Posted inଜାତୀୟ

ଆଉ ହୋଇ ପାରିବନି ଫେକ୍‌ ଭୋଟିଂ, ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…

ନୂଆଦିଲ୍ଲୀ,୧୪।୮: ଏଣିକି ଫେକ୍‌ ଭୋଟିଂ ଆଉ କରାଯାଇ ପାରିବ ନାହିଁ। ଖୁବ୍‌ ଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ସରକାରଙ୍କୁ କିଛି ଆଇନରେ ସଂଶୋଧନ କରିବାକୁ ପଡିବ। ଏହା ସହିତ, ଡାଟା ସୁରକ୍ଷା ପାଇଁ ଏକ ଫ୍ରେମ୍‌ଓ୍ବାର୍କ ପ୍ରସ୍ତୁତ ହେବାକୁ ପଡିବ। ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି। ଏକରୁ ଅଧିକ ସ୍ଥାନରେ ଭୋଟ ତାଲିକାରେ ପଞ୍ଜିକରଣକୁ ରୋକିବା ପାଇଁ ଏହି ପ୍ରସ୍ତାବିତ ପଦକ୍ଷେପ ଗ୍ରହଣ କରାଯିବ। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ କେତେକ ଆଇନଗତ ବାଧା ମଧ୍ୟ ସୃଷ୍ଟି ହୋଇପାରେ । ଏନେଇ ବହୁ ପରିବର୍ତ୍ତନ ମଧ୍ୟ କରିବାକୁ ହେବ। ସୂଚନାନୁସାରେ, ସରକାର ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଭୋଟ ତାଲିକାକୁ ଆଧାର ନମ୍ବର ସହିତ ଯୋଡିବା ପାଇଁ କେନ୍ଦ୍ରକୁ ଲୋକ ପ୍ରତିନିଧି ଅଧିନିୟମ ତଥା ଆଧାର ଅଧିନିୟମରେ ସଂଶୋଧନ କରିବାକୁ ପଡିବ। ଏହାର ବଡ କାରଣ ହେଉଛି ୨୦୧୫ରେ ସୁପ୍ରିମକୋର୍ଟ ଆଧାର ଅଧିନିୟମର ବୈଧତା ଉପରେ ରାୟ ଦେଇ କହିଥିଲେ ଯେ, ଆଧାରର ୧୨ ଅଙ୍କ ବିଶିଷ୍ଟ ଆଇଡି କେବଳ ସରକାରୀ କଲ୍ୟାଣକାରୀ ଯୋଜନା ତଥା ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବହାର କରାଯିବ। ସେହି ସମାନ ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ଯଦି ସରକାର ଭୋଟର ତାଲିକାକୁ ଆଧାର ସହିତ ଯୋଡିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆଇନଗତ ସହାୟତା ନେବାକୁ ପଡ଼ିବ। ସୂଚନାଯୋଗ୍ୟ ୨୦୧୯ରେ ଗୋପନୀୟତାକୁ ଏକ ମୌଳିକ ଅଧିକାର ଭାବରେ ଘୋଷଣା କରିବାକୁ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ତଥ୍ୟ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିବାକୁ କହିଥିଲେ। ଏହା ପରେ ସରକାର ଡାଟା ସୁରକ୍ଷା ବିଲ ପ୍ରସ୍ତୁତ କରିଛନ୍ତି। ସଂସଦୀୟ କମିଟି ଏହା ଉପରେ ଏବେ ବିଚାର କରୁଛନ୍ତି। ଏନେଇ ଆଇନଗତ ପ୍ରତିବନ୍ଧକକୁ ମଧ୍ୟ ଦୂର କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri