ନା ଫୋନ୍‌ ନା ଟିଭି, କବାଟରେ ବି ଲାଗିଛି ବୁଲେଟ୍‌ ପ୍ରୁଫ୍‌ ଶିଲ୍ଡ, ଜାଣନ୍ତୁ ଭାରତରେ କେମିତି ରହିଛି ବାଇଡେନଙ୍କ ପାଇଁ ରୁମ୍‌ର ସୁରକ୍ଷା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ଅନେକ ବରିଷ୍ଠ ନେତା ଅଂଶଗ୍ରହଣ କରିବାକୁ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଭାଗ ନେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭାରତ ଆସୁଛନ୍ତି। ତେବେ ବାଇଡେନଙ୍କ ଆଗମନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ହ୍ବାଇଟ୍‌ହାଉସ ଦେଇଥିବା ସୂଚନାନୁଯାୟୀ, ବାଇଡେନଙ୍କ ବାୟୁସେନା ଓ୍ବାନ ବିମାନ ଶୁକ୍ରବାର (ସେପ୍ଟେମ୍ବର ୮) ଭାରତୀୟ ସମୟ ୬.୫୫ରେ ଦିଲ୍ଲୀରେ ଅବତରଣ କରିବ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ବାଇଡେନଙ୍କ ବିମାନ ଜର୍ମାନୀରେ କିଛି ସମୟ ଅଟକିବ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଧୌଲାକୁଆଁସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ। ତାଙ୍କ ସହ ତାଙ୍କ ସୁରକ୍ଷା କର୍ମୀମାନେ ମଧ୍ୟ ସେହି ହୋଟେଲରେ ରହିବେ। ଯେଉଁଥି ପାଇଁ ହୋଟେଲର ଶହ ଶହ କୋଠରି ବୁକ୍‌ ହୋଇସାରିଛି।

ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର, ବିଲ କ୍ଲିଣ୍ଟନ, ଜର୍ଜ ଡବ୍ଲ୍ୟୁ ବୁଶ, ବାରାକ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଜୋ ବିଡେନ ରହିବାକୁ ଥିବା ହୋଟେଲରେ ରହିକି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ହୋଟେଲ ଚାରିପାଖରେ ରାସ୍ତାରେ ଅଟକି ରହିଥିବା କାର୍‌ଗୁଡ଼ିକୁ ହଟାଇ ଦିଆଯାଇଛି। ରାଷ୍ଟ୍ରପତିଙ୍କ ହୋଟେଲର ସମ୍ପୂର୍ଣ୍ଣ ମହଲା ତାଙ୍କ ପାଇଁ ଖାଲି କରାଯାଇଛି। ଯେଉଁ ହୋଟେଲରେ ଆମେରିକାର ରାଷ୍ଟ୍ରପତି ରହନ୍ତି, ସେଠାରେ ସମସ୍ତ କୋଠରୀକୁ ଭଲ ଭାବରେ ଯାଞ୍ଚ କରାଯାଇଥାଏ। କୌଣସି ଲୁକ୍କାୟିତ କ୍ୟାମେରା କିମ୍ବା ରେକର୍ଡିଂ ଉପକରଣ ନାହିଁ।

ବାଇଡେନ ଆସିବା ପୂର୍ବରୁ ସୁରକ୍ଷା ବାହିନୀ ପୂରା ହୋଟେଲକୁ ନିୟନ୍ତ୍ରଣ କରି ନେଇଛନ୍ତି। ଆମେରିକାର ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ହୋଟେଲର ପ୍ରତ୍ୟେକ ମହଲାରେ ରହିବେ। ଟିଭି ଏବଂ ହୋଟେଲ ଫୋନ୍‌କୁ ମଧ୍ୟ ହଟାଇ ଦିଆଯାଇଛି। ଓ୍ବିଣ୍ଡୋରେ ବୁଲେଟ ପ୍ରୁଫ ଶିଲ୍ଡ ଲାଗିଛି। ଏହା ସହିତ, ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କର ନିଜସ୍ବ ରୋଷେଇ କର୍ମଚାରୀ ତାଙ୍କ ପାଇଁ ଖାଦ୍ୟ ରାନ୍ଧିବେ।

ରାଷ୍ଟ୍ରପତି କେବଳ ତାଙ୍କର ଲିମୋଜିନ୍‌ କାର୍‌ରେ ଯାତ୍ରା କରିବେ। ଏହି କାର୍‌ଟି ଦ ବିଷ୍ଟ ଭାବରେ ଜଣାଶୁଣା। ଏହି କାର୍‌ଟି ସମ୍ପୂର୍ଣ୍ଣ ବୁଲେଟ ପ୍ରୁଫ୍‌। ଏଥିରେ ସ୍ମୋକ୍‌ ସ୍କ୍ରିନ୍‌, ଲୁହବୁହା ଗ୍ୟାସ, ନାଇଟ ଭିଜନ ଟେକ୍ନୋଲୋଜି, ରାସାୟନିକ ଆକ୍ରମଣ ଏବଂ ଗ୍ରେନେଡ ଲଞ୍ଚର୍‌ ଭଳି ସୁବିଧା ରହିଛି। ଆମେରିକାର ରାଷ୍ଟ୍ରପତି ଯେଉଁଆଡେ ଯାଆନ୍ତି, ଏହି ଗାଡି ମଧ୍ୟ ଯାଏ। ବିଷ୍ଟ ସହିତ ବାଇଡେନଙ୍କ ସୁରକ୍ଷାରେ ୫୦ଟି ଯାନ ସାମିଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri