ୟୁନେସ୍କୋ, କିସ୍‌, ଓଡ଼ିଶା ସରକାର ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ୱର, ୨୫ା୨(କ୍ରୀଡ଼ା ପ୍ରତିନିଧି): ୟୁନେସ୍କୋର ‘ଫିଟ୍‌ ଫର୍‌ ଲାଇଫ୍‌’ କାର୍ଯ୍ୟକ୍ରମ ନିମନ୍ତେ ୟୁନେସ୍କୋ, କିସ୍‌ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ଗୁରୁବାର ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ମୁଖ୍ୟ ଅନସଙ୍ଗ କିମ୍‌ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ସ୍ବାକ୍ଷର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ପ୍ରୋଗ୍ରାମ୍‌ ଅଫିସର ଐଶ୍ୱର୍ଯ୍ୟା ସେହଗଲ, କିସ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କିସ୍‌ର ମିଳିତ ସହଯୋଗରେ ୟୁନେସ୍କୋ ଏହି କାର୍ଯ୍ୟକ୍ରମ ଜାରି ରଖିବ। ”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣ ‘ଯୁବଗୋଷ୍ଠୀ ପାଇଁ କ୍ରୀଡା, ଭବିଷ୍ୟତ ପାଇଁ ଯୁବଗୋଷ୍ଠୀ’କୁ ଲକ୍ଷ୍ୟରେ ରଖି କ୍ରୀଡା ଓ ଯୁବସେବା ବିଭାଗ କାର୍ଯ୍ୟ କରୁଛି। ସେଥିପାଇଁ ଆମର ଯେଉଁ ମୁଖ୍ୟ ପ୍ରୟାସ ରହିଛି ସେଥିମଧ୍ୟରୁ ଶାରୀରିକ ଓ ମାନସିକ ଫିଟ୍‌ନେସ୍‌କୁ ପ୍ରୋତ୍ସାହନ ହେଉଛି ଅନ୍ୟତମ। ଏହାକୁ ଦୃଷ୍ଟିରେ ରଖି ୟୁନେସ୍କୋ ଓଡ଼ିଶା ସରକାର ଓ କିସ୍‌ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି“ ବୋଲି ଭିନିଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri