ବାହାର ଜିଲା ପୋଲିସଙ୍କୁ ପୁରୀ ମନା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପୁରୀ ଯାଇପାରିବେ ନାହିଁ ଜିଲା ବାହାରର ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭକ୍ତଶୂନ୍ୟ ରଥଯାତ୍ରା କରାଯାଉଛି। ଶ୍ରୀଜିଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ପୋଲିସ ଡିଜି ଅଭୟ ନୂଆ ଏସ୍‌ଓପି ଜାରି କରିଛନ୍ତି। ତଦନୁଯାୟୀ ଅଫିସିଆଲ ବାହାନା କରି ବାହାର ଜିଲାର ପୋଲିସ କର୍ମଚାରୀ ପୁରୀ ଯାଇ ପାରିବେ ନାହିଁ।ଆବଶ୍ୟକ ପଡ଼ିଲେ ପୋଲିସ ମୁଖ୍ୟାଳୟରୁ ଅନୁମତି ନେଇ ଯିବାକୁ ପଡ଼ିବ। ତେବେ ଜୁଲାଇ ୪ ପର୍ଯ୍ୟନ୍ତ ନ ଯିବା ଉପରେ ପୋଲିସ ଡିଜି କଟକଣା ଲଗାଇଥିବା ଶୁକ୍ରବାର ସୂଚନା ମିଳିଛି।