ବାହାର ଚକାଚକ୍‌, ଭିତର ଶ୍ରେଣୀଗୃହ ନେଇ କାହାର ଚିନ୍ତା ନାହିଁ

ନନ୍ଦପୁର,୧୪।୫( ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତରେ ରହିଛି ନେତାଜୀ ଉଚ୍ଚ ବିଦ୍ୟାଳୟ। କୋରାପୁଟ ଜିଲାର ଏକ ଆଦର୍ଶ ବିଦ୍ୟାଳୟ ରୂପେ ଏହାର ପରିଚିତି ରହିଛି। ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟ ପ୍ରବେଶ ପଥ ବେଶ୍‌ ଆଖିଦୃଶିଆ ହୋଇଥିବା ବେଳେ ଭିତରେ ଶ୍ରେଣୀଗୃହଗୁଡ଼ିକର ଅବସ୍ଥା ବିପଦସଙ୍କୁଳ ହୋଇପଡିଛି। ଏନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।
୧୯୯୨ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଆଜବେଷ୍ଟସ୍‌ ଛପର ଶ୍ରେଣୀଗୃହଗୁଡ଼ିକର ଆଜବେଷ୍ଟସ୍‌ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଛପରକୁ ଧରି ରଖିଥିବା କାଠଗୁଡ଼ିକ ଉଇଖାଇ ନଷ୍ଟ ହେଲାଣି। କାନ୍ଥରୁ ମାଟି ଖସୁଛି। ବିଭିନ୍ନ ସମୟରେ ଥୁବା ପଞ୍ଚାୟତ ପ୍ରଶାସନ, ବ୍ଲକ ପ୍ରଶାସନ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ଲକ ଓ ଜିଲା ଶିକ୍ଷାଧିକାରୀ, ଜିଲା ପରିଷଦ ପ୍ରତିନିଧି, ଜିଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଆସି ଶ୍ରେଣୀଗୃହଗୁଡ଼ିକର ଅବସ୍ଥା ଦେଖି ଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଏସ୍‌ଏମ୍‌ସି ସଭାପତି ଜୟସନ୍‌ ଖିଲ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମେଶ୍ବର ଦୋରା କହିଛନ୍ତି। ବର୍ତ୍ତମାନ ଏହି ବିଦ୍ୟାଳୟରେ ୪୭୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଅଷ୍ଟମ ଶ୍ରେଣୀରେ ୧୧୮, ନବମ ଶ୍ରେଣୀରେ ୧୯୫ ଓ ଦଶମ ଶ୍ରେଣୀରେ ୧୬୨ ଛାତ୍ରୀଛାତ୍ର ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୩୦ ଆଦିବାସୀ ବର୍ଗର। ୫-ଟି ରୂପାନ୍ତରିତ ବ୍ୟବସ୍ଥାରେ ୩୮ଲକ୍ଷ ଟଙ୍କା ବ୍ୟୟ କରାଯାଇ ବିଦ୍ୟାଳୟର ଥିବା ତିନି ଛାତଘରକୁ ଇ-ଲାଇବ୍ରେରି, ବିଜ୍ଞାନାଗାର, କମ୍ପ୍ୟୁଟର କକ୍ଷ ଓ ସ୍ମାର୍ଟ ଶ୍ରେଣୀଗୃହରେ ପରିଣତ କରାଯାଇଛି। କାନ୍ଥବାଡ଼ ଚିତ୍ରଣ କରାଯାଇ ଆକର୍ଷଣୀୟ କରାଯାଇଛି। ମାତ୍ର ୪୭୫ ଛାତ୍ରୀଛାତ୍ରଙ୍କୁ ଯେଉଁ ୫ଟି ଶ୍ରେଣୀଗୃହରେ ଶିକ୍ଷାଦାନ କରାଯାଉଛି ସେଗୁଡିକର କୌଣସି ଉନ୍ନତି କରାଯାଇନାହିଁ। ତୁରନ୍ତ ଖରାଛୁଟି ଶେଷ ହେବା ପୂର୍ବରୁ ପ୍ରଥମେ ଉକ୍ତ ପୁରୁଣା ଶ୍ରେଣୀଗୃହଗୁଡିକର ମରାମତି କରିବା ସହ ନୂତନ ବହୁତଳ ବିଶିଷ୍ଟ ଶ୍ରେଣୀଗୃହ ନିର୍ମାଣ କରିବାକୁ ଉଭୟ ସଭାପତି ଦାବି କରିଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟିଦେବାକୁ ବିଦ୍ୟାଳୟ ପ୍ରତିଷ୍ଠାତା ଶେଖ୍‌ ଗଫୁର ଓ ଅଭିରାମ ଜେନା ମଧ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦିଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଶ୍ରେଣୀଗୃହଗୁଡ଼ିକର ବିପଦସଙ୍କୁଳ ଅବସ୍ଥା ସମ୍ପର୍କରେ ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବିଡିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, କିଛିଦିନ ତଳେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଗୌରବ ଶିବାଜୀ ଇସାଲୱାରଙ୍କ ସହ ସମ୍ପୃକ୍ତ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଶ୍ରେଣୀଗୃହଗୁଡ଼ିକର ସ୍ଥିତି ପରଖିଥିଲୁ। ଜିଲାସ୍ତରରୁ ମରାମତି କିମ୍ବା ନୂତନ ନିର୍ମାଣ ନେଇ ନିର୍ଦ୍ଦେଶ ଆସିନାହିଁ। ପାଣ୍ଠି ମଞ୍ଜୁର ଓ ଅଟକଳ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ମିଳିଲେ କାର୍ଯ୍ୟକାରୀ କରାଯିବ ବୋଲ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri