Categories: ଖେଳ

‘ଧୋନୀଙ୍କ ଭଳି କେହି ନୁହେଁ’

ନୂଆଦିଲ୍ଲୀ,୨୭।୧: “ସେ ଜିରୋରେ ଆଉଟ୍‌ ହୋଇଥାନ୍ତୁ କି ଶତକ ହାସଲ କରିଥାନ୍ତୁ କିମ୍ବା ବିଶ୍ୱକପ୍‌ ଜିତିଥାନ୍ତୁ ନ ହେଲେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥାନ୍ତୁ। କିନ୍ତୁ ଏହା ତାଙ୍କ ଉପରେ କୌଣସି ଫରକ ପକାଏ ନାହିଁ। ମୁଁ ଅନେକ କ୍ରିକେଟରଙ୍କୁ ଦେଖିଛି, ହେଲେ ତାଙ୍କ ଭଳି କେହି ନୁହେଁ। ଏପରି କି ସଚିନ ତେନ୍ଦୁଲକରଙ୍କ ପାଖରେ ଚମତ୍କାର ସ୍ବଭାବ ଥିଲା। ମାତ୍ର ସେ ବେଳେବେଳେ ରାଗି ଯାଆନ୍ତି। କିନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କଦାପି ରାଗନ୍ତି ନାହିଁ”। ପାକିସ୍ତାନ ପୂର୍ବତନ କ୍ରିକେଟର ଶୋଏବ ଅଖତରଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଛନ୍ତି ପୂର୍ବତନ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ।

ଧୋନୀ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପୂର୍ବତନ ଅଧିନାୟକ ଏବେ ବି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ନେତୃତ୍ୱ ନେଉଛନ୍ତି। ତାଙ୍କ ସମେତ ୪ ଜଣଙ୍କୁ ୪ ଥର ଆଇପିଏଲ ଚାମ୍ପିୟନ ଦଳ ରିଟେନ କରିଛି।

Share