ବୁଢ଼ାବାପା ନାହିଁ

ଓଡ଼ିଶା ସମେତ ଭାରତରେ ଖାଦ୍ୟସାମଗ୍ରୀ ଓ ପନିପରିବା ଦର ସାଧାରଣ ଲୋକଙ୍କ କିଣିବା କ୍ଷମତାଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିିଗଲାଣି। ଜିରା କିଲୋଗ୍ରାମ ଉପରେ ୬୦୦ ଟଙ୍କା ବୃଦ୍ଧି ପାଇଥିବା କଥା ଶୁଣିଲେ ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ। ଚାଉଳ, ଡାଲି, ଖାଇବା ତେଲ, ଅଦା, ରସୁଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସାଧାରଣ ଲୋକଙ୍କୁ ବହୁତ ବାଧିଲାଣି। ବିଲାତି ବାଇଗଣ (ଟମାଟୋ) କିଲୋ ୨୦୦ ଟଙ୍କା ଉପରକୁ ଯାଇ ଗତ କିଛି ସପ୍ତାହ ହେବ ମୁଖ୍ୟଖବର ରହିଆସିଛି। କିନ୍ତୁ ସେଥିରେ ଦରବୃଦ୍ଧି ସୀମିତ ନୁହେଁ। ପ୍ରାୟ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଏଭଳି ବଢ଼ିଛି ଯେ, ସାଧାରଣ ଲୋକ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲାଣି। କେନ୍ଦ୍ର ସରକାର ବୁଦ୍ଧି ଲଗାଇ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରଖିଛନ୍ତି। କିନ୍ତୁ ଗହୀରେଇ ଦେଖିଲେ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ମୂଲ୍ୟ ଅପେକ୍ଷାକୃତ ହ୍ରାସ ପାଇଥିଲେ ମଧ୍ୟ ସରକାର ସେହି ସୁବିଧା ଜନସାଧାରଣଙ୍କୁ ଦେଉନାହାନ୍ତି। ଯଦି ଖାଦ୍ୟ ମୁଦ୍ରାସ୍ଫୀତିର ପରିସଂଖ୍ୟାନକୁ ଦେଖାଯାଏ ଜୁନ୍‌ରେ ଏହା ୪.୬ ପ୍ରତିଶତ ହୋଇଥିବା ବେଳେ ତା’ ପୂର୍ବ ମାସ ଏହା ଥିଲା ୩ ପ୍ରତିଶତରୁ କମ୍‌। ଏଭଳି ସ୍ଥିତିରେ ଜୁଲାଇକୁ ହିସାବକୁ ନେଲେ ସ୍ଥିତି ଆହୁରି ଖରାପ ରିପୋର୍ଟ ଦେବ ବୋଲି ଅନୁମାନ କରିହେଉଛି। କାରଣ ଚଳିତ ମାସ ସବୁ ପ୍ରକାର ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି। ଅବଶ୍ୟ କେହି ଭୁଲିଯିବା କଥା ନୁହେଁ ଯେ, ଭାରତର ଜନସଂଖ୍ୟା ବହୁଳ ମାତ୍ରାରେ ବୃଦ୍ଧି ପାଉଛି। ତତ୍‌ସହିତ ସରକାରୀ ନୀତି ଅନୁଯାୟୀ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଜନସଂଖ୍ୟା ସ୍ଥାନାନ୍ତରିତ କରିବାର ଲଗାତର ଅସ୍ବାଭାବିକ ପ୍ରଚେଷ୍ଟା କୃଷି ଅର୍ଥନୀତିକୁ ଘୋର ଆଞ୍ଚ ପହଞ୍ଚାଇଛି। ସମସ୍ତଙ୍କ ମନେଥିବ ଉତ୍ତମ ଫସଲ ବର୍ଷରେ ସେନ୍‌ସେକ୍ସ ସମେତ ସବୁ ଅର୍ଥନୈତିକ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ଗ୍ରାଫ୍‌ ଦେଖାଇଥାଏ। ସେଥିରେ ଉତ୍‌ଫୁଲ୍ଲିତ ହେଉଥିବା ପଣ୍ଡିତମାନେ ଗଭୀରକୁ ଯାଇ ତା’ର କାରଣ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ବୋଲି ଅନୁମାନ କରିହେଉଛି। ତାହା କେବଳ ମାତ୍ର ସୂଚାଉଛି ଯେ, ଆଜି ମଧ୍ୟ ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ କୃଷିର ସଫଳତା ଉପରେ ନିର୍ଭରଶୀଳ।
ସବୁ ସମୟ ପାଇଁ ଦେଖାଯାଇଛି ଯେ, ସାମଗ୍ରୀଗୁଡ଼ିକର ଦରଦାମ ନିୟନ୍ତ୍ରଣ ଭିତରେ ରହିଲେ ପରିବାର ପ୍ରତିପୋଷଣ ସହଜ ହୋଇଥାଏ। କୋଭିଡ୍‌ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ଜନସାଧାରଣଙ୍କ ଆୟ ଯଥେଷ୍ଟ କମିଯାଇଛି। ଯେତେବେଳେ ବ୍ୟକ୍ତିର ଆୟ କମିଯିବ ଓ ଅନ୍ୟପକ୍ଷରେ ତା’ର ବ୍ୟୟ ବଢ଼ିଯିବ, ସେତେବେଳେ ତା’ର ଚଳିବା କଷ୍ଟକର ହୋଇଯିବ। ସରକାର ଲୋକଙ୍କ ବାସ୍ତବ ଦୁଃଖକୁ ନ ଦେଖି ଦେଶବାସୀଙ୍କୁ ବୁଝାଇବାରେ ଲାଗିଛନ୍ତି। ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଦୋଷ ଦିଆଗଲେ ଅସ୍ବାଭାବିକ ମୌସୁମୀ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଆଦି କେତେକ ଘୋଷା କଥାକୁ ଲୋକଙ୍କ ଆଗରେ ଥୋଇ ଦିଆଯାଉଛି। ଏଥିସହିତ ଦେଶର ଏକ ପ୍ରମୁଖ ଇଂଲିଶ ଖବରକାଗଜ ‘ଦି ଇକୋନୋମିକ୍‌ ଟାଇମ୍ସ’ରେ ୨୭ ଜୁଲାଇରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବକ୍ତବ୍ୟ ବ୍ୟସ୍ତ କରିବା ସ୍ବାଭାବିକ। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତେ ଯଦି ଅନ୍ୟ କେହି ଶାସନ କରୁଥାଆନ୍ତେ, ତେବେ ଆଜି କ୍ଷୀର ଲିଟର ପିଛା ୩୦୦ ଟଙ୍କା ହୋଇଥାଆନ୍ତା ଓ ଡାଲି ୫୦୦ ଟଙ୍କା କିଲୋ ଛୁଇଁଥାଆନ୍ତା।
ନିକଟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତ ସମ୍ବନ୍ଧରେ ଏକ ସକାରାତ୍ମକ ରିପୋର୍ଟ ପ୍ରଦାନ କରିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୬ ପ୍ରତିଶତ ବୃଦ୍ଧି ପାଇବ। ‘ବିରାଡ଼ି କପାଳକୁ ଶିକା ଛିଡ଼ିଲା’ ଭଳି କେନ୍ଦ୍ର ସରକାର ଏବେ ଏହି ଆକଳନ ରିପୋର୍ଟକୁ ଅନ୍ତର୍ଜାତୀୟ ସ୍ବୀକୃତି ଭାବେ ଧରି ନେଇ ବାହାବା ନେଲେଣି। କୁହାଯାଇପାରେ ଯେ, ଆଇଏମ୍‌ଏଫ୍‌ର ଏହି ଆଶାବାଦୀ ରିପୋର୍ଟ ନୀତି ପ୍ରସ୍ତୁତକାରୀଙ୍କୁ ମୁଦ୍ରାସ୍ଫୀତି ଓ ବେକାରି ଭଳି ସମସ୍ୟାକୁ କମାଇବା ଲାଗି ସେମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ସୃଷ୍ଟି କରିବ। କିନ୍ତୁ ଭାରତରେ ଅଧିକାଂଶ ନୀତିକାର ଓ ଗବେଷକ ରାଜନୈତିକ ବ୍ୟକ୍ତି, ବିଶେଷକରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହୋଇଥାଆନ୍ତି। ଏଠାରେ କୁହାଯାଇପାରେ ଯେ, ଦେଶ ଭିତରୁ ଯଦି କୌଣସି ଅଶ୍ୱସ୍ତିକର ତଥ୍ୟ ଉପରେ ଆଧାରିତ ରିପୋର୍ଟ ପ୍ରକାଶ ପାଉଛି, ତେବେ ସେଥିରେ ଜଡ଼ିତ ଅଫିସର କିମ୍ବା ପରିସଂଖ୍ୟାନବିତ୍‌ଙ୍କୁ ଚାକିରିରୁ ବିଦା କରିବା ସହିତ ଜେଲ୍‌କୁ ପଠାଇ ଦିଆଯାଉଛି। ସେହିଭଳି ବିଦେଶରୁ ଭାରତ ସମ୍ପର୍କରେ ପ୍ରକାଶ ପାଉଥିବା ତଥ୍ୟ ଯଦି ସରକାରଙ୍କୁ ସୁହାଉନାହିଁ, ତେବେ ତାହାକୁ ଆଭ୍ୟନ୍ତରୀଣ କାର୍ଯ୍ୟରେ ବାହ୍ୟଶକ୍ତିର ହସ୍ତକ୍ଷେପ କହି ନାକଚ କରି ଦିଆଯାଉଛି। ଅର୍ଥାତ୍‌ ବାସ୍ତବତାକୁ ସ୍ବୀକାର କରି ତା’ ଉପରେ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଆଜିର ସରକାର ଅନିଚ୍ଛୁକ ବୋଲି ବୁଝାପଡ଼ୁଛି। ପରିସଂଖ୍ୟାନ ଠିକ୍‌ ରହିଲେ ଦେଶବାସୀଙ୍କ ପାଇଁ ପ୍ରଣୟନ ହେଉଥିବା ନୀତି ସେମାନଙ୍କ କାର୍ଯ୍ୟରେ ଲାଗିଥାଏ। କିନ୍ତୁ ଭାରତରେ ପରିସଂଖ୍ୟାନର ବୁଢ଼ାବାପା ଭାବେ ପରିଚିତ ଜନଗଣନା ଦୀର୍ଘ କାଳ ସ୍ଥଗିତ ରଖାଯିବା ଫଳରେ ମୂଳରୁ ପ୍ରତ୍ୟେକଟି କାର୍ଯ୍ୟ ଏବଂ ଯୋଜନା ତ୍ରୁଟିପୂର୍ଣ୍ଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri