ପୋଲିସ ଉପରେ ଭରସା ନାହିଁ: ଜୟନାରାୟଣ

ଭୁବନେଶ୍ୱର,୪ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ପୋଲିସ ଗୁଳିରେ ମୃତ୍ୟୁ ହେବା ପରେ ବିଧାୟକ ଓ ମନ୍ତ୍ରୀମାନେ ସତର୍କ ହୋଇ ପଡ଼ିଛନ୍ତି। ପୋଲିସ ଉପରେ ସେମାନଙ୍କର ଭରସା ପାଉନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ନିଜର ପିଏସ୍‌ଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ା ଏନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, ଓଡ଼ିଶା ପୋଲିସ ଉପରେ ତାଙ୍କର ଭରସା ନାହିଁ। ତେଣୁ ସେ ସରକାର ଦେଇଥିବା ପିଏସଓ ଫେରାଇ ଦେଉଛନ୍ତି। ସେ କୌଣସି ସୁରକ୍ଷା ଓଡ଼ିଶା ପୋଲିସଠାରୁ ନେବେନାହିଁ। ସେ ଆହୁରି କହିଛନ୍ତି, ସରକାରଙ୍କ ପାଖରେ ଥିବା ପୋଲିସ ଅଧିକାରୀ ଏବେ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ତେଣୁ ଓଡ଼ିଶା ପୋଲିସ ଉପରେ ତାଙ୍କର ଆଉ ଆସ୍ଥା ଓ ଭରସା ନାହିଁ।
ରାଜ୍ୟ ପୋଲିସକୁ ଜୟନାରାୟଣଙ୍କ ନିନ୍ଦାକୁ ଓଡ଼ିଶା ପୋଲିସ ଅଫିସର ଆସୋସିଏଶନ ଏବଂ ଓଡ଼ିଶା ହାବିଲଦାର, କନ୍‌ଷ୍ଟେବଲ, ସିପାହି ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଓଡ଼ିଶା ହାବିଲଦାର, କନ୍‌ଷ୍ଟେବଲ, ସିପାହି ମହାସଂଘ ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା କହିଛନ୍ତି, ଜଣେ ଉଚ୍ଚପଦସ୍ଥ ନେତାଙ୍କ ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ। ଏହି ମନ୍ତବ୍ୟ ଦ୍ୱାରା ୯୦ ହଜାର ପୋଲିସ କର୍ମଚାରୀଙ୍କ ମନୋବଳ ଦୁର୍ବଳ ହେବ। ଓଡ଼ିଶା ପୋଲିସ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ୨୪ ଘଣ୍ଟା କାର୍ଯ୍ୟ କରୁଛି। ବିରୋଧୀ ଦଳ ନେତା ଏଭଳି ବୟାନ ଦେବା ଅନୁଚିତ। ଜୟନାରାୟଣ ତାଙ୍କ ବୟାନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଜୟନାରାୟଣଙ୍କ ମନ୍ତବ୍ୟକୁ ବରିଷ୍ଠ ପୋଲିସ ଅଧିକାରୀ ନାପସନ୍ଦ କରିଛନ୍ତି। ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଯୋଗୁ ଅନେକ ରାଜନେତାଙ୍କ ଜୀବନ ରକ୍ଷା ହୋଇପାରିଛି। ଜଣେ ପୋଲିସ ଅଧିକାରୀଙ୍କ ଭୁଲ ଯୋଗୁ ରାଜ୍ୟର ସମସ୍ତ ପୋଲିସଙ୍କୁ ଦୋଷୀ କହିବା ଓ ଅପରାଧପ୍ରବଣ କହିବା କେତେଦୂର ଠିକ୍‌। ଜୟନାରାୟଣ ବିରୋଧୀ ଦଳ ନେତା ଅଛନ୍ତି, ତାଙ୍କ ମୁହଁରୁ ଏଭଳି କଥା ସଭ୍ୟ ସମାଜଙ୍କୁ ଭୁଲ୍‌ ବାର୍ତ୍ତା ଦେଉଛି। ତାଙ୍କ ମନ୍ତବ୍ୟ ପୋଲିସର ମନୋବଳକୁ ଦୁର୍ବଳ କରିବା ଆଶଙ୍କା ରହିଛି। ବାରମ୍ବାର ପୋଲିସକୁ ସମାଲୋଚନା କରିବାରୁ ଜୟନାରାୟଣ କ୍ଷାନ୍ତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri