ପାର୍କ, ପାଠାଗାର ନିର୍ମାଣ ଲାଗି ମିଳୁନି ସ୍ଥାନ

ଗୋପ,୨୬।୨(ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନ ଓ ପଞ୍ଚାୟତରେ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅଧିକାଂଶ ପଞ୍ଚାୟତରେ ସରକାରୀ କାର୍ଯ୍ୟ ଠିକ ଭାବେ ହୋଇପାରୁ ନାହିଁ। ଏହାର ନିଚ୍ଛକ ଉଦାହରଣ ପୁରୀ ଜିଲା ଗୋପ ବ୍ଲକରେ ଦେଖିବାକୁ ମିଳୁଛି। ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ବୁଝାମଣା ଅଭାବରୁ ବ୍ଲକର ପ୍ରତି ପଞ୍ଚାୟତରେ ହେବାକୁ ଥିବା ପାର୍କ ଓ ପାଠାଗାର ପାଇଁ ସ୍ଥାନ ମିଳିପାରୁ ନାହିଁ। ଏଭଳି ଅଭିଯୋଗ ଗୁରୁବାର ଗୋପ ବ୍ଲକ ବୈଠକ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହୋଇଥିଲା। ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ (ପ୍ରଶାସକ), ଅତିରିକ୍ତ ଜିଲା ନିର୍ଦ୍ଦେଶକ ରୋଜାଲିନ ପଣ୍ଡା (ରୁରାଲ ହାଉସିଂ), ବିଡିଓ ଦୀପ୍ତିରାଣୀ ଦାସ, ବ୍ଲକ ସହକାରୀ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ, ଅଶୋକ ପୁଷ୍ଟି, ବ୍ଲକ କନିଷ୍ଠ ଯନ୍ତ୍ରୀ ପଙ୍କଜ ରାଜ ମିଞ୍ଜି, ପ୍ୟାରୀମୋହନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପାର୍କ ଲାଗି ଗୋପ, ରାହାଙ୍ଗଗୋରଡା, ଡଭାର, ଛଇତନା, ଇସାଣପୁର, ସମେତ ୨୫ଟି ପଞ୍ଚାୟତରେ ସ୍ଥାନର ଅଭାବ ଥିବା ବେଳେ ପାଠାଗାର ନିର୍ମାଣ ପାଇଁ ମଧ୍ୟ ସମସ୍ୟା ରହିଛି। ପଞ୍ଚାୟତର ଲୋକ ପ୍ରତିନିଧି ଓ ଜମିର ଅଭାବ ଥିବାରୁ ବିଡିଓ ଦାସ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ପୂର୍ବରୁ କରିଥିଲେ ମଧ୍ୟ ଲୋକ ପ୍ରତିନିଧିମାନେ ଏପର୍ଯ୍ୟନ୍ତ କୌଣସି ଠିକ ନିଷ୍ପତ୍ତି ନେଇପାରି ନାହାନ୍ତି। ଏହାକୁ ନେଇ ଜିଲାପାଳ ସମର୍ଥ ବର୍ମା ଜାନୁୟାରୀ ୩୦ ରେ ଗୋପ ବ୍ଲକର ସମସ୍ତ ସରପଞ୍ଚ, ବ୍ଲକ ଅଧିକାରୀଙ୍କୁ ନେଇ ପୁରୀ ଭକ୍ତ ନିବାସ ପରିସରରେ ଏକ ସମୀକ୍ଷା ବୈଠକ କରିବା ସହ ତୁରନ୍ତ ଏହି କାର୍ଯ୍ୟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗୁରୁବାର ଅନୁଷ୍ଠିତ ବୈଠକରେ କିପରି କାର୍ଯ୍ୟ ସବୁ ତୁରନ୍ତ ଆରମ୍ଭ କରାଯିବ ସେଥିପ୍ରତି ଗୁରୁତ୍ୱାରୋପ ଦିଆଯାଇଛି। ଏ ନେଇ ବିଡିଓ ଦାସ କହିଛନ୍ତି, ଏବେ କେବଳ ପାର୍କ ପାଇଁ ଜମି ସମସ୍ୟା ରହିଛି। ପାଠାଗାର ଲାଗି ପ୍ରତି ପଞ୍ଚାୟତର କାର୍ଯ୍ୟାଳୟ ଉପରେ ଗୃହ ନିର୍ମାଣ କରାଯିବକୁ ଥିବାବେଳେ ଖେଳପଡ଼ିଆ ଲାଗି ସମସ୍ୟା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri