଣ୍ଣ ଭାବରେ ପାଠ ପଢିବାକୁ ଯାଇଥାନ୍ତି। ଗ୍ରାମର ଲୋକଙ୍କୁ ସାମାନ୍ୟ ଜ୍ୱର ହେଲେ ମଧ୍ୟ୍ୟ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହିଁ। ଫଳରେ ଗ୍ରାମବାସୀ ରୋଗୀଙ୍କୁ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିବାକୁ ବାଧ୍ୟ ହେଉଛନ୍ତି। ନିର୍ବାଚନ ଆସିଲେ ଗାଁକୁ ଆସି ନେତାମାନେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇପାରିଲା ନାହିଁ। ଗ୍ରାମବାସୀ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶେଷରେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କୁ ପରିବାରୁ ଉକ୍ତ ରାସ୍ତା ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ। ଏଲଟମେଣ୍ଟ ଆସିଲେ କାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri