ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।
କଞ୍ଚାମାଲ ଯୋଗାଣ ଅଭାବରୁ ଇଫ୍କୋରେ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଅଧିକ ଦିନ ଏଭଳି ଅବସ୍ଥା ରହିଲେ ସରକାର ବିକଳ୍ପ ବ୍ୟବସ୍ଥା କରିବେ। ଏପରିକି ଅଧିକାରୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ।
ଅନ୍ୟପକ୍ଷେ ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ସାର ମହଜୁଦ ରହିଛି। କିଛି ସମସ୍ୟା ନାହିଁ। ମାର୍କଫେଡେରେ ୬୬ ହଜାର ୯୧୮ ମେଟ୍ରିକ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ କହିଛନ୍ତି।