Posted inରାଜ୍ୟ

ସାର ମିଳୁନି, ଗଜା ହେଉନି ବିହନ

ଭୁବନେଶ୍ୱର,୧୪ା୭(ବ୍ୟୁରୋ): ଚାଷୀମାନଙ୍କୁ ସାର ମିଳୁନି। ସାର ଯୋଗାଣ କଳାବଜାରକାରୀଙ୍କ କବ୍‌ଜାରେ ରହିଛି। ଚାଷୀଙ୍କୁ ସରକାରୀ ମୂଲ୍ୟଠାରୁ ବହୁ ଅଧିକ ଦାମ୍‌ ଦେବାକୁ ପଡୁଛି। ସାର ସହିତ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ବାଧ୍ୟ କରାଯାଉଛି। ବର୍ଷା ହେଉଥିବାରୁ ଚାଷୀ ତଳି ପକାଇବାକୁ ବିହନ ପାଉନାହାନ୍ତି। ଯେଉଁ ବିହନ ଯୋଗାଇ ଦିଆଯାଉଛି ସେଥିରୁ ୫୦ ପ୍ରତିଶତ ଗଜା ହେଉନି। ରାଜ୍ୟର ବିଭିନ୍ନ ଜିଲାରେ ସାର ଓ ବିହନ ଯୋଗାଣକୁ ନେଇ ବିଧାନସଭାରେ ଅସନ୍ତୋଷ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ସାର ଯୋଗାଣରେ ହେଉଥିବା ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କୃଷିମନ୍ତ୍ରୀଙ୍କଠାରୁ ଜବାବ ତଲବ କରିଛନ୍ତି।

ବିଧାନସଭା ମାୈସୁମୀ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବାଚସ୍ପତି ଗୃହକୁ ପ୍ରବେଶ କଲେ। ସଦସ୍ୟମାନେ ଛିଡ଼ା ହୋଇ ବାଚସ୍ପତିଙ୍କୁ ନମସ୍କାର ଜଣାଇଲେ । କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ମୂଳ ପ୍ରଶ୍ନ ନମ୍ବର ୧୨୧ରୁ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ। ସେ ପଚାରିଥିଲେ, ରାଜ୍ୟ ସରକାର ଚଳିତ ଖରିଫ ଋତୁରେ କେଉଁ ଜିଲାକୁ କେତେ ପରିମାଣର ୟୁରିଆ, ପଟାସ, ଡିଏପି, ଗ୍ରୋମୋର ଆଦି ସାର ଯୋଗାଇ ଦେଇଛନ୍ତି। ସାର ଚାଷୀଙ୍କୁ ନ ମିଳି କଳାବଜାର ହେଉଥିବା ସରକାର ଜାଣନ୍ତି କି।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଚଳିତ ଖରିଫ ଋତୁରେ ରାଜ୍ୟର ବିଭିନ୍ନ ଜିଲାକୁ ୨ ଲକ୍ଷ ୫ ହଜାର ୯୯୨ ମେଟ୍ରିକ ଟନ୍‌ ୟୁରିଆ, ୭୭ ହଜାର ୬୭୧ ମେଟ୍ରିକ ଟନ୍‌ ଡିଏପି, ୨୬ ହଜାର ୬୯୮ ମେଟ୍ରିକ ଟନ୍‌ ପଟାସ(ଏମ୍‌ଓପି) ଏବଂ ୯୫ ହଜାର ୬୩୮ ମେଟ୍ରିକ ଟନ ଏନ୍‌ପିକେ (ଗ୍ରୋମୋର) ଯୋଗାଇ ଦିଆଯାଇଛି। ରାଜ୍ୟରେ ଚାଷୀମାନେ ଲାଇସେନ୍ସପ୍ରାପ୍ତ ଖୁଚୁରା ବିକ୍ରେତାଙ୍କଠାରୁ ସର୍ବାଧିକ ଖୁଚୁରା ମୂଲ୍ୟରେ ସାର କିଣିଥାଆନ୍ତି। ସାରଗୁଡ଼ିକର କଳାବଜାର ହେଉଥିବା ତଥ୍ୟ ବିଭାଗର ହସ୍ତଗତ ହୋଇ ନାହିଁ।

ବିଜେଡି ସଭ୍ୟ ଭୂପିନ୍ଦର ସିଂ ଅତିରିକ୍ତ ପ୍ରଶ୍ନରେ କହିଲେ, ଚାଷୀଙ୍କୁ ସାର ସୋସାଇଟି ଜରିଆରେ ଦିଆଯାଉ। ଭାଜପା ସଭ୍ୟ ଭାସ୍କର ମଢ଼େଇ କହିଲେ, କର୍ମଚାରୀ ଅଭାବରୁ ସାର ଚାଷୀଙ୍କୁ ଠିକ୍‌ ସମୟରେ ବଣ୍ଟାଯାଇ ପାରୁନାହିଁ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ଚାଷୀଙ୍କୁ ୟୁରିଆ ଓ ଗ୍ରୋମୋର ପ୍ରଚୁର ମିଳୁଛି। ମାତ୍ର ଅନ୍ୟାନ୍ୟ ସାର, ବିହନ, କୀଟନାଶକ, ଜୈବିକ ସାର ମିଳୁ ନାହିଁ। ସରକାର ତୁରନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ।

ବିଜେଡି ସଭ୍ୟ ପ୍ରଦୀପ ଦିଶାରୀ କହିଲେ, ଚାଷୀଙ୍କୁ ସାର ସହିତ ଅନ୍ୟାନ୍ୟ ଜିନିଷ କିଣିବାକୁ ବାଧ୍ୟ କରାଯାଉଛି। ସେହି ଡିଲରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସଭ୍ୟ ରୁଦ୍ର ମହାରଥୀ କହିଲେ, ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଏ ପର୍ଯ୍ୟନ୍ତ ୨୫% ସାର ଚାଷୀଙ୍କୁ ମିଳି ନାହିଁ। ଯେଉଁ ବିହନ ଯୋଗାଇ ଦିଆଯାଇଛି ସେଥିରୁ ୫୦ ପ୍ରତିଶତ ଗଜା ହେଉନି। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ କହିଲେ, ନୂଆପଡ଼ା ଜିଲାରେ କେତେ ସାର ଆବଶ୍ୟକ ରହିଛି, କେତେ ଯୋଗାଇ ଦିଆଯାଉଛି। ନାନୋ ୟୁରିଆ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କୋରାପୁଟ ଜିଲାରେ କେତେ ସାର ଆବଶ୍ୟକ ଥିଲା। କେତେ ଯୋଗାଇ ଦିଆଯାଇଛି। ପଞ୍ଚାୟତ ଗୋଦାମରେ ସାର ରଖି ପ୍ୟାକ୍ସ ଓ ଲାମ୍ପ୍ସ ଜାରିଆରେ ଚାଷୀଙ୍କୁ ସାର ଯୋଗାଇ ଦେବା ବ୍ୟବସ୍ଥା କରିବେ କି? ବିଜେଡି ସଭ୍ୟ ରମେଶ ଚନ୍ଦ୍ର ସାଏ କହିଲେ, ଅନୁଗୋଳ ଜିଲାରେ କେତେ ସାର ଆବଶ୍ୟକ। କେତେ ଯୋଗାଇ ଦିଆଯାଇଛି। ଉତ୍ତରରେ ମନ୍ତ୍ରୀ କହିଲେ, ୨୦୨୨ ଏପ୍ରିିଲରୁ ଜୁଲାଇ ୧୧ ତାରିଖ ମଧ୍ୟରେ ରାଜ୍ୟକୁ ୧୦୩% ୟୁରିଆ ମିଳିଥିବା ବେଳେ ଡିଏପି ୬୭, ଏମ୍‌ଓପି ୬୬, ଏନ୍‌ପିକେ ୮୦ ପ୍ରତିଶତ ମିଳିଛି । ସେଥିରୁ ୮୫% ସାର ଯୋଗାଇ ଦିଆଯାଇଛି। ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ସଚିବଙ୍କ ସହ ପ୍ରତି ସପ୍ତାହର ମଙ୍ଗଳବାର, ଜିଲା ଅଧିକାରୀଙ୍କ ସହ ବୁଧବାର ଏବଂ ସାର ଯୋଗାଉଥିବା କମ୍ପାନୀଗୁଡ଼ିକ ସହ ଶୁକ୍ରବାର କଥାବାର୍ତ୍ତା କରାଯାଉଛି। ଚାଷୀମାନେ ସାର ଯେପରି ଠିକ୍‌ ସମୟରେ ପାଇବେ ସେ ନେଇ ଉଦ୍ୟମ କରାଯାଉଛି। ଏପ୍ରିିଲ ପହିଲାରୁ ଜୁନ୍‌ ୩୦ ତାରିଖ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରୁ ୩ ଲକ୍ଷ ୬୪ ହଜାର ୨୩୨ ମେଟ୍ରିକ ଟନ ସାର ପାଇଛୁ। ଆହୁରି ୨ଲକ୍ଷ ୩୫ ହଜାର ୭୫୦ ମେଟ୍ରିକ ଟନ ସାର କେନ୍ଦ୍ର ସରକାର ଦେଇନାହାନ୍ତି । ସାର ଆମାଜନ କି ଫ୍ଲିପକାର୍ଟ ଜରିଆରେ କିଣାଯାଇ ପାରିବ ନାହିଁ। କେନ୍ଦ୍ର ସରକାର ଯୋଗାଇଲେ ଚାଷୀଙ୍କୁ ଦିଆଯିବ। ସାର ପାଇଁ କଞ୍ଚାମାଲ ରୁଷିଆ ଓ ବେଲାରୁଷରୁ ଆସେ । ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମସ୍ୟା ଦେଖା ଦେଇଛି। ସାର ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଏଭଳି ସମସ୍ୟା ଦେଖାଦେଇଛି। ରାଜ୍ୟର ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉନାହାନ୍ତି । ଫଳରେ ଓଡ଼ିଶାରେ ଚାଷୀମାନେ ପ୍ରତି ହେକ୍ଟର ପିଛା ୬୦ରୁ ୭୦ କେଜି ସାର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଡିଲରମାନେ ଚାଷୀଙ୍କୁ ଅନ୍ୟ ଜିନିଷ ନେବାକୁ ବାଧ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଡେଲାଙ୍ଗକୁ ୬,୨୧୮ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇଛି। ଖୋର୍ଦ୍ଧା ଜିଲାକୁ ମୋଟ ୭ ହଜାର ୮୮ ମେଟ୍ରିକ ଟନ ସାର ଯୋଗାଣ ହୋଇଛି। ଆମଦାନୀ ଶୁଳ୍କ ବଢ଼ି ଯାଇଥିବାରୁ ସାର ଦାମ ମଧ୍ୟ ବଢ଼ିଛି। ନୂଆପଡ଼ା ଜିଲାକୁ ୧୬,୫୩୩ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇଛି। ଯେଉଁଠି ସାର ଛଡ଼ା ଅନ୍ୟ ଜିନିଷ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପଠାଇ ତାହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri