ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ ଅବସରରେ ବରପଦା ସୁରକ୍ଷା ମଞ୍ଚ ସଭାପତି ତଥା ସାମାଜିକ କର୍ମୀ ଯୁଧିଷ୍ଠିର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରମିକ ଦିବସର ମହତ୍ତ୍ୱ ଏବଂ ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ, ଶ୍ରମ, ସେବା ଆଦି ବିଷୟରେ ମତବ୍ୟକ୍ତ କରିଥିଲେ। ଏପରିକି ଶ୍ରମିକଙ୍କ ଅଧିକାର ଏବଂ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଞ୍ଜନ ପଣ୍ଡା, ରଞ୍ଜନ ବିନ୍ଧାଣୀ, ଉମାକାନ୍ତ ପଣ୍ଡା, ନିତ୍ୟାନନ୍ଦ ଜେନା, ଲଳିତେନ୍ଦୁ ନାୟକ, ବୀରେନ୍ଦ୍ର ବାରିକ, ପୂର୍ବତନ କର୍ମଚାରୀ ଉମାକାନ୍ତ ବେହେରା, ହରିହର ଜେନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାମଜିକ କର୍ମୀ ଅର୍ଜୁନ ମହାପାତ୍ର, ପ୍ରଫୁଲ୍ଲ ଜେନା ଏବଂ ବରପଦା ବଜାର କମିଟିର ସଭ୍ୟମାନେ ଯୋଗଦେଇ କର୍ମଚାରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବାକୁ ପ୍ରତଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି !

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’…

ଭୁଲ କଲେ କି ବିଜୟ? ଶପଥ ଗ୍ରହଣରେ ଭାଷଣ ଦେବା ଆରମ୍ଭ କରିବା ସମୟରେ କାହିଁକି ବାଧା ଦେଇଥିଲେ ରାଜ୍ୟପାଳ, ଜାଣନ୍ତୁ ଏହାର କାରଣ

ଚେନ୍ନାଇ,୧୦।୫: ତାମିଲନାଡୁ ସି. ଜୋସେଫଙ୍କ ନାମରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇଛି। ରବିବାର (୧୦ ମଇ, ୨୦୨୬), ବିଜୟ ଶପଥ ଗ୍ରହଣ ପାଇଁ ମଞ୍ଚରେ ପହଞ୍ଚିବା ମାତ୍ରେ…

୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି…

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା…

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri