ଅନୁମତି ଦେଇନି ରେଲୱେ, ବାଧା ରାଜପଥ ସମ୍ପ୍ରସାରଣ

ଛତ୍ରପୁର,୩।୭(ଡି.ଏନ.ଏ.): ଗଞ୍ଜାମ- ପୁରୀ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସାରିବାରେ ସମ୍ପୃକ୍ତ ହାଇଦ୍ରାବାଦର ଜିଭିପିଆର୍‌ ଇଞ୍ଜିନିୟର୍ସ ଲିମିଟେଡ୍‌ ଠିକା ସଂସ୍ଥାରେ ଅହେତୁକ ବିଳମ୍ବ କରୁଛି ା ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇସାରିଛି ା ଅନ୍ୟପକ୍ଷରେ ଏହି ପ୍ରକଳ୍ପ କାମ ଲାଗି ପାଇପ ବିଛାଇବା ପାଇଁ ରେଲୱେ ଓ ଜାତୀୟ ରାଜପଥର କ୍ରସିଂର ଆବଶ୍ୟକତା ପଡୁଛି ା ବିଭାଗ ପକ୍ଷରୁ ରେଲୱେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବା ସହ ଏଥିପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ପଠାଯାଇଛି। ତେବେ ଏଯାବତ ରେଲୱେ ବିଭାଗରୁ ଅନୁମତି ମିଳି ନଥିବା ଜଣାପଡିଛି। ଗଞ୍ଜାମ ଜିଲା ଦେଇ ରେଲୱେ ଲାଇନ୍‌ ଓ ଜାତୀୟ ରାଜପଥ ଯାଇଛି। ତା ଉପରେ ପାଣି ପାଇପ୍‌ ଲାଇନ୍‌ର କ୍ରସିଂ ର ଆବଶ୍ୟକତା ପଡିଛି ା ଏଥିଲାଗି ଏନଏଚଏଆଇ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ ହେଁ ଜାତୀୟ ରାଜପଥ ସଂପ୍ରସାରଣ କାମ ସରିବା ପରେ ଏସବୁ ତ୍ୱରାନ୍ବିତ ହେବ ବୋଲି ବିଭାଗକୁ ଚିଠି ଆସିଛି ା ଏହି ପରିପ୍ରେକ୍ଷୀରେ ଉକ୍ତ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଆହୁରି ବିଳମ୍ବିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି ା
ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅଧିନ ୭ଟି ପଞ୍ଚାୟତ ଅଧିନ ୫୫ ଗାଁ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ୧୪ ପଞ୍ଚାୟତ ଅଧିନ ୯୨ ଗ୍ରାମରେ ପାଣି ସମସ୍ୟା ଦୂର ପାଇଁ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ା ଏହି ପ୍ରକଳ୍ପ ପାଇଁ ୨୦୩.୪୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ା ଏହି ପ୍ରକଳ୍ପ କାମ ୨୦୧୮ ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିଲା। ପ୍ରଥମେ ଏହା ୨୦୨୦ ଅଗଷ୍ଟ ୨୬ରେ ସାରିବାକୁ ଲକ୍ଷ୍ୟ ରହିଥିଲା ା ପରେ ଏହାର ଅବଧିକୁ ୨ ବର୍ଷ ବୃଦ୍ଧି କରାଯାଇ ଚଳିତ ବର୍ଷ ଅଗଷ୍ଟ ୨୬ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ଜୁନ୍‌ ୧ରେ ତକତ୍ାଳୀନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଛତ୍ରପୁର ଠାରେ ଅନୁଷ୍ଠିତ ଗଞ୍ଜାମ-ପୁରୀ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକ କରିଥିଲେ ା ଏହାପୂର୍ବରୁ ମଧ୍ୟ ବହୁବାର ଏପରି ସମୀକ୍ଷା ବୈଠକ ହୋଇଥିଲା। ଦାସବର୍ମାଙ୍କ ନିଜ ନିର୍ବାଚମଣ୍ଡଳୀ ଅଧିନରେ କୃଷ୍ଣପ୍ରସାଦ ବ୍ଲକ ଯାଉଥିବାରୁ ସେ ଏହାକୁ ଅଧିକ ଧ୍ୟାନ ଦେଉଥିଲେ ା ଏବେ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନାହାନ୍ତି। ତେଣୁ ପ୍ରକଳ୍ପ କାମ କେବେ ସରିବ ତାହା
ଅନିଶ୍ଚିତତା ମଧ୍ୟରେ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri