ଦେଶର ପ୍ରତ୍ୟକ ନାଗରିକଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଖାଦ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ସୁବିଧା ପାଇବାକୁ ରାସନ କାର୍ଡ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ପରିଗଣିତ ହୋଇଥାଏ ।
ଆପଣମାନଙ୍କ ଭିତରେ ଅନେକ ଜଣଙ୍କ ନିକଟରେ ରାସନ କାର୍ଡ ଥିବା ବେଳେ ଅନେକ ଜଣ ନୂଆକରି ଏହି କାର୍ଡ ଆବେଦନ କରିବାକୁ ଚାହୁଁଥିବେ । ତେବେ ବାରମ୍ୱାର ବିଭିନ୍ନ ଯାଗାକୁ ଦୌଡିବା ପରେ ମଧ୍ୟ ଆପଣଙ୍କୁ ସଫଳତା ମିଳିପାରୁନାହିଁ କି? ଚିନ୍ତା କରନ୍ତୁ ନାହିଁ ଆମେ ଆପଣଙ୍କୁ ଏକ ନୂଆ ଉପାୟ ସମ୍ପର୍କରେ ଜଣାଇବୁ । ଯେଉଁଥିରେ ଆପଣ ଘରେ ବସି ହିଁ ରାସନ କାର୍ଡ ପ୍ରାପ୍ତ କରିପାରିବେ
ପ୍ରଥମେ ରାଶନ କାର୍ଡ ପାଇବାକୁ ହେଲେ ଲୋକଙ୍କୁ ବିଭିନ୍ନ ସରକାରୀ ଅଫିସରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବା ସହ ଲମ୍ୱା ସମୟ ଅପେକ୍ଷା କରିବାକୁ ପଡୁଥିଲା । ବର୍ତ୍ତମାନ ଏହି ପ୍ରକ୍ରିୟା ଅତ୍ୟନ୍ତ ସରଳ ଓ ସହଜ ହୋଇଯାଇଛି ।
ବର୍ତ୍ତମାନ ଆପଣ ଉମଙ୍ଗ ଆପ୍ ଜରିଆରେ ନୂଆ ରାଶନ କାର୍ଡ ପାଇଁ ଆବେଦନ କରିପାରିବେ । ଯେଉଁଥିପାଇଁ ଆପଣଙ୍କୁ ଆଉ କୌଣସି ସ୍ଥାନରେ ଘଣ୍ଟାଘଣ୍ଟା ସମୟ ବରବାଦ କରିବାର ଆବଶ୍ୟକତା ନାହିଁ । ଆପାଣ ନୂଆ କାର୍ଡ ପାଇଁ ଆବେଦନ କଲେ ସିଧାସଳଖ ଏହି ଯୋଜନାରେ ସାମିଲ ହୋଇପାରିବେ ।
କେମିତି କରିବେ ଆବେଦନ?
୧. ପ୍ରଥମେ ଆପଣ ନିଜନିଜ ମୋବାଇଲରେ UMANG ଆପ୍ ଡାଉନଲୋଡ କରିନିଅନ୍ତୁ ।
୨. ଏହାପରେ ନିଜ ମୋବାଇଲ ନମ୍ୱରରୁ ରେଜିଷ୍ଟର କରିନିଅନ୍ତୁ ।
୩. ଏହାପରେ ଆପଣଙ୍କ ହୋମ ପେଜ ଖୋଲିଯିବ । ଏହାପରେ ଆପଣ Services ସେକ୍ସନକୁ ଯାଆନ୍ତୁ ।
୪. ଏହାପରେ Utility Servicesରେ ରାସନ କାର୍ଡ ସମ୍ୱଦ୍ଧିୟ ଅପ୍ସନ ଖୋଜନ୍ତୁ ।
୫. Apply Ration Card ଉପରେ କ୍ଲିକ୍ କରନ୍ତୁ ।
୬. ନିଜ ରାଜ୍ୟ ଚୟନ କରି ମଗାଯାଉଥିବା ଆବଶ୍ୟକିୟ ତଥ୍ୟ ଭର୍ତ୍ତୀ କରନ୍ତୁ ।
୭. ବ୍ୟକ୍ତିଗତ ତଥ୍ୟ ଯେପରିକି ନିଜ ନାମ, ପିତାଙ୍କ ନାମ ଓ ଜନ୍ମ ଦିନ ଭଳି ତଥ୍ୟ ଦିଅନ୍ତୁ ।
୮. ଠିକଣା ଓ ଅନ୍ୟ ଜରୁରୀ ତଥ୍ୟ ଭର୍ତ୍ତୀ କରନ୍ତୁ ।
୯. ଶେଷରେ ଆବଶ୍ୟକିୟ ଦସ୍ତାବିଜ ଅପଲୋଡ କରି Submit ବଟନ ଉପରେ କ୍ଲିକ କରନ୍ତୁ ।


