Posted inଜାତୀୟ

୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…

ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖବରଦାତାଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣତନ୍ତ୍ର ବିଷୟରେ ଅନେକ କଥା କହୁଛନ୍ତି, କିନ୍ତୁ ଏହା ଅନୁଯାୟୀ ଚାଲିନାହାଁନ୍ତି।

୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ ପାରିତ ହୋଇଛି। ବିରୋଧୀ ଦଳ ଏନେଇ ଆଗ୍ରହୀ ନୁହଁନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି। ଯେତେବେଳେ ବିରୋଧୀ କହିବାକୁ ଉଠିଲେ, ସେମାନେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ଜେପିସି ଗଠନ ପାଇଁ ଆମର ଦାବି ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଆମର ପ୍ରଶ୍ନ ହେଉଛି, ଆପଣ ଜେପିସି ଗଠନ କରିବାକୁ କାହିଁକି ଭୟ କରୁଛନ୍ତି?

ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା’ ପ୍ରସଙ୍ଗ ଉଠା ଯାଇଥିଲା। ପ୍ରଧାନମନ୍ତ୍ରୀ ନିଜେ ସଂସଦରେ ରୁହନ୍ତି ନାହିଁ। ବିଦେଶରେ ରୁହନ୍ତି, ବାହାରେ ବୁଲି ନିର୍ବାଚନ ପ୍ରଚାର କରନ୍ତି, ଶିଳାନ୍ୟାସ କରନ୍ତି ଏବଂ ସବୁଥିରେ ଶ୍ରେୟ ନିଅନ୍ତି।

ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ସମ୍ପର୍କରେ ସେ କହିଛନ୍ତି, ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ ତାଙ୍କୁ କେତେ ଶୀଘ୍ର ଅଯୋଗ୍ୟ କରାଯାଇଛି। କିନ୍ତୁ ଗୁଜରାଟର ଏମ୍‌ପି ନାରାୟଣ ଭାଇଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା, ତଥାପି ସେ ଅଯୋଗ୍ୟ ହୋଇ ନ ଥିଲେ। ତାଙ୍କୁ ୧୬ ଦିନ ସମୟ ଦିଆଯାଇଥିଲା। ଆମେ ନିୟମ ଅନୁଯାୟୀ ଲଢ଼ିବାକୁ ଶାସକ ଦଳ ଗଣତନ୍ତ୍ର ନୁହେଁ ବୋଲି କହୁଛନ୍ତି।

ସେ କହିଛନ୍ତି, ଆମେ ନ୍ୟାୟ ପାଇଁ ସଂଗ୍ରାମ କରୁଛୁ। ବିରୋଧୀ ଦଳର ସମସ୍ତ ନେତା ଏକାଠି ଏହି ପ୍ରସଙ୍ଗ ଏକଜୁଟ ହେବାରେ ଲାଗିଛନ୍ତି। ପ୍ରସଙ୍ଗ ହେଉଛି ଦେଶକୁ ବଞ୍ଚାଇବା।

ପ୍ରଧାନମନ୍ତ୍ରୀଙ୍କ ବଂଶବାଦ ମନ୍ତବ୍ୟ ନେଇ ଖାର୍ଗେ କହିଛନ୍ତି ୧୯୯୦ ମସିହାରୁ ଗାନ୍ଧୀ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ହୋଇପାରିଛନ୍ତି କି? ସେମାନେ ଦେଶ ପାଇଁ ଲଢୁଥିବା ଲୋକଙ୍କ ବିରୋଧରେ ଇଡ଼ି ସିବିଆଇ ଚଢ଼ାଉ କରାନ୍ତି। ମାତ୍ର ଗାନ୍ଧୀ ପରିବାର ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରନ୍ତି। ଭାଜପା ଦେଶକୁ ବିଭାଜନ କରିବାରେ ଲାଗିଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri