ନେଟ୍‌ଓ୍ବର୍କ ନାହିଁ, କେମିତି ହେବ ‘ଡିଜିଟାଲ ପ୍ରଚାର’

ବିଷମକଟକ, ୨୧।୧(ଡି.ଏନ୍‌.ଏ.): ଅବିଭକ୍ତ କୋରାପୁଟ ଜିଲାକୁ ୧୯୯୨ରେ ବିଭାଜନ କରାଯାଇ ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲା ହୋଇଥିଲା। ହେଲେ ଏବେବି ୪ ଜିଲାର ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠିକୁ ମୌଳିକ ସୁବିଧା ପହଞ୍ଚତ୍ ପାରୁନାହିଁ। ଡିଜିଟାଲ ସମୟରେ ଅଧିକାଂଶ ଅଞ୍ଚଳକୁ ଇଣ୍ଟରନେଟ୍‌ ସଂଯୋଗ ହୋଇପାରିନି। ରାୟଗଡ଼ା ଜିଲାର ୯୬୨ ଓ କୋରାପୁଟ ଜିଲାର ୫୫୨ ଗ୍ରାମକୁ ଇଣ୍ଟରନେଟ ବ୍ୟବସ୍ଥା ମିଳିନାହିଁ ବୋଲି କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା ପାର୍ଲାମେଣ୍ଟରେ ଉଦ୍‌ବେଗ ପ୍ରକାଶ କରିଥିଲେ। କରୋନା ପରଠାରୁ ଏହି ଜିଲାଗୁଡ଼ିକରେ ଇଣ୍ଟରନେଟ୍‌ ସୁବିଧା ନ ଥିବା କାରଣରୁ ପିଲାମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଅବ୍ୟବସ୍ଥା ଲାଗି ରହିଥିବାବେଳେ ଆସିଲାଣି ପଞ୍ଚାୟତ ନିର୍ବାଚନ। କରୋନା ପାଇଁ ନିର୍ବାଚନ କମିଶନ ଏଥର ଶୋଭାଯାତ୍ରା ଏବଂ ପ୍ରଚାର ଉପରେ କଟକଣା ଲଗାଇଥିବାରୁ ପ୍ରାର୍ଥୀ ଭୋଟରଙ୍କ ନିକଟତର ହେବାକୁ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଯେଉଁ ସ୍ଥାନରେ ନେଟ୍‌ଓର୍‌ବକ୍‌ ନାହିଁ ସେ ଅଞ୍ଚଳର ଭୋଟରଙ୍କ ନିକଟତର ହେବା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
କଟକଣା ଯୋଗୁ ପ୍ରାର୍ଥୀମାନେ ହ୍ବାଟ୍ସଆପ୍‌, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଓ ଟୁଇଟର ପୋଷ୍ଟ ଜରିଆରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବେ। କିନ୍ତୁ ରାୟଗଡ଼ାର ବିଷମକଟକ ବ୍ଲକର ରାସକୋଲା, କୁର୍ଲି, କଣାବାଇ, ସାହାଡ଼ା ପଞ୍ଚାୟତକୁ ଆଦୌ ଇଣ୍ଟରନେଟ୍‌ ସେବା ନାହିଁ। ସେହିଭଳି ଡୁକୁମୁ ପଞ୍ଚାୟତର ୧୩ ଗାଁ ଓ ଝିଗିଡ଼ିର ୩ ଗାଁକୁ ଇଣ୍ଟରନେଟ୍‌ ସଂଯୋଗ ନାହିଁ। ସେସବୁ ଅଞ୍ଚଳର ଲୋକଙ୍କ ନିକଟତର ହେବା କଷ୍ଟସାଧ୍ୟ ବୋଲି ରାଜନୀତିରେ ସକ୍ରିୟ ଥିବା କେତେଜଣ କର୍ମୀ କହିଛନ୍ତି। କିନ୍ତୁ ପ୍ରଚାର କରା ନ ଗଲେ ଭୋଟର ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ୱନ୍ଦ୍ୱରେ ରହିବେ। ଏହା ମଧ୍ୟରେ ପ୍ରାର୍ଥୀମାନେ ସରକାରଙ୍କ ନିୟମ ଉଲ୍ଲଂଘନ ପ୍ରଚାର କଲେ ପ୍ରଶାସନ କ’ଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା। ବିଷମକଟକ ସମିତି ସଭ୍ୟ ପ୍ରାର୍ଥୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସରକାରଙ୍କ ଗାଇଡ୍‌ଲାଇନ ମାନି ବାଇକ୍‌ରେ ୨ କିମ୍ବା ୩ ଜଣ ସମର୍ଥକଙ୍କ ପାଖକୁ ଯାଇ ପ୍ରଚାର କରିବେ ବୋଲି କହିଛନ୍ତି। ଏ ନେଇ ଜିଲା ପ୍ରଶାସନର ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri