Posted inଖେଳ

ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ

କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ କରିଥିଲେ ଆଲାମ। ବିଦେଶରେ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରି ଆସିଥିଲେ ଚର୍ଚ୍ଚାକୁ। କିନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଖରାପ ପ୍ରଦର୍ଶନ ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ।

୨୦୦୯ରୁ ୨୦୨୧ ମଧ୍ୟରେ ୭ ଜଣ ମୁଖ୍ୟ ଚୟନକର୍ତ୍ତା ଦେଖିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ଏମାନଙ୍କ ମଧ୍ୟରେ ଗୋଟିଏ କଥା ସମାନ ଥିଲା। କୌଣସି ଚୟନକର୍ତ୍ତା ଘରୋଇ କ୍ରିକେଟରେ କ୍ରମାଗତ ପ୍ରଦର୍ଶନ କରୁଥିବା ଫଓ୍ବାଦଙ୍କୁ ଜାତୀୟ ଦଳ ପାଇଁ ଯୋଗ୍ୟ ମଣି ନ ଥିଲେ। ଗତ ୧୧ ବର୍ଷ ମଧ୍ୟରେ ଫଓ୍ବାଦ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬ ଶତକ ଓ ୩୩ ଅର୍ଦ୍ଧଶତକ ସହ ୫୬.୪୮ ହାରରେ କରିଥିଲେ ୭,୯୬୫ ରନ୍‌। ଏହି ସମୟରେ ପାକିସ୍ତାନ ଖେଳିଥିବା ୮୮ ଟେଷ୍ଟରେ ୪୦ ନୂଆ ଖେଳାଳିଙ୍କୁ ମିଳିଥିଲା ପଦାର୍ପଣର ସୁଯୋଗ। ମାତ୍ର କେହି ଫଓ୍ବାଦଙ୍କ ଉପରେ ନଜର ପକାଇ ନ ଥିଲେ। ଦଳର ମଧ୍ୟକ୍ରମରେ ମିଶ୍‌ବା ଉଲ ହକ୍‌, ୟୁନିସ ଖାନ, ଆଝାର ଅଲି ଓ ଅସଦ ଶାଫିକ ଥିବାରୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଫଓ୍ବାଦଙ୍କୁ ସ୍ଥାନ ମିଳି ନ ଥିଲା।

ଦୀର୍ଘ ୧୧ ବର୍ଷ ପରେ ବଦଳିଲା ଭାଗ୍ୟ। ଯେଉଁ ବୟସରେ ପ୍ରାୟ ଖେଳାଳି ସନ୍ନ୍ୟାସ ନିଅନ୍ତି, ସେହି ବୟସରେ ଫଓ୍ବାଦ(୩୫)ଙ୍କୁ ମିଳିଲା ପାକିସ୍ତାନ ଟେଷ୍ଟ ଦଳରେ ସୁଯୋଗ। ଆଉ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ହିଁ ଖେଳିଲେ ଶତକୀୟ ଇନିଂସ। ତାହା ପୁଣି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଘରୋଇ ଦଳ ୨୭ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବାବେଳେ ସେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୧୦୯ ରନ୍‌ ସ୍କୋର କରିଥିଲେ। ଦଳ ପ୍ରଥମ ଇନିଂସରେ ଅଗ୍ରଣୀ ହେବା ସହ ସହଜରେ ମ୍ୟାଚ୍‌ ଜିତିଥିଲା। ବିଜୟୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ଫଓ୍ବାଦଙ୍କୁ ମିଳିଲା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର।

”ମୁଁ କଦାପି କାହାକୁ ଦୋଷ ଦେଇ ନାହିଁ। ମୋ ଭାଗ୍ୟ ଲେଖନ, କେହି ବଦଳାଇ ପାରିବେ ନାହିଁ। ମୋତେ ମିଳୁଥିବା ସୁଯୋଗ ଉପରେ ହିଁ ଧ୍ୟାନ ଦେଉଥିଲି। ଜାତୀୟ ଦଳରେ ସୁଯୋଗ ମିଳିବାରେ ବିଳମ୍ବ ହୋଇଛି, ହେଲେ ମିଳିଛି। ମୋର ୧୦ ବର୍ଷ ବେକାର ଯାଇନାହିଁ। ମୋତେ ଏପର୍ଯ୍ୟନ୍ତ ଯାହା ମିଳିଛି, ହୁଏତ ତା’ଠୁ ଅଧିକ ସଫଳ ହୋଇପାରିଥାନ୍ତି। କିନ୍ତୁ ମିଳିଥିବା ସଫଳତାକୁ ପାଇ ମୁଁ ଖୁସି“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri