ଘର ନାହିଁ: ବିଦ୍ୟାଳୟରେ ରହୁଛନ୍ତି

ଡେରାବିଶ, ୬।୧୧(ସ୍ବ.ପ୍ର.): କଚ୍ଚାଘର ଥିବା ପରିବାରକୁ ବାସଗୃହ ଯୋଜନାରେ ସାମିଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଅର୍ଥାଭାବରୁ ନିଜର ଘର ଖଣ୍ଡିଏ କରି ନ ପାରି ନିଜର ପରିବାରକୁ ଧରି ବିଦ୍ୟାଳୟ ଗୃହରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାରର ୪ ସଦସ୍ୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଭାଗବତପୁର ପଞ୍ଚାୟତ ମେଳକସାହି ଛାଡ଼ିଥିଲେ  ଗାଁରେ। ଗାଁର ପଦ୍ମ ଚରଣ ରାଉତ ନିଜର ଘର ଖଣ୍ଡିଏ ନ ଥିବାରୁ ପକ୍ଷାଘାତରେ ପୀଡ଼ିତ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଧରି ମେଳକସାହି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ଆଶ୍ରୟ ନେଇଛନ୍ତି। ନିଜେ ଅସୁସ୍ଥ ଥିବାରୁ ପଦ୍ମଚରଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ନୁହନ୍ତି। ପେଟକୁ ମୁଠାଏ ଦାନା ଓ ମୁଣ୍ଡ ଗୁଞ୍ଜିବାକୁ ବାସସ୍ଥାନ ଚିନ୍ତାରେ ଥିବା ପଦ୍ମଚରଣଙ୍କର ଦୁଃଖ ଏତିକିରେ ସରିନାହିଁ। ସ୍ତ୍ରୀ ପ୍ରମିଳା (୬୨) ଏହି ସମୟ ମଧ୍ୟରେ ଅର୍ଥାଭାବ ଚିନ୍ତାରେ ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ। ପ୍ରମିଳାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଭଳି ପରିସ୍ଥିତିରେ ନ ଥିବା ପଦ୍ମଚରଣଙ୍କ ପରିବାରରେ ୫ ଝିଅ। ବହୁ କଷ୍ଟରେ ତିନୋଟି ଝିଅଙ୍କୁ ବିବାହ ଦେଇଥିବା ବେଳେ ସାନ ଦୁଇ ଝିଅ ପ୍ରଣତି, ପ୍ରଗତି, ପଦ୍ମଚରଣ ଓ ପ୍ରମିଳାଙ୍କ ସାହାରା ପାଲଟିଛନ୍ତି। ବିଦ୍ୟାଳୟ ବାରଣ୍ଡାରେ ରୋଷେଇ କରିବା ସହ ବିଦ୍ୟାଳୟର ଏକ ଗୃହରେ ଅଚଳ ଅବସ୍ଥାରେ ଥିବା ପ୍ରମିଳାଙ୍କ ସେବା କରୁଛନ୍ତି ଏହି ଦୁଇ ଝିଅ। ଡାକ୍ତରଖାନାରେ ଯାଇ ଚିକିତ୍ସିତ ହେବାକୁ ଅର୍ଥ ବାଧକ ସାଜିଛି ବୋଲି ଝିଅ ପ୍ରଣତି କହିଛନ୍ତି। ଗୋଟିଏ ସ୍ଥାନରେ କେବଳ ଏକ ଚେୟାର ଉପରେ ବସି ରହିଛନ୍ତି ପ୍ରମିଳା। ସ୍ଥାନୀୟ ସରପଞ୍ଚ ଧରଣୀଧର ଦାସ ନିଜେ ବିଦ୍ୟାଳୟକୁ ଆସି ପଦ୍ମଚରଣଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଧରଣୀଧରଙ୍କ ସୂଚନା ଅନୁଯାୟୀ, ତହସିଲ କାର୍ଯ୍ୟାଳୟରୁ ଏହି ବିପନ୍ନ ପରିବାରଙ୍କୁ ପଲିଥିନ୍‌ ଯୋଗାଇ ଦିଆଯିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ପଦ୍ମଚରଣଙ୍କୁ ତୁରନ୍ତ ବାସଗୃହ ଯୋଜନାରେ ସାମିଲ କରିବାକୁ ବିଡିଓଙ୍କୁ ଅନୁରୋଧ କରାଯାଇଛି। ତେବେ ବିଡିଓ ଅଶ୍ୱିନୀ କୁମାର ଦାସ କୁହନ୍ତି, ବାସଗୃହ ଯୋଜନାରେ ଥିବା ଯୋଗ୍ୟ ତାଲିକାରେ ପଦ୍ମଚରଣଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହ ସେ ନିଜେ ଘଟଣା ସ୍ଥଳକୁ ଯାଇ ପଦ୍ମଚରଣ ଓ ତାଙ୍କ ପରିବାରର ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ଭାଙ୍ଗି ଯାଇଥିବା ଘରକୁ ମରାମତି କରିବା ପାଇଁ ପଦ୍ମଚରଣଙ୍କୁ ସହାୟତା କରିଥିବା ବିଡିଓ ଦାସ ସୂଚନା ଦେଇଛନ୍ତି। ତେବେ ନିଜ ପକ୍କା ଘର ଖଣ୍ଡିଏ କରି ସେହି ଛାତ ତଳେ ପରିବାର ସହ କେବେ ମୁଣ୍ଡ ଗୁଞ୍ଜିବେ ସେହି ଚିନ୍ତାରେ ପଦ୍ମଚରଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri