‘ଭୂମି ନାହିଁ ତ ଭୋଟ ନାହିଁ’

ଭୁବନେଶ୍ୱର,୧୪ା୩(ବ୍ୟୁରୋ):‘ଭୂମି ନାହିଁ ତ ଭୋଟ ନାହିଁ’ ନାରାବାଜିରେ ସୋମବାର ଭୁବନେଶ୍ୱର ଗାନ୍ଧୀମାର୍ଗ କମ୍ପିଛି। ଭୂମି ଅଧିକାର ପ୍ରମାଣପତ୍ର ସହ ପକ୍କାଘର ପ୍ରଦାନ ଦାବିରେ ବିଭିନ୍ନ ସହରରୁ ଆସିଥିତ୍ବା ବସ୍ତିବାସିନ୍ଦା ଏପରି ନାରାବାଜି କରି ଦାବି ଉପସ୍ଥାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବସ୍ତି ଏକତା ମଞ୍ଚ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ଧାରଣାସ୍ଥଳରେ ପହଞ୍ଚତ୍ଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ମଞ୍ଚର ରାଜ୍ୟ ସଭାପତି ଶେଖ୍‌ ଅବଦୁଲ୍ଲା ସଭାପତିତ୍ୱ କରି କହିଲେ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ମିଳିବା କଥା। ହେଲେ ତାହା ହୋଇନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ‘ପଟ୍ଟା’ ସମ୍ପର୍କିତ ଆଇନ ପାସ୍‌ କରିବା ଦାବି ରହିଥିତ୍ବା ମଞ୍ଚର ସାଧାରଣ ସମ୍ପାଦକ ହେମେନ୍ଦ୍ର ସାମଲ କହିଛନ୍ତି। ତେବେ ଦାବି ପୂରଣ ନ ହେଲେ ବସ୍ତିବାସିନ୍ଦା ଆସନ୍ତା ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। କଟକ ସହରରୁ ବିଭିନ୍ନ ବସ୍ତି ଉଚ୍ଛେଦ କରାଯାଇ ସେମାନଙ୍କୁ କାଠଯୋଡ଼ି ଓ ମହାନଦୀ କୂଳରେ ଥଇଥାନ କରାଯାଉଛି। ସେମାନଙ୍କ ଧନଜୀବନ ସୁରକ୍ଷା ପାଇଁ ଘେରିବନ୍ଧର ଆବଶ୍ୟକତା ରହିଥିତ୍ବା ମଞ୍ଚ ପକ୍ଷରୁ କୁହାଯାଇଛି। କଟକର ଅନ୍ୟାନ୍ୟ ବସ୍ତିରେ ଲାଗିରହିଥିତ୍ବା ସମସ୍ୟାର ତୁରନ୍ତ ସମାଧାନ ସହ ରାଉରକେଲା, ବାଲେଶ୍ୱର, ବାରିପଦା, ଭଦ୍ରକ, ସମ୍ବଲପୁର, ଅନୁଗୁଳ, ପୁରୀ, ଭୁବନେଶ୍ୱର ଓ କେନ୍ଦ୍ରାପଡ଼ା ଆଦି ସହରର ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ ସହ ପକ୍କାଘର ପ୍ରଦାନ ପାଇଁ ଦାବି କରାଯାଇଛି। ବିକ୍ଷୋଭ ପରେ ମଞ୍ଚର ସଭାପତିଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ରାଜସ୍ବମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।