ସରିଲା ନୂଆପଡ଼ା ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର/ନୂଆପଡ଼ା,୧୧ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ମଙ୍ଗଳବାର ଶେଷ ହୋଇଛି। ସମ୍ବେଦନଶୀଳ ଏବଂ ସଖୀ ବୁଥ୍‌ ସମେତ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି। ରାତି ୯ଟା ପର୍ଯ୍ୟନ୍ତ ୭୯.୦୨ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି। ଏନେଇ ଇସିଆଇ ନେଟ୍‌ରେ ତଥ୍ୟ ଦର୍ଶାଯାଇଛି। ନୂଆପଡ଼ାବାସୀ ଏହି ଉପନିର୍ବାଚନରେ ପାଖାପାଖି ୮୦ ପ୍ରତିଶତ ମତସାବ୍ୟସ୍ତ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥ ଗୋପାଳନ କହିଛନ୍ତି।
ମଙ୍ଗଳବାର ସିଇଓ ଖବରଦାତା ସମ୍ମିଳନୀରେ କହିଛନ୍ତି, ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ବଚ୍ଛ ଉପନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସିଇଓଙ୍କ କାର୍ଯ୍ୟାଳୟରୁ ସିସିଟିଭି ମାଧ୍ୟମରେ ମତଦାନ ପ୍ରକ୍ରିୟାର ନିରନ୍ତର ତଦାରଖ କରାଯାଇଥିଲା। ନୂଆପଡାରେ ୧ଲକ୍ଷ ୨୪ହଜାର ୫୪୪ ପୁରୁଷ ଭୋଟରଙ୍କ ମଧ୍ୟରୁ ୮୧.୧୭ % ଭୋଟ ଦେଇଥିବାବେଳେ ୧ଲକ୍ଷ ୨୯ହଜାର ୯୩୨ ମହିଳାଙ୍କ ମଧ୍ୟରୁ ୭୬.୯୬ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି। ସମୁଦାୟ ୨ଲକ୍ଷ ୫୪ହଜାର ୪୯୭ ମତଦାତାଙ୍କ ମଧ୍ୟରୁ ରାତି ୯ଟା ସୁଦ୍ଧା ୭୯.୦୨ ପ୍ରତିଶତ ମତଦାନ ହୋଇଛି। ସେ କହିଥିଲେ ଯେ, ଏହି ମତଦାନ ବେଳେ ଦୁଇଟି ସ୍ଥାନରେ ଗୁପ୍ତ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ବୁଥ୍‌ ନମ୍ବର ୩୬ କୁଲିଆବନ୍ଧାରେ ନିୟୋଜିତ ପ୍ରିଜାଇଡିଂ ଅଫିସର ତଥା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଧନଞ୍ଜୟ ମଲ୍ଲିକ ଏବଂ ବୁଥ୍‌ ନମ୍ବର ୪୬ ବିରୋମାଲରେ ଦ୍ୱିତୀୟ ପ୍ରିଜାଇଡିଂ ଅଫିସର ଭାବରେ ନିୟୋଜିତ ଥିବା ସିନାପାଲ୍ଲୀ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଟିମନପୁରର ଟିଜିଟି ଶିକ୍ଷକ ସନ୍ଦୀପ କୁମାର ସ୍ବାଇଁ। ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି।
ସିଇଓଙ୍କ ସୂଚନା ଅନୁଯାୟୀ, ବୁଥ୍‌ ନମ୍ବର ୨୪୬ ଏବଂ ୨୯୮ରେ ଇଭିଏମ୍‌ ଓ ଭିଭିପିଏଟି ପରିବର୍ତ୍ତନ କରାଯାଇଛି। ୨୪୬ ନମ୍ବର ବୁଥ୍‌ରେ ଇଭିଏମ୍‌ (୧-ବିୟୁ, ୧ସିୟୁ, ୧ ଭିଭିପିଏଟି) ପରିବର୍ତ୍ତନ କରାଯାଇଥିବାବେଳେ ବୁଥ୍‌ ନମ୍ବର ୨୯୮ରେ ଭିଭିପିଏଟି ବଦଳାଯାଇଛି। ଏହାସହିତ ବୁଥ୍‌ ନମ୍ବର ୮୦ରେ ୧-ବିୟୁ, ୧ସିୟୁ ଏବଂ ୧ ଭିଭିପିଏଟି ମେଶିନ ପରିବର୍ତ୍ତନ କରାଯାଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?