ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର ଅବହେଳା ଯୋଗୁ ମଧ୍ୟପ୍ରଦେଶରେ ୧୨୬୫ କ୍ୱିଣ୍ଟାଲ ଗହମ ଖତ ଖାଇଯାଇଛି। ଏଭଳି ଘଟଣା କାନଓ୍ବନରେ ଘଟିଛି। ସ୍ଥାନୀୟ ଏକ ଗୋଷ୍ଠୀ ଉନ୍ନୟନ ସେବା ସହକାରିି ସମିତିର କାର୍ଯ୍ୟାଳୟ ବାହାରେ ଦୀର୍ଘଦିନ ଧରି ଗହମ ପଡ଼ି ରହି ଶେଷରେ ନଷ୍ଟ ହୋଇଯାଇଛି। ଏନେଇ ସମିତିର ଶାଖା ପ୍ରବନ୍ଧକ ଓମ୍‌ ପ୍ରକାଶ ଚୌହ୍ବାନ କହିଛନ୍ତି ଯେ, ଗହମକୁ ସ୍ଥାନାନ୍ତର କରାଯିବା ପାଇଁ ଉଦ୍ୟମ ହୋଇଥିଲା। ତେବେ କରୋନା ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ତାହା ସମ୍ଭବ ହୋଇ ପାରି ନ ଥିଲା। ପ୍ରାକ୍‌-ମୌସୁମୀ ବର୍ଷାରେ ଭିଜି ଯିବା ପରେ ଗହମ ଖତ ହୋଇଯାଇଥିଲା। ଏହାପରେ ପ୍ଲାଷ୍ଟିକ୍‌ ପାଲ ଘୋଡ଼ା ଯାଇଥିଲେ ମଧ୍ୟ ଗହମ ସୁରକ୍ଷିତ ରହି ପାରି ନ ଥିଲା। କରୋନା ସଙ୍କଟ ସମୟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ‘ଜୟ ହୋ’ର ଅଧ୍ୟକ୍ଷ ଡ. ଅଶୋକ ଶାସ୍ତ୍ରୀ କହିଛନ୍ତି ଯେ, ଏହି ଗହମ ଦ୍ୱାରା ୨ ମାସ ପର୍ଯ୍ୟନ୍ତ ଏକ ହଜାର ଲୋକଙ୍କ ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ତେବେ ପ୍ରଶାସନିକ ଅବହେଳା କାରଣରୁ ଏହା ସମ୍ଭବ ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଲକ୍ଷ୍ନୌ,୪।୧: ୟୁପିର ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ...

ଆଉ ୮୬ ଅସ୍ତିତ୍ୱହୀନ ଦଳ ତାଲିକାରୁ ବାଦ୍‌

ନୂଆଦିଲ୍ଲୀ,୧୪ା୯(ପି.ଟି.): ନିର୍ବାଚନ କମିଶନ (ଇସି) ଆଉ ୮୬ଟି ଅସ୍ତିତ୍ୱହୀନ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)ଙ୍କୁ ତାଲିକାରୁ ବାଦ୍‌ ଦେବା ଲାଗି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।...

ଟ୍ରେନ୍‌ରେ ବେବି ବର୍ଥ

ଲକ୍ଷ୍ନୌ,୧୧।୫: ଭାରତୀୟ ରେଳ ପକ୍ଷରୁ ମହିଳା ଯାତ୍ରୀଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଇଛି। ଛୋଟପିଲାଙ୍କୁ ଧରି ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ସୁବିଧା...

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ...

ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା...

ଏସ୍‌ଡିଓ ଲୁହା ପୋଲ ଚୋରି ମାମଲାର ମାଷ୍ଟରମାଇଣ୍ଡ୍‌, ୨ ସରକାରୀ ଅଧିକାରୀଙ୍କ ସମେତ ୮ ଗିରଫ…

ରୋହତାସ, ୧୧।୪ : ବିହାରର ରୋହତାସ ଜିଲାରେ ହୋଇଥିବା ଲୁହା ପୋଲ ଚୋରି ମାମଲାରେ ୨ ସରକାରୀ ଅଧିକାରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି।...

ବୁଲାକୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜ୍ୟୋତିରଞ୍ଜନ

ନିଶ୍ଚିନ୍ତକୋଇଲି,୬ା୪(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲକ୍‌ଡାଉନ୍‌ ଯୋଗୁ ୧୦ ଦିନ ହେଲା ବୁଲା କୁକୁରମାନେ ଖାଇବାକୁ ପାଉନାହାନ୍ତି। ଫଳରେ ଏହି କୁକୁରମାନଙ୍କ...

କର୍ନାଟକରେ ଜୁନ୍‌ ୧ରୁ ଖୋଲିବ ମନ୍ଦିର-ମସଜିଦ୍‌-ଚର୍ଚ୍ଚ: ଶ୍ରଦ୍ଧାଳୁ ମାନିବେ ମାର୍ଗଦର୍ଶିକା

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଜୁନ୍‌ ୧ଠାରୁ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ଖୋଲାଯିବ। ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା...

Advertisement
Archives

Model This Week