Posted inଭଦ୍ରକ

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଆରଡ଼ି,୧୬।୫(ଡି.ଏନ.ଏ.): ସରକାରଙ୍କ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏଠି ପହଞ୍ଚିପାରି ନାହିଁ। ଘରଡିହ ୧ ଡିସିମିଲରୁ କମ୍‌ ହୋଇଥିଲେ ବି ବସୁନ୍ଧରା ଯୋଜନା ଫିକା ପଡ଼ିଛି। ସବୁଦିନ ପର ଘରେ ମୂଲ ଲାଗୁଥିଲେ ବି ଲେବର କାର୍ଡଟିଏ ନାହିଁ। ଘରେ ଘରେ ବିଜୁଳି ଜଳିବା ପାଇଁ ଥିବା ରାଜୀବ ଜ୍ୟୋତି ଯୋଜନା ବି ଡିବିରିକୁ ଲିଭାଇ ପାରୁନି। ସବୁ ନାହିଁ ନାହିଁ ଭିତରେ ଜୀବନ ବିତାଉଛନ୍ତି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାନ ଓଳଗ ଗଁାର ଦମ୍ପତି ରୁଗା ଜେନା ଓ ତାଙ୍କ ସ୍ତ୍ରୀ କମଳା ଜେନା।
ବର୍ଷ ତଳେ ବାତ୍ୟାରେ ସେମାନଙ୍କ ଝାଟିମାଟି ଘର ଭାଙ୍ଗିଯାଇଥିଲା। ଘରଭଙ୍ଗା ସାହାଯ୍ୟ ତ ମିଳିଲା ନାହିଁ, ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଖଣ୍ଡେ ବି କେହି ଦେଲେନାହିଁ। ଭାଗ୍ୟକୁ ଆଦରି ନିଜ ମୂଲ ଲଗା ଟଙ୍କାରେ ପଲିଥିନ କିଣି କୁଡ଼ିଆ ଖଣ୍ଡେ ତିଆରି କରି ରହୁଛନ୍ତି ଏହି ଦମ୍ପତି। ବର୍ଷାଦିନେ ସନ୍ତସନ୍ତିଆ ଘରେ ସାପ ଭୟ, ଶୀତଦିନେ ଦୁଆରେ ଦିଆଯାଇଥିବା ବରଡ଼ାପତ୍ର ତାଟିକୁ ଭେଦ କରି ବହିଆସୁଥିବା ଶୀତ ଲହରୀ ଆଉ ଖରାଦିନେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ମଧ୍ୟ ଏହି କୁଡ଼ିଆରେ ଏମାନଙ୍କ ଦିନ କଟିଥାଏ। ପଲିଥିନରେ ତିଆରି ହୋଇଥିବା ଉକ୍ତ ଘରେ ଛିଡ଼ା ହେଲେ ମୁଣ୍ଡ ବାଜିବ। ଘର ଭିତରକୁ ଆଣ୍ଠେଇ ଆଣ୍ଠେଇ ଯିବାକୁ ପଡ଼ିଥାଏ। ସରକାରୀ ଯୋଜନାରେ ଏହି ଦମ୍ପତିଙ୍କୁ ନା ଘର ଖଣ୍ଡେ ଯୋଗାଇ ଦିଆଯାଇଛି ନା ପାଇଖାନା। ମୌଳିକ ସୁବିଧାରୁ ବଞ୍ଚିତ ଏହି ପରିବାର ପ୍ରତି ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ନଜର ପଡୁନି। ସରକାରଙ୍କ ପକ୍ଷରୁ ଏହି ଦମ୍ପତିଙ୍କୁ ତୁରନ୍ତ ଆବାସ ଯୋଗାଇ ଦେବାକୁ ବିଭିନ୍ନ ସାମାଜିକ ସଙ୍ଗଠନ ଦାବି କରିଛନ୍ତି। ଦୁଇମାସ ଭିତରେ ମୌଳିକ ଆବଶ୍ୟକତା ଯୋଗାଇ ଦିଆ ନ ଗଲେ ଏହି ପରିବାର ମାନବିକ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହେବେ ବୋଲି ସଙ୍ଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ ବେହେରା କହିଛନ୍ତି, ତାଲିକାରେ ଏହି ଦମ୍ପତିଙ୍କ ନଁାରେ ଥିଲେ ଯଥାଶୀଘ୍ର ଆବାସ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ। ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାଶଙ୍କୁ ପଚାରିବାରୁ ଅନୁଧ୍ୟାନ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର,୨୭।୧ (ନାରାୟଣ ପ୍ରସାଦ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବଜାର ଉପରେ କରିଦେଲେ ଛିଡ଼ା: ସହିପାରିଲେନି ବାପା ଶେଷରେ ନେଲେ ଚରମ ନିଷ୍ପତ୍ତି 

ଚାନ୍ଦବାଲି,୨୬।୧(କିଷାନ ପାତ୍ର): ସୀମା ଟପିଲା ବର୍ବରତା। ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ  ବାପା  ସହି…

ମଝି ସମୁଦ୍ରରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଡିଜିପି କହିଲେ ଏହି ଦ୍ୱୀପରେ…

ଭଦ୍ରକ,୨୨ା୧(ସନାତନ ରାଉତ): ଭଦ୍ରକ ଜିଲା ଧାମରା ବନ୍ଦର ନିକଟସ୍ଥ ଉଡ଼ାବାଲି ଦ୍ବୀପରେ ୭୭ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଉଡ଼ିଛି ତ୍ରିରଙ୍ଗା। ଉପକୂଳ ସୁରକ୍ଷା ଓ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି…

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ। ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri