ଆଇସିୟୁ, ଭେଣ୍ଟିଲେଟର ନାହିଁ

ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ହେଲେ ଏହି ଚିକିତ୍ସାଳୟରେ ଏବେ ନାନା ଅବ୍ୟବସ୍ଥା ଲାଗିରହିଛି। ରୋଗୀଙ୍କ ପାଇଁ ସିଟି ସ୍କାନ ବ୍ୟବସ୍ଥା ନାହିଁ। ରେଡିଓଲୋଜିଷ୍ଟ(ରଞ୍ଜନରଶ୍ମି ବିଶେଷଜ୍ଞ) ନଥିବାରୁ ଅଲଟ୍ରାସାଉଣ୍ଡ ମେଶିନ ରୋଗୀଙ୍କ କାମରେ ଆସୁନି। ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌(ଆଇସିୟୁ) ନ ଥିବା ବେଳେ ଭେଣ୍ଟିଲେଟର ନାହିଁ। ୫୮ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ୨୨ ପଦବୀ ଖାଲି ପଡିଛି। ଏପରି ସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତରମାନେ ରୋଗୀଙ୍କୁ କଟକ, ଭୁବନେଶ୍ୱର, ବୁର୍ଲା ଓ ବଲାଙ୍ଗୀର ରେଫର କରୁଥିବା ଅଭିଯୋଗ ହେଉଛି।
ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ୨୭ଟି ସ୍ବାସ୍ଥ୍ୟକେନ୍ଦ୍ର ଅଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ୧୫୨ଡାକ୍ତର ପଦବୀ ଥିବାବେଳେ ମାତ୍ର ୭୨ଜଣ ଡାକ୍ତର ଅଛନ୍ତି। ଜିଲାରେ ୮୦ଡାକ୍ତର ପଦବୀ ଖାଲି ପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ବୀରମହାରାଜପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ନାଇକେନପାଲି, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବଜନିତ ସମସ୍ୟା ଲାଗିରହିଛି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ପ୍ରାୟ ଅଧାଲୋକ ନିର୍ଭର କୁରୁଥିବା ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଉପକରଣ ଓ ଆବଶ୍ୟକ ପାଥୋଲାବ୍‌ ବ୍ୟବସ୍ଥା ନାହିଁ। ସାମାନ୍ୟ ରୋଗର ଚିକିତ୍ସା ବଦଳରେ ରୋଗୀଙ୍କୁ କେବଳ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଉଛି। କୋଭିଡ୍‌ ବେଳେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ରହିଛି। ହେଲେ ଏହି ସୁବିଧା ଏଠାରେ ନ ଥିବାରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ଜିଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ନିଶ୍ଚେତକ, ଶଲ୍ୟ, ଇଏନଟି(କାନ, ନାକ ଓ ଗଳା), ସର୍ଜରୀ, ଭେଶଜ, ପାଥୋଲୋଜି, ଶିଶୁ, ମାନସିକ ରୋଗ, ହୃଦ୍‌ରୋଗ ଓ କିଡ୍‌ନୀ ରୋଗ ବିଶେଷଜ୍ଞଙ୍କ ସମେତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲା ରକ୍ତ ଭଣ୍ଡାର ଅଧିକାରୀ ନାହାନ୍ତି। ପ୍ରତି ଜିଲାରେ କିଡନୀ ରୋଗୀଙ୍କ ପାଇଁ ଡାଏଲିସିସି ସୁବିଧା ଥିବା ବେଳେ ଏଠାରେ ସେ ବ୍ୟବସ୍ଥା ନାହିଁ। ଡାକ୍ତର ନ ଥିବାରୁ ପରାମର୍ଶ ପାଇଁ ହୃଦ୍‌ରୋଗୀ ଓ କିଡ୍‌ନୀ ରୋଗୀ ବାହାରକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ଅକ୍ସିଜେନ୍‌ ପ୍ଲାଣ୍ଟ ନ ଥିବାରୁ ପାଇପ୍‌ ମାଧ୍ୟମରେ ଏସଏନସିୟୁ ବେଡ୍‌ ତଥା ସାଧାରଣ ବେଡ୍‌କୁ ଅକ୍ସିଜେନ୍‌
ଯୋଗାଣ ବ୍ୟବସ୍ଥା ହୋଇପାରିନି। ଜିଲାରେ ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ନୂତନ ଜିଲା ମୁଖ୍ୟ ଡାକ୍ତରଖାନା କୋଠା ନିର୍ମାଣ ପାଇଁ ୩ ବର୍ଷ ପୂର୍ବରୁ ଶିଳାନ୍ୟାସ ହୋଇଛି। ଏଥିପାଇଁ ଏକାଧିକ ଥର ଉଚ୍ଚସ୍ତରୀୟ ସମୀକ୍ଷା ହେଲାଣି। କିନ୍ତୁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଳିପ କୁମାର ପଣ୍ଡା କୁହନ୍ତି, କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଇଟିଆଇଠାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ଅଛି। ମହାନଦୀ କୂଳରେ ନିର୍ମାଣାଧୀନ ଏମ୍‌ସିଏଚ୍‌(ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର) କୋଠା ଖୁବ୍‌ଶୀଘ୍ର ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ହେବାକୁ ଯାଉଛି । ଜିଲାରେ ୩ଟି କୋଭିଡ୍‌ ହସ୍ପିଟାଲ ଖୋଲାଯିବ। ସେହିପରି ଭେଣ୍ଟିଲେଟର, ଆଇସିୟୁ କାର୍ଯ୍ୟକ୍ଷମ ପାଇଁ ସରକାର କ୍ୟାପିଟାଲ ହସ୍ପିଟାଲରୁ ଜଣେ ନିଶ୍ଚେତକ ବିଶେଷଜ୍ଞଙ୍କୁ ପଠାଇଛନ୍ତି। କୋଭିଡ୍‌ ରୋଗୀଙ୍କ ପାଇଁ ଆଉ ସମସ୍ୟା ହେବ ନାହିଁ। ଡାକ୍ତର ଓ କର୍ମଚାରୀ ଅଭାବ ସମ୍ପର୍କରେ ସରକାରଙ୍କୁ
ନିୟମିତଭାବେ ଅବଗତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?