କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ ବଜାରକୁ ପୂର୍ବାହ୍ନ ୧୦ଟାରେ ଆସିଥିଲେ। ଦୀର୍ଘ ସମୟ ବିକ୍ରି ପାଇଁ ଅପେକ୍ଷା କରିଥିଲେ। ହେଲେ କେହି ନ ଆସିବାରୁ ଚାଷୀ ଟମାଟୋ କିଲୋ ପ୍ରତି ୨ଟଙ୍କା ବୋଲି ଘୋଷଣା କରିଥିଲେ। ହେଲେ ଏତେ ଅଳ୍ପ ମୂଲ୍ୟରେ ମଧ୍ୟ ଖାଉଟି ଟମାଟୋ କିଣି ନ ଥିଲେ। ଫଳରେ ଚାଷୀ ନିରାଶ ହୋଇ ଶେଷରେ ହାଟରେ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟି ଥିଲେ।
ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ଓ ରବିବାର ସାପ୍ତାହିକ ବଜାର ହୋଇଥାଏ। ଗତ ରବିବାର ସାପ୍ତାହିକ ବଜାରରେ ଟମାଟୋ କିଲୋ ୨ଟଙ୍କା ରହିଥିଲା। ତେଣୁ ଖାଉଟିମାନେ ଜଣ ପିଛା ୪/୫ କିଲୋ ଟମାଟୋ କିଣି ନେଇଥିଲେ। ତାହା ଶେଷ ହୋଇ ନ ଥିବାରୁ ବୁଧବାର ଟମାଟୋ କିଣି ନ ଥିଲେ ବୋଲି ଖାଉଟିମାନେ କହିଛନ୍ତି। କେବଳ ଟମାଟୋ ନୁହେଁ, ଅନ୍ୟାନ୍ୟ ପନିପରିବା ଯେତେବେଳେ ଅଞ୍ଚଳରେ ଅଧିକ ପରିମାଣରେ ଉତ୍ପାଦନ ହେଉଛି, ସେଗୁଡିକୁ ସଂରକ୍ଷଣ କରିବା ପାଇଁ ସରକାରୀ ଶୀତଳଭଣ୍ଡାର ନାହିଁ। ଚାଷୀମାନେ ଏହିପରି ଭାବେ ପରିବା ବାଣ୍ଟି ଦେଉଛନ୍ତି ବା ନଷ୍ଟ ହୋଇଯାଉଛି। ଏନେଇ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଗର୍ଭାରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବରୀ,୨୩।୧(ଡି.ଏନ.ଏ.): ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ବୌଦ୍ଧପୀଠ ମଧ୍ୟରେ ରତ୍ନଗିରିର ରହିଛି ସ୍ବତନ୍ତ୍ର ପରିଚୟ। ରତ୍ନଗର୍ଭା ବୋଲି କୁହାଯାଉଥିବା ଏହି ବୌଦ୍ଧପୀଠରେ...

ତେସିଙ୍ଗା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବଗିଚା କାମ କରୁଛନ୍ତି ପ୍ରବାସୀ

ଭଣ୍ଡାରିପୋଖରୀ,୨୪ା୫(ଡି.ଏନ୍‌.ଏ.): କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କିଏ ଟିକ୍‌ଟକ୍‌ କଲାଣି ତ ଆଉ କିଏ ଖାଇବା ଫିଙ୍ଗି ଭିଡିଓ ଭାଇରାଲ କଲେଣି। ଏଥିନେଇ ସରପଞ୍ଚଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ...

ଧର୍ମଗୁଳାରେ ଜିତିଲେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା

ଦାରିଙ୍ଗବାଡ଼ି,୧୭।୬(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। କଂଗ୍ରେସ ସମର୍ଥିତ ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲ୍ଲିକ ଧର୍ମଗୁଳାରେ ବିଜୟୀ ହୋଇଛନ୍ତି। ପୂର୍ବାହ୍ନ...

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦ ବୋମାମାଡ଼

ବ୍ରହ୍ମଗିରି,୨୫।୨(ଡି.ଏନ୍‌.ଏ.): ରାଜନୈତିକ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗ୍ରାମରେ ଗୁରୁବାର ପୁଣିଥରେ ଗୋଷ୍ଠୀ ସଂଘର୍ଷ ସହ ୨୦ରୁ ଊର୍ଦ୍ଧ୍ୱ...

ଗଞ୍ଜମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଅନ୍‌ଲାଇନ୍‌ରେ ୧୪ ଦିନିଆ ମାଗଣା ଡ୍ରଇଂ, ଫଟୋଶପ୍‌ ଶିକ୍ଷା

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟା ସଟ୍‌ଡାଉନ୍‌ ଜାରି ରହିଛି। ସମସ୍ତେ ଘରେ ଅଛନ୍ତି। ବୋରିଂରୁ ମୁକ୍ତି ପାଇବା ସହ...

ବାଲିଯାତ୍ରା ପାଇଁ ବାଲି ସଂଗ୍ରହ

ବୋରିଗୁମ୍ମା, ୨୩ା୧ (ଡି.ଏନ୍‌.ଏ.) ବୋରିଗୁମ୍ମା ଐତିହାସିକ କୃଷି ପର୍ବ ବାଲିଯାତ୍ରା ନିମନ୍ତେ ବୁଧବାର ବାଲି ସଂଗ୍ରହ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାରେ ଏହି ପର୍ବର ଏକ...

Advertisement
Archives

Model This Week