ମିଳୁନି ସରକାରୀ ବିହନ, ଚାଷୀ ହଇରାଣ

କେନ୍ଦୁଝର,୨।୭ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି କ୍ଷେତ ପ୍ରସ୍ତୁତ କରି ସାରିଥିବା ବେଳେ ବିହନ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିକ୍ରୟ କେନ୍ଦ୍ର ତଥା ଲ୍ୟାମ୍ପ୍‌ସରୁ ବିହନ ନ ପାଇ ଚାଷୀମାନେ ଖାଲି ହାତରେ ଫେରୁଛନ୍ତି। ଚାଷ ସମୟ ଗଡ଼ି ଯାଉଥିବାରୁ ଅନେକ ଚାଷୀ ବାଧ୍ୟ ହୋଇ ବାହାରୁ ଚଢା ଦରରେ ବିହନ କିଣୁଛନ୍ତି।
ପାଗ ଅନୁକୂଳ ହୋଇଥିବାରୁ ଚାଷୀମାନେ ହଳ ଓ ତଳିପକା କାମ ଆରମ୍ଭ କଲେଣି। ଧାନ ବିହନ ମିଳିଲେ ତଳି ପଡ଼ିବ ଓ ପରେ ଧାନ ରୁଆ ହେବ। ତେବେ ବିହନ ପାଇଁ ଲ୍ୟାମ୍ପ୍‌ସଠାରୁ ଆରମ୍ଭ କରି କୃଷି ବିଭାଗ ଅଫିସ ଯାଉଥିଲେ ହେଁ ବିହନ ମିଳୁନାହିଁ। ଏଣୁ ବାଧ୍ୟ ହୋଇ ଅଧିକ ମୂଲ୍ୟରେ ବିହନ କିଣିବାକୁ ପଡୁଛି। ସରକାର କୃଷିକୁ ପ୍ରାଧାନ୍ୟ ଦେଇ ବହୁ ଯୋଜନା ପ୍ରଚାର ପ୍ରସାର କରୁଥିବା ବେଳେ ଚାଷୀଙ୍କ ପାଖରେ ବିହନ ନ ପହଞ୍ଚତ୍ବା କୃଷକମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ସ୍ଥାନୀୟବାସୀ ପ୍ରଶ୍ନ ଉଠାଇଛନ୍ତି। ବିଭିନ୍ନ ଲ୍ୟାମ୍ପ ଓ ବିହନ ବିକ୍ରୟ କେନ୍ଦ୍ର ଜରିଆରେ ବିହନ ବିକ୍ରି ହେଉଥିବା ନେଇ କୃଷି ବିଭାଗ ସ୍ପଷ୍ଟ କରୁଛି। ତେବେ ଚାଷୀଙ୍କୁ ସାର୍ଟିଫାଏଡ୍‌ ବା ସ୍ବୀକୃତିପ୍ରାପ୍ତ ବିହନ ମିଳି ନାହିଁ। ଯେଉଁମାନେ ପାଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ତଳି ପାଇଁ ଧାନ ବୁଣିଥିଲେ ହେଁ ସେଥିରୁ ଗଜା ବାହାରୁ ନ ଥିବା ଘଷିପୁରା ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତ ଦାସ କହିଛନ୍ତି ଯେ, ବିଭିନ୍ନ ଲ୍ୟାମ୍ପ୍‌ସ ଓ ପ୍ୟାକ୍‌ସକୁ ବିକ୍ରୟ ପାଇଁ ୭,୪୦୦ କୁଇଣ୍ଟାଲ ବିହନ ଦିଆଯାଇଛି। ବିହନ ନିଗମ ପାଖରେ ଆଉ ୭୦୦ କୁଇଣ୍ଟାଲ ଧାନ ବିହନ ଅଛି। ଚାଷୀଙ୍କ ଆବଶ୍ୟକତାକୁ ଦେଖି ବିଭିନ୍ନ ଲ୍ୟାମ୍ପ୍‌ସକୁ ଦିଆଯିବ। ତେବେ କୃଷି ବିଭାଗ କହିବା ପରେ ମଧ୍ୟ ଲ୍ୟାମ୍ପ୍‌ସକୁ ବିହନ ଆସୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ରହି ପ୍ୟାକେଟ ପିଛା ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ କିଣିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ବିହନ ଚାଷୀଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ କଳାବଜାର ହେଉଥିବା ଆଶଙ୍କା କରାଯାଉଛି ା ଏଣୁ ଏନେଇ ପଦକ୍ଷେପ ନେବା ସହ ଧରପଗଡ଼ କରି ବିହନ ଦେବା ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri