ଯାତ୍ରୀ ନାହାନ୍ତି, ତେଲ, ଡ୍ରାଇଭର ଖର୍ଚ୍ଚ ତୁଲାଇବୁ କେମିତି

କୁଚିଣ୍ଡା,୨ା୭: ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଗୁରୁବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହୋଇଛି ବସ୍‌ ସେବା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ ବସ୍‌ରେ ଚଢିବାକୁ ଭୟ କରୁଛନ୍ତି। ତେଣୁ ବିନା ଯାତ୍ରୀରେ ଖାଲି ଗଡୁଛି ବସ୍‌। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା କୁଚିଣ୍ଡା ଅଞ୍ଚଳରେ।

ପ୍ରଥମ ଦିନରେ କୁଚିଣ୍ଡା ବସ୍‌ଷ୍ଟାଣ୍ଡକୁ କେତେକ ବସ୍‌ ଆସି ଅପେକ୍ଷା କରିଥିଲେ ମଧ୍ୟ ଯାତ୍ରୀ ନ ହେବାରୁ ଫେରିଯାଇଥିଲେ। ଦ୍ୱିତୀୟ ଦିନ ଅର୍ଥାତ୍‌ ଶୁକ୍ରବାର ସକାଳ ୫ଟାରେ ରେଙ୍ଗାଲବେଡାରୁ ରାଉରକେଲା ଯାଉଥିବା ଏକ ଘରୋଇ ବସ୍‌ ଅପେକ୍ଷା କରିଥିବାବେଳେ ଜଣେ ମାତ୍ର ଯାତ୍ରୀ ବସିଥିଲେ। ଏହାକୁ ନେଇ ବସ୍‌ ମାଲିକ ଚିନ୍ତାରେ ପଡିଛନ୍ତି। ଯାତ୍ରୀ ନ ହେଲେ ତେଲ ସହ ଡ୍ରାଇଭର, ହେଲପରଙ୍କ ଖର୍ଚ୍ଚ କିପରି ତୁଲାଇବେ ବୋଲି ବସ୍‌ ମାଲିକମାନେ ପ୍ରଶ୍ନ କରିଛନ୍ତି।