ଘର ନାହିଁ: ବିଦ୍ୟାଳୟରେ ରହୁଛନ୍ତି

ଡେରାବିଶ, ୬।୧୧(ସ୍ବ.ପ୍ର.): କଚ୍ଚାଘର ଥିବା ପରିବାରକୁ ବାସଗୃହ ଯୋଜନାରେ ସାମିଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଅର୍ଥାଭାବରୁ ନିଜର ଘର ଖଣ୍ଡିଏ କରି ନ ପାରି ନିଜର ପରିବାରକୁ ଧରି ବିଦ୍ୟାଳୟ ଗୃହରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାରର ୪ ସଦସ୍ୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଭାଗବତପୁର ପଞ୍ଚାୟତ ମେଳକସାହି ଛାଡ଼ିଥିଲେ  ଗାଁରେ। ଗାଁର ପଦ୍ମ ଚରଣ ରାଉତ ନିଜର ଘର ଖଣ୍ଡିଏ ନ ଥିବାରୁ ପକ୍ଷାଘାତରେ ପୀଡ଼ିତ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଧରି ମେଳକସାହି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ଆଶ୍ରୟ ନେଇଛନ୍ତି। ନିଜେ ଅସୁସ୍ଥ ଥିବାରୁ ପଦ୍ମଚରଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ନୁହନ୍ତି। ପେଟକୁ ମୁଠାଏ ଦାନା ଓ ମୁଣ୍ଡ ଗୁଞ୍ଜିବାକୁ ବାସସ୍ଥାନ ଚିନ୍ତାରେ ଥିବା ପଦ୍ମଚରଣଙ୍କର ଦୁଃଖ ଏତିକିରେ ସରିନାହିଁ। ସ୍ତ୍ରୀ ପ୍ରମିଳା (୬୨) ଏହି ସମୟ ମଧ୍ୟରେ ଅର୍ଥାଭାବ ଚିନ୍ତାରେ ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ। ପ୍ରମିଳାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଭଳି ପରିସ୍ଥିତିରେ ନ ଥିବା ପଦ୍ମଚରଣଙ୍କ ପରିବାରରେ ୫ ଝିଅ। ବହୁ କଷ୍ଟରେ ତିନୋଟି ଝିଅଙ୍କୁ ବିବାହ ଦେଇଥିବା ବେଳେ ସାନ ଦୁଇ ଝିଅ ପ୍ରଣତି, ପ୍ରଗତି, ପଦ୍ମଚରଣ ଓ ପ୍ରମିଳାଙ୍କ ସାହାରା ପାଲଟିଛନ୍ତି। ବିଦ୍ୟାଳୟ ବାରଣ୍ଡାରେ ରୋଷେଇ କରିବା ସହ ବିଦ୍ୟାଳୟର ଏକ ଗୃହରେ ଅଚଳ ଅବସ୍ଥାରେ ଥିବା ପ୍ରମିଳାଙ୍କ ସେବା କରୁଛନ୍ତି ଏହି ଦୁଇ ଝିଅ। ଡାକ୍ତରଖାନାରେ ଯାଇ ଚିକିତ୍ସିତ ହେବାକୁ ଅର୍ଥ ବାଧକ ସାଜିଛି ବୋଲି ଝିଅ ପ୍ରଣତି କହିଛନ୍ତି। ଗୋଟିଏ ସ୍ଥାନରେ କେବଳ ଏକ ଚେୟାର ଉପରେ ବସି ରହିଛନ୍ତି ପ୍ରମିଳା। ସ୍ଥାନୀୟ ସରପଞ୍ଚ ଧରଣୀଧର ଦାସ ନିଜେ ବିଦ୍ୟାଳୟକୁ ଆସି ପଦ୍ମଚରଣଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଧରଣୀଧରଙ୍କ ସୂଚନା ଅନୁଯାୟୀ, ତହସିଲ କାର୍ଯ୍ୟାଳୟରୁ ଏହି ବିପନ୍ନ ପରିବାରଙ୍କୁ ପଲିଥିନ୍‌ ଯୋଗାଇ ଦିଆଯିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ପଦ୍ମଚରଣଙ୍କୁ ତୁରନ୍ତ ବାସଗୃହ ଯୋଜନାରେ ସାମିଲ କରିବାକୁ ବିଡିଓଙ୍କୁ ଅନୁରୋଧ କରାଯାଇଛି। ତେବେ ବିଡିଓ ଅଶ୍ୱିନୀ କୁମାର ଦାସ କୁହନ୍ତି, ବାସଗୃହ ଯୋଜନାରେ ଥିବା ଯୋଗ୍ୟ ତାଲିକାରେ ପଦ୍ମଚରଣଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହ ସେ ନିଜେ ଘଟଣା ସ୍ଥଳକୁ ଯାଇ ପଦ୍ମଚରଣ ଓ ତାଙ୍କ ପରିବାରର ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ଭାଙ୍ଗି ଯାଇଥିବା ଘରକୁ ମରାମତି କରିବା ପାଇଁ ପଦ୍ମଚରଣଙ୍କୁ ସହାୟତା କରିଥିବା ବିଡିଓ ଦାସ ସୂଚନା ଦେଇଛନ୍ତି। ତେବେ ନିଜ ପକ୍କା ଘର ଖଣ୍ଡିଏ କରି ସେହି ଛାତ ତଳେ ପରିବାର ସହ କେବେ ମୁଣ୍ଡ ଗୁଞ୍ଜିବେ ସେହି ଚିନ୍ତାରେ ପଦ୍ମଚରଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri