ଜାଣିବା ଦରକାର ନାହିଁ

ଭାରତୀୟ ଇତିହାସ, ସଂସ୍କୃତି ଓ ଐତିହ୍ୟ ଉପରେ ଭାରତ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ବିଦେଶ ବିଶ୍ୱବିଦ୍ୟାଳୟରେ ଏହି ହ୍ୟୁମାନିଟିଜ୍‌ ସବ୍‌ଜେକ୍ଟସ ବା ମାନବବାଦୀ ବିଷୟ ପଢ଼ିବା ଲାଗି ଜାତୀୟ ଦରିଆପାରି ମେଧାବୃତ୍ତି (ଏନ୍‌ଓଏସ୍‌) ସକାଶେ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କୁ ଆଉ ସେହି ସୁବିଧା ଦିଆଯିବ ନାହିଁ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ନିୟମାବଳୀ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଭାରତରେ ଏହିସବୁ ବିଷୟ ପଢ଼ିବା ଲାଗି ଏଠାକାର ବିଶ୍ୱବିଦ୍ୟାଳୟରେ ପାଠର ଭଣ୍ଡାର ରହିଛି। ତେଣୁ ସେହି ବିଷୟଗୁଡ଼ିକ ବିଦେଶରେ ପଢ଼ିବା ଲାଗି ଅର୍ଥ ବ୍ୟୟ କରିବାର ଆବଶ୍ୟକତା ନାହିଁ। ଏହା ପରିବର୍ତ୍ତେ ବିଦେଶ ବିଶ୍ୱବିଦ୍ୟାଳୟରେ ଅନ୍ୟାନ୍ୟ ବିଷୟ ଉପରେ ବିଶେଷ ଜ୍ଞାନ ଆହରଣ କରିବା ନିମନ୍ତେ ସମ୍ବଳ ବିନିଯୋଗ କରାଯାଇପାରିଲେ ମଙ୍ଗଳଦାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ବିଭିନ୍ନ ଆଡ଼ୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାସ୍ତବରେ ଦେଖିଲେ ମନୁବାଦ ଚିନ୍ତାଧାରା ଭାରତୀୟ ସାମାଜିକ ପ୍ରଗତିକୁ ସବୁବେଳେ ବାଧା ପହଞ୍ଚାଇଆସିଛି। ସେଥିରେ ଅନେକ ସକାରାତ୍ମକ ଚିନ୍ତାଧାରା ଥିବା ସତ୍ତ୍ୱେ ସାଧାରଣରେ ଯାହା ହୁଏ ତାହା ହିଁ ହୋଇଛି। ଅର୍ଥାତ୍‌ ସକାରାତ୍ମକ ଦିଗକୁ ଛାଡ଼ିଦେଇ ସମାଜ ପାଇଁ ଯାହାସବୁ ନକାରାତ୍ମକ ସେତିକି ଉପରକୁ ଦିଶୁଛି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବେ ନେଇଥିବା ନିଷ୍ପତ୍ତି ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବୁଝାପଡ଼ୁଛି। ପ୍ରକୃତ କଥା ହେଉଛି ଯେତେବେଳେ ଭାରତୀୟ ଯୁବପିଢ଼ି ବିଦେଶ ଯାଇ ଭାରତୀୟ ଇତିହାସ, ସଭ୍ୟତା, ସଂସ୍କୃତି, ଐତିହ୍ୟ ବିଷୟରେ ପଢ଼ିବେ ସେତେବେଳେ ସେମାନେ ସବୁ ଦିଗରୁ ବୁଝିବାର ସୁଯୋଗ ପାଇବେ। ଯେଉଁ ବହିଗୁଡ଼ିକୁ ଭାରତରେ ପଢ଼ିବା ସମ୍ଭବ ନୁହେଁ, ତାହାକୁ ସେମାନେ ବିଦେଶରେ ଭଲ ଭାବେ ପଢ଼ିପାରିବେ। ଉଦାହରଣସ୍ବରୂପ ଓ୍ବେଣ୍ଡି ଡନିଗରଙ୍କ ‘ଦି ହିନ୍ଦୁ: ଆନ୍‌ ଅଲ୍‌ଟରନେଟିଭ୍‌ ହିଷ୍ଟ୍ରି’ ପୁସ୍ତକର ବିକ୍ରିକୁ ଭାରତ ସରକାର ଏହି ଦେଶରେ ନିଷିଦ୍ଧ କରିଦେଇଛନ୍ତି। ସେହିସବୁ ପାଶ୍ଚାତ୍ୟ ଚିନ୍ତାଧାରା ସବୁବେଳେ ଖ୍ରୀଷ୍ଟଧର୍ମ ଦିଗରୁ ଭାରତୀୟମାନଙ୍କୁ ସମାଲୋଚନା କରୁଛି ବୋଲି କେତେକ ମହଲରୁ ଯେଉଁ ଯୁକ୍ତି ବଢ଼ାଯାଏ, ତାହା ନିର୍ବୁଦ୍ଧିଆର ଲକ୍ଷଣ। ସାଧାରଣରେ ମଣିଷ ଚରିତ୍ର ନିଜର ତ୍ରୁଟିକୁ୍‌ ସ୍ବୀକାର କରେନାହିଁ। ଅପରପଟେ ଇତିହାସର ଦ୍ୱାହି ଦେଇ ଦୀର୍ଘକାଳ ରହିଆସିଥିବା ଜାତିପ୍ରଥା ଭଳି ଅସାମାଜିକ ଚିନ୍ତାଧାରାକୁ ଏପର୍ଯ୍ୟନ୍ତ ବଞ୍ଚାଇ ରଖାଯାଇଛି। ଯେଉଁମାନେ ଜାତିପ୍ରଥାକୁ ସମର୍ଥନ କରନ୍ତି ସେମାନଙ୍କ ଯୁକ୍ତି ଅସରନ୍ତି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଉପରଲିଖିତ ନିଷ୍ପତ୍ତି ସ୍ପଷ୍ଟ କରିଦେଉଛି ଯେ ଭାରତୀୟ ଇତିହାସ ଓ ସଂସ୍କୃତି ଉପରେ ନିରପେକ୍ଷ ଗବେଷଣାକୁ ଆଜିର ଭାରତୀୟ ବ୍ୟବସ୍ଥା ଚିହ୍ନିବାକୁ ଅନିଚ୍ଛୁକ। ବିଦେଶ ବିଶ୍ୱବିଦ୍ୟାଳୟରେ ବଞ୍ଚିରହିଥିବା ନିରପେକ୍ଷତା ଏବେକାର ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ ବ୍ୟସ୍ତ କରୁଥିବା ଭଳି ମନେହେଉଛି। ଏହାର ଅନ୍ୟ ଏକ ମାରାତ୍ମକ ଦିଗକୁ ବି ଦେଖାଯିବା ଦରକାର। ଏହି ବ୍ୟବସ୍ଥା ଭାରତୀୟ ଇତିହାସକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବାକୁ ଚେଷ୍ଟିତ। ଇତିହାସ କେବଳ ଜବାହରଲାଲ୍‌ ନେହେରୁଙ୍କଠାରେ ଅଟକି ଯାଇନାହିଁ। ଏହି ଚିନ୍ତାଧାରା ମୋଗଲ ଶାସନକୁ ମଧ୍ୟ ଇତିହାସରୁ ଲୋପ କରିଦେବା ପାଇଁ ସୁଯୋଗ ମିଳିଲେ କରିଦିଅନ୍ତା। ଏହାର ଅର୍ଥ ନୁହେଁ ଯେ, ମୁସଲମାନ ଶାସକମାନେ ଭାରତ ପାଇଁ ମଙ୍ଗଳମୟ ହୋଇଥିଲେ। କିନ୍ତୁ ଇତିହାସର ବାସ୍ତବତାକୁ ବଦଳାଇ ଦେଲେ ଆଜିର ଭାରତୀୟ ଚରିତ୍ର ସୁଦୃଢ଼ ହେବା ପରିବର୍ତ୍ତେ ଅଧିକ ଦୁର୍ବଳ ହେବାର ସବୁ ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ, ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଇତିହାସ ଦେଖାଯାଉ। ସେ ଜେଲରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ରହି ପ୍ରାଣ ହରାଇଥିଲେ। ତେବେ ସୁରେନ୍ଦ୍ର ସାଏଙ୍କୁ ବ୍ରିଟିଶ ହାତରେ ଧରାଇଦେବାରେ ତାଙ୍କ ନିଜ ଲୋକଙ୍କ ହାତ ଥିଲା ବୋଲି ସାଧାରଣରେ ଜଣା। ଏଭଳି ଇତିହାସ ଅନେକ ତଥାକଥିତ ଦେଶପ୍ରେମୀ ବୋଲାଉଥିବା ଲୋକଙ୍କୁ ବାଧିପାରେ। ଆଜିର ସ୍ଥିତିରେ ଏହିଭଳି ଅପ୍ରିୟ ସତ୍ୟକୁ ଲୁଚାଇଦେବାର ଉଦ୍ୟମ ଏବେ ଆରମ୍ଭ ହୋଇଛି। ସେଥିପାଇଁ ଏବର ସବୁ ବିଫଳତାକୁ ବୁଝାଇଦେବା ପାଇଁ ଇତିହାସ ତ୍ରୁଟିର ଦ୍ୱାହି ଦିଆଯାଉଛି। ତେଣୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଚାହୁଁ ନାହିଁ ଭାରତୀୟ ଛାତ୍ରୀଛାତ୍ର ବିଦେଶ ଯାଇ ଭାରତର ବାସ୍ତବ ଇତିହାସ ପଢ଼ନ୍ତୁ ଓ ତାହା ଉପରେ ଅଧିକ ଗବେଷଣା କରନ୍ତୁ। ଏବେ ଯେଉଁଭଳି ଭାବେ ପ୍ରକୃତ ଇତିହାସକୁ ବଦଳାଇ ଦେବାର ଉଦ୍ୟମ ହେଉଛି, ତାହା ଆଗାମୀ ପିଢ଼ିକୁ ବାସ୍ତବତାଠାରୁ ଦୂରେଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri