କେହି କିଛି ଜାଣୁ ନାହାନ୍ତି, କଥା କହୁଛନ୍ତି

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଅଧିକ ଦ୍ରୁତ ଓ ଘାତକ ହେଉଛି। ୧୦ଦିନରେ ସଂକ୍ରମଣ ଲକ୍ଷେ ପାର୍‌ କରୁଥିବାବେଳେ ଦୈନିକ ୧୫ରୁ ଊର୍ଦ୍ଧ୍ୱ ଜୀବନ ଯାଉଛି। ଏ ପରିସ୍ଥିତିରେ ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତମନ୍ତବ୍ୟ ବାରମ୍ବାର ବଦଳୁଥିବାରୁ ଏହା ଲୋକଙ୍କୁ ଆଶ୍ୱସ୍ତି ବଦଳରେ ବିଭ୍ରାନ୍ତ କରୁଛି। ସଂକ୍ରମଣ କେବେ କମିବ ତାହାକୁ ନେଇ କେହି କିଛି ସ୍ପଷ୍ଟ ତଥ୍ୟ ଦେଇପାରୁନାହାନ୍ତି। କେବଳ ବର୍ତ୍ତମାନର ସ୍ଥିତିକୁ ଦେଖି ସମସ୍ତେ କଥା କହି ବାହାବା ନେବାରେ ଲାଗିଛନ୍ତି।
ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଥିଲେ, ମେ’ ୧୫ ବେଳକୁ ଓଡ଼ିଶାରେ କରୋନା ପିକ୍‌ ବା ଶୀର୍ଷରେ ପହଞ୍ଚତ୍ବ। କିନ୍ତୁ ଏବେସୁଦ୍ଧା ପିକ୍‌ରେ ପହଞ୍ଚତ୍ଲାଣି କି ନାହିଁ ତାହା କେହି ସ୍ପଷ୍ଟ କରିପାରୁନାହାନ୍ତି। ଦୈନିକ ଟେଷ୍ଟିଂର ପ୍ରାୟ ୨୦ପ୍ରତିଶତ ପଜିଟିଭ୍‌ ହାର ରହୁଛି। ଗତ କିଛି ଦିନର ରେକର୍ଡକୁ ଦେଖିଲେ ଜଣାପଡ଼ୁଛି ଯେ, ଯେତେ ଅଧିକ ଟେଷ୍ଟିଂ ହେଉଛି, ପଜିଟିଭ୍‌ ସଂଖ୍ୟା ସେତେ ବଢ଼ୁଛି। ବର୍ତ୍ତମାନ ଦୈନିକ ପ୍ରାୟ ୫୫ରୁ ୫୭ହଜାର ଟେଷ୍ଟିଂ ହେଉଥିବାବେଳେ ୧୦ରୁ ୧୨ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ପୁଣି କୁହାଗଲାଣି ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ସଂକ୍ରମଣ କମିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ପ୍ଲାଟ୍ୟୁ ଷ୍ଟେଜ୍‌ରେ ସଂକ୍ରମଣ ରହିଛି। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ମେ’ ଶେଷ ଅବା ଜୁନ୍‌ ପ୍ରଥମରୁ ସଂକ୍ରମଣ ଧୀରେ ଧୀରେ କମିବ। ମେ’ ୩୧ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ତଳକୁ ଯିବ। ଜୁନ୍‌ ମଧ୍ୟଭାଗ ବେଳକୁ ଦୈନିକ ସଂକ୍ରମଣ ଅପେକ୍ଷାକୃତ କମିଯାଇଥିବ। ତେଣୁ ଆଉ ଗୋଟିଏ ସପ୍ତାହ ଲକ୍‌ଡାଉନ୍‌ ହେବା ଉଚିତ ବୋଲି ସେ କହିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏଭଳି ମତକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କରୋନା ସ୍ଥିତି ସୁଧୁରିବ ଓ ଜୀବନଜୀବିକା ପୁଣି ସ୍ବାଭାବିକ ହେବ ବୋଲି ରାଜ୍ୟବାସୀ ଯେଉଁ ଆଶା ରଖିଥିଲେ ତାହା ଏବେ ଚିନ୍ତା ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri