Posted inଜାତୀୟ

ଏଣିକି ବିନା ନେଟ୍‌ଓ୍ବାର୍କରେ ହେବ କଲ୍‌: ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ

ନୂଆଦିଲ୍ଲୀ,୧୫।୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିଛି, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ ଯୋଗାଇବ। ଟେଲି ଯୋଗାଯୋଗ ବିଭାଗ (DoT) ଏହା ଘୋଷଣା କରି କହିଛି ଯେ, ଆମେରିକୀୟ କମ୍ପାନୀ Viasatଙ୍କ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି। ଏହି ନୂତନ ଟେକ୍ନୋଲୋଜିର ଉଦ୍ଦେଶ୍ୟ ହେଉଛି,ଯେଉଁଠାରେ ସାଧାରଣ ମୋବାଇଲ ନେଟୱାର୍କ ପହଞ୍ଚେ ନାହିଁ ସେହି କ୍ଷେତ୍ରରେ ସଂଯୋଗ ଯୋଗାଇବା।

ଆଜି ମଧ୍ୟ ଭାରତରେ ଅନେକ କ୍ଷେତ୍ର ଅଛି ଯେଉଁଠାରେ ଜିଓ, ଏୟାରଟେଲ, ଭୋଡାଫୋନ-ଆଇଡିଆ ସମେତ କୌଣସି ଟେଲିକମ କମ୍ପାନୀର ନେଟୱାର୍କ ଉପଲବ୍ଧ ନୁହେଁ, ଯେଉଁ କାରଣରୁ ସେଠାରେ ରହୁଥିବା ଲୋକମାନେ ଟେଲିକମ ସଂଯୋଗର ଲାଭ ଉଠାଇବାକୁ ସକ୍ଷମ ନୁହଁନ୍ତି। ବିଶେଷକରି ପାହାଡ଼ିଆ ଏବଂ ଜଙ୍ଗଲ ଅଞ୍ଚଳରେ ଏହା ଘଟେ। ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ବିଏସ୍‌ଏନ୍‌ଏଲ ଭାରତରେ ପ୍ରଥମ ଥର ପାଇଁ ସାଟେଲାଇଟ-ଟୁ-ଡିଭାଇସ ସେବା ଆରମ୍ଭ କରିଛି, ଯାହା ମାଧ୍ୟମରେ ଲୋକମାନେ ଫୋନ ନେଟୱାର୍କ ବିନା ଟେଲିକମ ସଂଯୋଗ ବ୍ୟବହାର କରିପାରିବେ।

ଏହି ସେବା ପ୍ରଥମେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି ୨୦୨୪) ରେ ଆରମ୍ଭ କରାଯାଇଥିଲା। ଭାରତରେ ଡିଜିଟାଲ ବିଭାଜନକୁ ହ୍ରାସ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ବିଏସ୍‌ଏସ୍‌ଏଲ୍‌ ଅନୁଯାୟୀ, ‘ସାଟେଲାଇଟ-ଟୁ-ଡିଭାଇସ’ ସେବାର ପରୀକ୍ଷା ଶେଷ ହୋଇଛି ଏବଂ ଏହା ବିଭିନ୍ନ ଚ୍ୟାଲେଞ୍ଜ କ୍ଷେତ୍ରରେ ମଧ୍ୟ ସ୍ଥିର ସଂଯୋଗ ଯୋଗାଇବାରେ ସକ୍ଷମ ଅଟେ। DoT ଏହା ଘୋଷଣା କରିଛି। କିଛି ମୋବାଇଲ ବ୍ରାଣ୍ଡ ବୈଶିଷ୍ଟ୍ୟଗୁଡିକ ଲଞ୍ଚ କରିଥିଲେ, ଯାହା ଜରୁରୀକାଳୀନ ପରିସ୍ଥିତିରେ ଉପଗ୍ରହ ସଂଯୋଗ ଯୋଗାଇଥାଏ, କିନ୍ତୁ ସେଗୁଡ଼ିକ କେବଳ ଜରୁରୀକାଳୀନ ସେବାରେ ସୀମିତ। ବର୍ତ୍ତମାନ ସାଧାରଣ ନାଗରିକମାନେ ମଧ୍ୟ ଦୁର୍ଗମ ଅଞ୍ଚଳରେ ବିଏସ୍‌ଏସ୍‌ଏଲ୍‌ର ଏହି ସେବା ସହିତ ସଂଯୋଗ କରିପାରିବେ।

ବିଏସ୍‌ଏସ୍‌ଏଲ୍‌ର ଏହି ଉପଗ୍ରହ ନେଟୱାର୍କ ବ୍ୟବହାରକାରୀଙ୍କୁ ଜରୁରୀକାଳୀନ କଲ, SOS ବାର୍ତ୍ତା ଏବଂ ଏପରିକି ୟୁପିଆଇ ପେମେଣ୍ଟରେ ସାହାଯ୍ୟ କରିବ। ତେବେ ସାଧାରଣ କଲ ଏବଂ ଏସଏମଏସ ପାଇଁ ଏହି ବୈଶିଷ୍ଟ୍ୟ ଉପଲବ୍ଧ ହେବ କି ନାହିଁ କମ୍ପାନୀ ସ୍ପଷ୍ଟ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?