ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ଧରାକୋଟ,୪।୯(ଡି.ଏନ୍‌.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି ପ୍ରାକ ଶୈଖିକ କେନ୍ଦ୍ର । ଏଣୁ ଅଭିଭାବକମାନେ ବହୁ ଆଶା ଓ ଭରସା କରି କେନ୍ଦ୍ରକୁ ନିଜ ପିଲାଙ୍କୁ ପଠାନ୍ତି । ହେଲେ ନିଜସ୍ବ ଗୃହ ବଦଳରେ ମନ୍ଦିର ପିଣ୍ଢାରେ ବସି ପିଲା ପାଠ ପଢୁଛନ୍ତି। ଗଛ ତଳେ ଅବା ମନ୍ଦିର ରୋଷଶାଳା ବାରଣ୍ଡାରେ ଖାଦ୍ୟ ଖାଉଛନ୍ତି । ପିଲାଙ୍କ ଖାଇବା ଉପରେ ସତର୍କ ଦୃଷ୍ଟି ପକାଉଛନ୍ତି କୁଆ,ମାଙ୍କଡ ଓ କୁକୁର । ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖୁଛନ୍ତି କର୍ମୀ ଓ ଦୁଇଜଣ ସହାୟିକା। ଏହା ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଜଗମୋହନ ୨ ଓ ୩ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ। ଦୁଇଟି କେନ୍ଦ୍ରରେ ପ୍ରାୟ ୪୦ ଜଣ ପିଲା ପଢୁଛନ୍ତି। ଘର ନାହିଁ, ବିଦ୍ୟୁତ୍‌ ନାହିଁ, ପାଣି ନାହିଁ, କଳାପଟା ନାହିଁ, ଖାଦ୍ୟ ଖାଇବା ପାଇଁ ଜାଗା ନାହିଁ। ପ୍ରକାଶ ଯେ, ୨୦୧୯-୨୦୨୦ରେ ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠିରୁ ୮ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରିଥିଲେ। କାମ ଆରମ୍ଭ ହୋଇଥିଲା। ଛାତ ନ ପକାଇ ଅଧପନ୍ତରିଆ ଭାବେ ଏହାକୁ ଛାଡ଼ି ଦିଆଗଲା । କାର୍ଯ୍ୟନିର୍ବାହୀ ସଂସ୍ଥା ବ୍ଲକ ପ୍ରଶାସନ ତରଫରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ସଂପୃକ୍ତ ଯନ୍ତ୍ରୀଙ୍କ ବଦଳି ହୋଇଯାଇଛି, ନୂତନ ଯନ୍ତ୍ରୀ ଦାୟିତ୍ୱ ନେବା ପରେ କାମ ଆରମ୍ଭ ହେବ। ପିଲାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ପ୍ରଶାସନକୁ ଦୁଇବର୍ଷ ଲାଗିଲାଣି। ତଥାପି କାମ ସରିନାହିଁ। ବର୍ତ୍ତମାନ ଏହା ଛେଳି ଗୁହାଳ ପାଲଟିଲାଣି। ସଂପ୍ରତି ନିର୍ବାଚିତ ସରପଞ୍ଚ ଲିନା କୁମାରୀ ମହାରଣା କହିଛନ୍ତି ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ କରାଯିବା ସହ ପ୍ରସ୍ତାବିତ ନୂତନ କେନ୍ଦ୍ରର ଗୃହ ନିର୍ମାଣ ଓ ସରକାରଙ୍କ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବିତ କାର୍ଯ୍ୟାଳୟ ସଦର ମହକୁମାରେ ତ୍ୱରିତ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ସେହିପରି ୨ ନମ୍ବର କେନ୍ଦ୍ରର କର୍ମୀ ଗତ ୨୫ା୧୨ା୨୦୨୧ରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାହା ପରଠାରୁ ଏହା ଖାଲି ପଡ଼ିଛି। କର୍ମୀ ନିଯୁକ୍ତି ପାଇଁ ସାକ୍ଷାତକାର ସରିଛି ହେଲେ ନିଯୁକ୍ତି ଦିଆଯାଉନାହିଁ । ଏଣୁ ଦୁଇ ଓ ତିନି ନମ୍ବର କେନ୍ଦ୍ରର ଠିକଣା ବଳା ମଣି ଠାକୁରାଣୀ ମନ୍ଦିର ପିଣ୍ଡା। କର୍ମୀଙ୍କ ସହ ଦୁଇଜଣ ସହାୟିକା ପିଲାଙ୍କ ତଦାରଖ କରୁଛନ୍ତି । କର୍ମୀଙ୍କ ଘରେ ରୋଷେଇ ହୋଇ ପିଲାଙ୍କ ନିମନ୍ତେ ଖାଦ୍ୟ ଆସୁଛି । ବର୍ଷା, ଶୀତ ଦିନରେ ପିଲାଙ୍କ କଥା ନ କହିବା ଭଲ। ଘଟଣା ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କହିଛନ୍ତି ସେ ଏ ନେଇ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri