ପ୍ରତିକ୍ରିୟା ନାହିଁ

ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ଜଣେ ଭାରତ ବିରୋଧରେ ଏକ ସ୍କାଣ୍ଡାଲ, ସ୍କାମ୍‌, ମୂଲ୍ୟହୀନ ନ୍ୟୁଜ, ଷଡ଼ଯନ୍ତ କିମ୍ବା ଆଉ କିଛି କହିପାରନ୍ତି। ସେଭଳି କିଏ କ’ଣ କହିବ ତାହା ଏହି ସରକାରଙ୍କ ଉପରେ ଥିବା ଜଣଙ୍କର ଦୃଷ୍ଟିକୋଣ ଉପରେ ନିର୍ଭରକରେ। ଏହାବାଦ୍‌ ଆଉ ଦୁଇଟି ବିଷୟ କୁହାଯାଇପାରେ; ଯାହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଅସ୍ବୀକାର କରିବାକୁ ଚେଷ୍ଟା କଲେ ବି ଆମ ସମ୍ମୁଖରେ ଥିବା ପ୍ରମାଣ ଆଧାରରେ ଅନ୍ତତଃପକ୍ଷେ ତାହା କରିବା କଷ୍ଟକର ହୋଇପଡିବ। ପ୍ରଥମଟି ହେଉଛି ମାର୍କେଟର ପ୍ରତିକ୍ରିୟା। ଦ୍ୱିତୀୟଟି ହେଉଛି ଭାରତ ଏହା ଉପରେ କି ପ୍ରତିକ୍ରିୟା ପ୍ରକାଶ କରିଛି କିମ୍ବା କରିନାହିଁ। ତେବେ ପ୍ରଥମ ପ୍ରତିକ୍ରିୟା ଉପରେ ଦୃଷ୍ଟି ପକାଇବା। ବାସ୍ତବତା ହେଉଛି ଯେଉଁମାନେ ଶେୟାର ବଜାରରେ ନିବେଶ କରିଛନ୍ତି ସେମାନେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ଓ ହିଣ୍ଡେନ୍‌ବର୍ଗ ଆଣିଥିବା ଅଭିଯୋଗ ସପକ୍ଷରେ ମତ ରଖିଛନ୍ତି। ପାଠକେ ହୁଏତ ଜାଣି ନ ଥିବେ ଯେ, ଭାରତର ମ୍ୟୁଚୁଆଲ ଫଣ୍ଡରେ ଆଦାନୀ ଗ୍ରୁପ୍‌ ସବୁବେଳେ ସୀମିତ ରହିଥିଲା, ଯେଉଁଥିପାଇଁ ପ୍ରାୟ କେହି ସେଥିରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ। ଏ ସମ୍ପର୍କରେ ହିଣ୍ଡେନ୍‌ବର୍ଗ ଦର୍ଶାଇଛି ଯେ, ଶେୟାର ହୋଲ୍‌ଡିଂ ଡିସ୍‌କ୍ଲୋଜର ଅନୁଯାୟୀ ଘରୋଇ ଏବଂ ବିଦେଶୀ ସୂଚକାଙ୍କରେ ସୂଚୀଭୁକ୍ତ ଆଦାନୀ କମ୍ପାନୀଗୁଡ଼ିକ ତାଲିକାଭୁକ୍ତ ଥିତ୍ଲେ ମଧ୍ୟ ଆଦାନୀ ଗ୍ରୀନ୍‌ , ଆଦାନୀ ଏଣ୍ଟରପ୍ରାଇଜ, ଆଦାନୀ ଟୋଟାଲ ଗ୍ୟାସ୍‌ କିମ୍ବା ଆଦାନୀ ଟ୍ରାନ୍ସମିଶନ ଅଧୀନରେ ଥିବା କୌଣସି ସକ୍ରିୟ ଲୋକାଲ୍‌ ଫଣ୍ଡରେ ୧% ଶେୟାରରୁ ଅଧିକ ନ ଥିଲା। ଦ୍ୱିତୀୟରେ, ଆଦାନୀଙ୍କ ବିଜ୍‌ନେସ ଥିଲା ବନ୍ଦର, ବିମାନ ବନ୍ଦର, ଶକ୍ତି, ଖଣି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ। ଅର୍ଥାତ୍‌ ସେ ଯେଉଁ ବାଟରେ ‘ବିକାଶ’ କରୁଥିଲେ ତାହା ଏବକାର ସରକାର ବୁଝିପାରୁଥିବେ। ଶେଷରେ ଆଦାନୀ ଆମ ପ୍ରଧାନମନ୍ତ୍ରୀଙ୍କର ଖୁବ୍‌ ନିକଟତର। ତାଙ୍କ ଶାସନ କାଳରେ ଆଦାନୀ ଯେଉଁ ସ୍ତରରେ ପହଞ୍ଚିବାକୁ ଚାହଁିଛନ୍ତି ସେଠାରେ ପହଞ୍ଚିଯାଇଛନ୍ତି। ଯେ କୌଣସି ଦିଗରୁ ବାଧା ଥାଉନା କାହିଁକି ସେହି ସ୍ତରରେ ପହଞ୍ଚତ୍ବା ଲାଗି ଜଣେ ଦକ୍ଷ ନେତା ବିଜ୍‌ନେସକୁ ସହଯୋଗ କରିନାହାନ୍ତି ବୋଲି ଅସ୍ବୀକାର କରାଯାଇପାରିବ ନାହିଁ।
ଏବେ ଦ୍ୱିତୀୟ ପ୍ରତିକ୍ରିୟା ଅର୍ଥାତ୍‌ ଦେଶ ପକ୍ଷରୁ କ’ଣ ପ୍ରତିକ୍ରିୟା ପ୍ରକାଶ ପାଇଛିି କିମ୍ବା ପାଇନାହିଁ ସେ ସମ୍ପର୍କରେ ଆଲୋଚନା କରିବା। ଦେଶ କହିଲେ ସାମଗ୍ରିକ ଭାବେ ସରକାର ଓ ଏହାର ଏଜେନ୍ସି, ନ୍ୟାୟପାଳିକା ଓ ନିୟାମକ ବ୍ୟବସ୍ଥାକୁ ବୁଝାଏ। ଏମାନଙ୍କଠାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ବା ପଦକ୍ଷେପ ସାମ୍‌ନାକୁ ଆସିଲା ନାହିଁ। କିନ୍ତୁ କେବଳ ମାର୍କେଟ ପ୍ରତିକ୍ରିୟାରୁ ନିବେଶ ଖସିଚାଲିଲା। ବ୍ୟବସାୟୀ, ଶେୟାର ହୋଲ୍‌ଡର ଏବଂ ଦଲାଲଙ୍କ ମଧ୍ୟରୁ ସମ୍ଭବତଃ ଅନେକେ ହିଣ୍ଡେନ୍‌ବର୍ଗ ରିପୋର୍ଟରେ କିଛି ଲକ୍ଷ୍ୟ କଲେ ଯାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ସିବିଆଇ ଏବଂ ଅନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦେଖିପାରିଲେ ନାହିଁି। ଏଣୁ ଜଣେ ସରକାର ଓ ଆଦାନୀଙ୍କ ପକ୍ଷରେ ରୁହନ୍ତୁ କି ଜଣେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ରୁହନ୍ତୁ , ସେ କହିବେ ଯେ ସେମାନେ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଜଣେ କହିପାରିବ , ହିଣ୍ଡେନ୍‌ବର୍ଗ ରିପୋର୍ଟ ‘ଗୁରୁତ୍ୱହୀନ’ ଯାହା ଆମେରିକୀୟମାନେ କହୁଛନ୍ତିି। ମୁଁ ବି କିଛି କହିପାରେ ଏବଂ ତୁମେ ଆଉ କିଛି କହିପାର। କିନ୍ତୁ କଥା ହେଉଛି, ଦେଶ ଏବଂ ଏହାର ସଂସ୍ଥାଗୁଡ଼ିକ ଏମତି କରିିିପାରିବେ କି? ନା। ହିଣ୍ଡେନ୍‌ବର୍ଗର ସମ୍ପୂର୍ଣ୍ଣ ରିପୋର୍ଟ ନୂଆ ଭାରତ ସମ୍ପର୍କରେ କିଛି ପ୍ରକାଶ କରିଛି ଯାହା ଚିନ୍ତାର କାରଣ। କିିନ୍ତୁ ଆଦାନୀ ଗ୍ରୁପ୍‌ର ଅଷ୍ଟ୍ରେଲୀୟ ନାଗରିକ ସିଏଫ୍‌ଓ ଭାରତୀୟ ପତାକା ସହ ଆଗକୁ ଆସି କହିଥିଲେ ଯେ ହିଣ୍ଡେନବର୍ଗର ସବୁ ଅଭିଯୋଗ ପୁରୁଣା। ଏହା ବାସ୍ତବରେ ହିଣ୍ଡେନ୍‌ବର୍ଗ ରିପୋର୍ଟର ନିନ୍ଦାମତ୍କ ଦିଗକୁ ସୂଚାଉଛି। ଯଦିଓ ସବୁ ବିଷୟ ସାଧାରଣରେ ପ୍ରକାଶ ପାଇଛି ଏବଂ ପୂର୍ବରୁ ଯେଭଳି ନିୟାମକ ସଂସ୍ଥଗୁଡ଼ିକ ନୀରିକ୍ଷଣ କରୁଥିଲେ ସେଭଳି କରନ୍ତି, ତେବେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ସହ ସାମିଲ ବୈଦେଶିକ କମ୍ପାନୀ ଏବଂ ଫଣ୍ଡ୍‌ଗୁଡ଼ିକ ଆଦାନୀ ଶେୟାର ବଜାରର ଅନେକ ବୃହତ୍‌ ପବ୍ଲିକ୍‌ ହୋଲ୍‌ଡର ଅଂଶ ହୋଇପାରନ୍ତା। ଫଳରେ ସେବିର ନିୟମ ଲାଗୁ କରାଯାଇ ଆଦାନୀ କମ୍ପାନୀଗୁଡ଼ିକୁ ଶେୟାର ମାର୍କେଟରୁ ବାଦ୍‌ ଦିଆଯାଇପାରନ୍ତା। କିନ୍ତୁ ସେବି ତା’କାର୍ଯ୍ୟ କରୁନାହିଁ ଓ ସରକାର ମଧ୍ୟ ତା’ସହ ଯୋଡ଼ିହୋଇଯାଇଥିବା ଜଣାପଡ଼ୁଛି।
ହିଣ୍ଡେନ୍‌ବର୍ଗ ରିପୋର୍ଟ ମଧ୍ୟ ଉଲ୍ଲେଖ କରିଛି ଯେ, ଆମେ ସେବିରେ ସୂଚନା ଅଧିକାର ବଳରେ ତଥ୍ୟ ପାଇଁ କରିଥିବା ଆବେଦନରୁ ନିଶ୍ଚିତ ଯେ, ବୈଦେଶିକ ଫଣ୍ଡଗୁଡ଼ିକ ଏବେ ତଦନ୍ତ ପରିସରଭୁକ୍ତ। ଏ ସମ୍ପର୍କରେ ମିଡିଆ ଏବଂ ପାର୍ଲାମେଣ୍ଟ ସଦସ୍ୟଙ୍କ ଦ୍ୱାରା ଚିନ୍ତା ପ୍ରକଟ କରାଯିବାର ଦେଢ଼ ବର୍ଷରୁ ଅଧିକ ସମୟ ପରେ ଏହା ହୋଇଛି। ପାଠକେ ବ୍ରିଟିଶ ଲେଖକ ଆର୍ଥର କୋନାନ୍‌ ଡୋୟେଲଙ୍କ ଡିଟେକଟିଭ ‘ଶେର୍‌ଲକ ହୋମ୍ସ’ ପଢ଼ିଥିବେ। ସେଥିରେ କୁକୁର ନ ଭୁକିବାକୁ ନେଇ ଏକ ରୋଚକ ତଦନ୍ତ ଭିତ୍ତିକ କାହାଣୀ ଅଛି। ଘୋଡ଼ାଦୌଡ଼ ପୂର୍ବ ରାତିରେ ଟ୍ରେନର୍‌କୁ ହତ୍ୟା କରି ଦାମୀ ଘୋଡ଼ାକୁ ନେଇଯାଇଥିବା ଘଟଣାର ତଦନ୍ତ ଉପରେ ଏହା ପର୍ଯ୍ୟବସିତ। କାହାଣୀର ଚରିତ୍ର ହୋମ୍ସ ତାଙ୍କ ତଦନ୍ତର ନିର୍ଯାସରେ ପହଞ୍ଚିଥିଲେ ଯେ, ରାତିରେ କୁକୁର ଭୁକିବା କେହି ଶୁଣି ନ ଥିବାରୁ ଏହି କାର୍ଯ୍ୟରେ ସେଠାକର ବ୍ୟକ୍ତି ସମ୍ପୃକ୍ତ ଥିଲେ ଯାହାକୁ କୁକୁର ଭଲ ଭାବେ ଚିହ୍ନିଥିଲା। ଫଳରେ ତଦନ୍ତରେ ନକାରାମତ୍କ ସ୍ଥିତି ଉପୁଜିଥିଲା। ଏଠାରେ ଆମର ରହସ୍ୟମୟ ଘଟଣାରେ ଆର୍ଥିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସଂସ୍ଥାଗୁଡ଼ିକ ନୀରବ ଥିବାବେଳେ କେବଳ ମାର୍କେଟ ଭୁକୁଛି ବା ପ୍ରତିକ୍ରିୟା ପ୍ରକାଶ କରୁଛି ଏବଂ ତାହା ବନ୍ଦ କରି ନାହିଁ। ଏଭଳି ମୁଣ୍ଡବ୍ୟଥା ବି ସହଜରେ ଯିବ ନାହିଁ। ସାମ୍ପ୍ରତିକ ସ୍ଥିତିରେ ସରକାର କିଛି ବିଷୟକୁ ବନ୍ଦ କରିପାରନ୍ତି କିମ୍ବା ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିପାରିବେ, କିନ୍ତୁ ଦୁଃଖର କଥା,ଏଥିରୁ କେଉଁଟି ହେଲେ ସରକାର କରୁନାହାନ୍ତି। ଏହି କାରଣରୁ ସ୍କାଣ୍ଡାଲ, ସ୍କାମ, ଗୁରୁତ୍ୱହୀନ(!) ରିପୋର୍ଟ କଥା ଆମେ ଶୁଣିବା। ଯେ ପର୍ଯ୍ୟନ୍ତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରାଯାଇ ନଥିବ କିମ୍ବା ସମାଧାନ କରିବାର ଇଚ୍ଛା ନ ଆସିବ ସେତେବେଳ ଯାଏ ଏଭଳି ଶୁଣିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri