Categories: ଖେଳ

ଫାଙ୍କା ନାହିଁ ଅଧିନାୟକ ପଦ : ଅଷ୍ଟ୍ରେଲିଆ କୋଚ୍‌

ମେଲବୋର୍ନ, ୩୦।୩ : ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ ପୁଣି ଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଇଚ୍ଛା ପ୍ରକାଶ କରିବାର କିଛି ଘଣ୍ଟା ପରେ ପତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଆମ ପାଖରେ ଟିମ୍‌ ପେନ (ଟେଷ୍ଟ ଦଳର ଅଧିନାୟକ) ଓ ଆରୋନ ଫିଞ୍ଚ (ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ)ଙ୍କ ରୂପେ ଦୁଇଟି ଭଲ ଅଧିନାୟକ ଅଛନ୍ତି। ଆଗକୁ ଆଶେସ ଓ ଟି୨୦ ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଅଛି। ଆମ ଭବିଷ୍ୟତ ଭଲ ଦେଖାଯାଉଛି। ବର୍ତ୍ତମାନ କୌଣସି ଅଧିନାୟକ ପଦ ଫାଙ୍କା ନାହିଁ ବୋଲି ଲାଙ୍ଗର କହିଛନ୍ତି।

ଗତ ସୋମବାର ସ୍ମିଥ ପ୍ରଥମ ଥର ପାଇଁ ଜାତୀୟ ଦଳର ଅଧିନାୟକ ଭାର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦି ଭବିଷ୍ୟତରେ ମୋତେ ସୁଯୋଗ ଦିଆଯାଏ, ତେବେ ମୁଁ ଦଳର ନେତୃତ୍ୱ ନେବି ବୋଲି ସ୍ପଷ୍ଟ କରିଥିଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା ସ୍ମିଥ। ଉଲ୍ଲେଖଯୋଗ୍ୟ, ୨୦୧୮ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ ଟାଉନ ଟେଷ୍ଟରେ ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ଜଡ଼ିତ ହୋଇ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହେବା ସହ ହରାଇଥିଲେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ।

Share