ଥାନାକୁ ମନା, ଗେଟ୍‌ ବାହାରୁ ଏତଲା

କଟକ ଅଫିସ,୧୩।୭: ଥାନା କର୍ମଚାରୀ ଓ ଅଧିକାରୀଙ୍କ ଏବେ କରୋନା ଭୟ ଘାରିଛି। ବଡ଼ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ ପଜିଟିଭ ଚିହ୍ନଟ ହେବା ପରେ କଟକର ସମସ୍ତ ଥାନାକୁ ପ୍ରବେଶ ଉପରେ କଟକଣା କଡ଼ାକଡ଼ି କରାଯାଇଛି। ପୋଲିସ ଏବେ ଏତଲା ଗ୍ରହଣ କରୁଛି ସତ; କିନ୍ତୁ ଅଭିଯୋଗକାରୀଙ୍କ ସହ ଆଲୋଚନା ପାଇଁ ଡରୁଛି। ଥାନା ଭିତରକୁ ପଶିବାକୁ ନ ଦେଇ ଫାଟକ ବାହାରୁ ଏତଲା ରଖାଯାଉଛି। ଡାଏରୀ ଚାର୍ଜ ଅଫିସର (ଡିଏସ୍‌ଓ) ଥାନା ବାହାରେ ଛିଡ଼ାହୋଇ ଅଭିଯୋଗ ସମ୍ପର୍କରେ ଆଲୋଚନା କରୁଛନ୍ତି।
ମଙ୍ଗଳାବାଗ ଥାନା ଅଧୀନରେ ରହିଛି ଦୁଇଟି ପ୍ରମୁଖ ମେଡିକାଲ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ। ଏହି ଦୁଇଟି ସ୍ଥାନରୁ ହିଁ କରୋନା ସଂକ୍ରମଣ ସଂଖ୍ୟା ବେଶି ରହିଛି। ତେଣୁ ଉକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଧିକ କରୋନା ଭୟ ଘାରିଛି। ଏହି ଥାନା ଅଧୀନ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହେବା ପରେ ଫାଣ୍ଡି ଓ ମଙ୍ଗଳାବାଗ ଥାନାର ୬୯ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସୋମବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ତଥାପି ମନରୁ ଡର ଯାଇନାହିଁ। କନଷ୍ଟେବଳଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ହିଁ ପୋଲିସକୁ ଅଧିକ ଚିନ୍ତାରେ ପକାଉଛି। ମେଡିକାଲ ଫାଣ୍ଡିରେ ୩ ଏଏସ୍‌ଆଇ, ୪ କନଷ୍ଟେବଳ ଓ ୭ ଓପିଏଫ୍‌ କାର୍ଯ୍ୟ କରୁଛନ୍ତି। କରୋନା ସମୟରେ ମଙ୍ଗଳାବାଗ ଥାନାକୁ ପ୍ରାୟ ୧୦୦ଟି ପିପିଇ କିଟ୍‌ ଦିଆଯାଇଥିଲା। ଥାନାଧିକାରୀ ଅମିତାଭ ମହାପାତ୍ର କହିଛନ୍ତି, ପିପିଇ କିଟ୍‌ ବ୍ୟବହାର ହେଉଛି। ଥାନାର ସମସ୍ତ ଷ୍ଟାଫ୍‌ ସଚେତନ ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏବେ ଏହି ଥାନାର ଅଧାରୁ ଅଧିକ କର୍ମଚାରୀ ଛୁଟିରେ ଅଛନ୍ତି। ସହରର ଅନ୍ୟ ଏକ ପ୍ରମୁଖ ଚିକିତ୍ସାକେନ୍ଦ୍ର ସିଟି ହସ୍ପିଟାଲ ଦରଘାବଜାର ଥାନା ଅଧୀନରେ ରହିଛି। ଏହି ଥାନାର ଜଣେ ଅଧିକାରୀ କହିଥିଲେ ଯେ, ଆମ ଥାନାରେ ମଧ୍ୟ ସମାନ ଅବସ୍ଥା। ଥାନା ଭିତରକୁ ପ୍ରବେଶ କରାଯାଉ ନାହିଁ। ଦରଘାବଜାର ଥାନା କର୍ମଚାରୀ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା ସେ କହିଛନ୍ତି।
ବ୍ୟବହାର ନ ହୋଇ ଥୁଆ ହୋଇଛି। ପିପିଇ କିଟ୍‌ ଉପରେ ପ୍ରଶ୍ନ
ପ୍ରତ୍ୟେକ ଥାନାକୁ ପିପିଇ କିଟ୍‌ ଦିଆଯାଇଛି। ଏହାର ସଠିକ୍‌ ବ୍ୟବହାର ହେଉଛି କି ନା, ତାହା ଏବେ ପ୍ରଶ୍ନଘେରରେ। ପିପିଇ କିଟ୍‌ ମାତ୍ର ଥରେ ବ୍ୟବହାର ଉପଯୋଗୀ। ପ୍ରତ୍ୟେକ ଥାନାକୁ ଯେତେ ସଂଖ୍ୟାରେ ପିପିଇ କିଟ୍‌ ଆସିଥିଲା, ତାହା ସେମିତି ଥୁଆ ହୋଇଛି ବୋଲି କେତେକ ପୋଲିସ କର୍ମଚାରୀ କହିଛନ୍ତି।
୬ଷ୍ଠ ବାଟାଲିୟନକୁ ସଂକ୍ରମଣ ଭୟ
ମେଡିକାଲ ଫାଣ୍ଡିରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନର କେତେକ ଷ୍ଟାଫ କାର୍ଯ୍ୟରେ ଯୋଗ ଦେଇଥିଲେ। କିଛି ଦିନ ହେବ ଏମାନେ ନିୟମିତ ଭାବେ ମେଡିକାଲ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଏଠାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୬ଷ୍ଠ ବାଟାଲିୟନରେ ମଧ୍ୟ କରୋନା ଭୟ ସଞ୍ଚରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri