ଉପଖଣ୍ଡ ଚିକିତ୍ସାଳୟରେ ନାହିଁ ମୃତଦେହ ବ୍ୟବଚ୍ଛେଦ ଗୃହ

ମାଥିଲି,୨୫ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଚିକିତ୍ସାଳୟକୁ ସରକାର ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ଦେଇଥିଲେ। ୨୦୨୧ରୁ ଏହି ମାନ୍ୟତା ମିଳିଥିଲେ ମଧ୍ୟ ଏଯାଏ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ଲାଗି ଗୃହଟିଏନାହିଁ। ବ୍ଲକର ୨୦ ପଞ୍ଚାୟତର ୧ଲକ୍ଷ ୧୧ ହଜାର ୧୪୫ ଲୋକ ସ୍ବାସ୍ଥ୍ୟସେବା ପାଇଁ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ପଡୋଶୀ ଖଇରପୁଟ ବ୍ଲକର ୮୦ ହଜାର ୮୭୩ ଲୋକ ମଧ୍ୟ ଏହା ଉପରେ ନିର୍ଭର କରିଥାନ୍ତି। ମାତ୍ର ଏଠାରେ ସ୍ବାସ୍ଥ୍ୟସେବା ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଲାଗିରହିଛି। ସାମାନ୍ୟ ରୋଗ ପାଇଁ ରୋଗୀ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଉପରେ ନିର୍ଭର କରିଥାନ୍ତି। ଏନେଇ ବିଭିନ୍ନ ସମୟରେ ଜନଅସନ୍ତୋଷ ପ୍ରକାଶ ପାଇଛି। ମାତ୍ର ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ। କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ଏଠାରେ ମୃତଦେହ ବ୍ୟବଚ୍ଛେଦ ଲାଗି ଗୃହଟିଏ ନାହିଁ। ପ୍ରତେହ ୧୦ରୁ ୧୫ଟି ମୃତଦେହ ବ୍ୟବଚ୍ଛେଦ ପାଇଁ ଏହି ଡାକ୍ତରଖାନାକୁ ଆସିଥାଏ। ମାତ୍ର ମୃତଦେହ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଜଙ୍ଗଲରେ ଖୋଲା ଆକାଶତଳେ ମୃତଦେହ ବ୍ୟବଚ୍ଛେଦ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ସ୍ଥାନୀୟ ଲୋକେ ଅନେକଥର ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଚଳିତ ମାସ ୧୪ ତାରିଖରେ କୋରାପୁଟ ଜିଲା ବୈପାରିଗୁଡା ଥାନା ରାମଗିରି ପଞ୍ଚାଯତ ଅନ୍ତର୍ଗତ ପୂଜାରୀପୁଟ ଗ୍ରାମର ନରସିଂହ ପୂଜାରୀ ଓ ଲଇଖନ ଭୂମିଆ ତେନ୍ତୁଳିଗୁମ୍ମା ଓ ଲୁଲେରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଦଶାହ ଖବର ଦେବାକୁ ଯାଇ ଉଦୟଗିରିଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ କମାରପାଲି ପଞ୍ଚାୟତ ମୁଣ୍ଡାଗୁଡା ଗ୍ରାମର ରତନ ଭୂମିଆଙ୍କ ମଧ୍ୟ ପୋଖରୀରେ ବୁଡି ମୃତ୍ୟୁ ହୋଇଥିଲା। ଗୋଟିଏ ଦିନରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ତିନିଟା ମୃତଦେହ ବ୍ୟବଚ୍ଛେଦ ଲାଗି ପହଞ୍ଚତ୍ଥିଲା। ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଡାକ୍ତରମାନେ ନିକଟସ୍ଥ ଜଙ୍ଗଲରେ ଖୋଲା ଆକାଶ ତଳେ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଭିତ୍ତିଭୂମି ନ ଥିବାରୁ ଡାକ୍ତରମାନଙ୍କୁ ଅଯଥା ଅନେକ ସମୟ ନଷ୍ଟ କରିବାକୁ ପଡୁଛି। ଚିକିତ୍ସାଳୟରେ ରୋଗୀ ସେବା ମଧ୍ୟ ଏଥିପାଇଁ ବାଧାପ୍ରାପ୍ତ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri