ସରିଲା ନୂଆପଡ଼ା ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର/ନୂଆପଡ଼ା,୧୧ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ମଙ୍ଗଳବାର ଶେଷ ହୋଇଛି। ସମ୍ବେଦନଶୀଳ ଏବଂ ସଖୀ ବୁଥ୍‌ ସମେତ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି। ରାତି ୯ଟା ପର୍ଯ୍ୟନ୍ତ ୭୯.୦୨ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି। ଏନେଇ ଇସିଆଇ ନେଟ୍‌ରେ ତଥ୍ୟ ଦର୍ଶାଯାଇଛି। ନୂଆପଡ଼ାବାସୀ ଏହି ଉପନିର୍ବାଚନରେ ପାଖାପାଖି ୮୦ ପ୍ରତିଶତ ମତସାବ୍ୟସ୍ତ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥ ଗୋପାଳନ କହିଛନ୍ତି।
ମଙ୍ଗଳବାର ସିଇଓ ଖବରଦାତା ସମ୍ମିଳନୀରେ କହିଛନ୍ତି, ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ବଚ୍ଛ ଉପନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସିଇଓଙ୍କ କାର୍ଯ୍ୟାଳୟରୁ ସିସିଟିଭି ମାଧ୍ୟମରେ ମତଦାନ ପ୍ରକ୍ରିୟାର ନିରନ୍ତର ତଦାରଖ କରାଯାଇଥିଲା। ନୂଆପଡାରେ ୧ଲକ୍ଷ ୨୪ହଜାର ୫୪୪ ପୁରୁଷ ଭୋଟରଙ୍କ ମଧ୍ୟରୁ ୮୧.୧୭ % ଭୋଟ ଦେଇଥିବାବେଳେ ୧ଲକ୍ଷ ୨୯ହଜାର ୯୩୨ ମହିଳାଙ୍କ ମଧ୍ୟରୁ ୭୬.୯୬ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି। ସମୁଦାୟ ୨ଲକ୍ଷ ୫୪ହଜାର ୪୯୭ ମତଦାତାଙ୍କ ମଧ୍ୟରୁ ରାତି ୯ଟା ସୁଦ୍ଧା ୭୯.୦୨ ପ୍ରତିଶତ ମତଦାନ ହୋଇଛି। ସେ କହିଥିଲେ ଯେ, ଏହି ମତଦାନ ବେଳେ ଦୁଇଟି ସ୍ଥାନରେ ଗୁପ୍ତ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ବୁଥ୍‌ ନମ୍ବର ୩୬ କୁଲିଆବନ୍ଧାରେ ନିୟୋଜିତ ପ୍ରିଜାଇଡିଂ ଅଫିସର ତଥା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଧନଞ୍ଜୟ ମଲ୍ଲିକ ଏବଂ ବୁଥ୍‌ ନମ୍ବର ୪୬ ବିରୋମାଲରେ ଦ୍ୱିତୀୟ ପ୍ରିଜାଇଡିଂ ଅଫିସର ଭାବରେ ନିୟୋଜିତ ଥିବା ସିନାପାଲ୍ଲୀ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଟିମନପୁରର ଟିଜିଟି ଶିକ୍ଷକ ସନ୍ଦୀପ କୁମାର ସ୍ବାଇଁ। ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି।
ସିଇଓଙ୍କ ସୂଚନା ଅନୁଯାୟୀ, ବୁଥ୍‌ ନମ୍ବର ୨୪୬ ଏବଂ ୨୯୮ରେ ଇଭିଏମ୍‌ ଓ ଭିଭିପିଏଟି ପରିବର୍ତ୍ତନ କରାଯାଇଛି। ୨୪୬ ନମ୍ବର ବୁଥ୍‌ରେ ଇଭିଏମ୍‌ (୧-ବିୟୁ, ୧ସିୟୁ, ୧ ଭିଭିପିଏଟି) ପରିବର୍ତ୍ତନ କରାଯାଇଥିବାବେଳେ ବୁଥ୍‌ ନମ୍ବର ୨୯୮ରେ ଭିଭିପିଏଟି ବଦଳାଯାଇଛି। ଏହାସହିତ ବୁଥ୍‌ ନମ୍ବର ୮୦ରେ ୧-ବିୟୁ, ୧ସିୟୁ ଏବଂ ୧ ଭିଭିପିଏଟି ମେଶିନ ପରିବର୍ତ୍ତନ କରାଯାଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri