ପ୍ରକଳ୍ପ ପାଖରେ ଜମି ପଡ଼ିଆ

ଢେଙ୍କାନାଳ ଅଫିସ, ୨୬।୭:  ଲୁଚକାଳି ଖେଳୁଛି ମୌସୁମୀ। ଅନାବୃଷ୍ଟି ପାଇଁ ଶ୍ରାବଣରେ ଶୁଖିଲା ପଡ଼ିଛି ଜମି। ଅନିୟମିତ ଲଘୁଚାପ ବର୍ଷା ଚାଷକୁ ନିଅଣ୍ଟ ହେଉଥିବାବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଏସବୁ ଭିତରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ବିଦ୍ୟୁତ୍‌ ବିଭ୍ରାଟ। ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌ ସେଚ ପ୍ରକଳ୍ପଗୁଡ଼ିକୁ ସ୍ଥାଣୁ କରିଦେଇଛି। ଫଳରେ ପ୍ରକଳ୍ପ ପାଖରେ ଥାଇ ସୁଦ୍ଧା ପଡ଼ିଆ ପଡ଼ିଛି ଏକର ଏକର ଜମି । ବିଦ୍ୟୁତ୍‌ ବିଭାଗର ଏଭଳି ମନମୁଖି କାର୍ଯ୍ୟ ଖରିଫ ଚାଷରେ ବାଧକ ସାଜିଥିବାବେଳେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଅଞ୍ଚଳର ଚାଷୀ।
ମୌସୁମୀ ଆସିଛି। ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଥିବା ପରିବାରର ଆର୍ଥିକ ବ୍ୟବସ୍ଥାକୁ ସଜାଡ଼ିବାକୁ ପାଗ ଭିଡ଼ିଛି ଚାଷୀ। ତେବେ ଜମି ପାଖରେ ଥିବା ସେଚ ପ୍ରକଳ୍ପ କାମରେ ନ ଆସିବା ବେଲଟିକିରି ଗ୍ରାମର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ଉଠା ଜଳସେଚନ ବିଭାଗ ପକ୍ଷରୁ ବିଜୁ କୃଷି ବିକାଶ ଯୋଜନାରେ ଗଭୀର ନଳକୂପ ଖନନ କରାଯାଇଛି। ଏଥିରେ ଖର୍ଚ୍ଚ ହୋଇଛି ୨୬ଲକ୍ଷ ୮୦ହଜାର ଟଙ୍କା। ପ୍ରକଳ୍ପରୁ ଜମିକୁ ଜଳଯୋଗାଣ ଲାଗି ୬୩ କେଭିଏ କ୍ଷମତାସମ୍ପନ୍ନ ସ୍ବତନ୍ତ୍ର ଟ୍ରାନ୍ସଫର୍ମର ଲଗାଯାଇଛି। କିନ୍ତୁ ୩ ମାସ ହେଲା ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଜମିକୁ ଜଳଯୋଗାଣ ହୋଇପାରୁନାହିଁ। ଫଳରେ ୪୦ ଏକର ଜମିରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବା ସେଚପ୍ରକଳ୍ପର ହିତାଧିକାରୀ ଚାଷୀ ଜିତେନ୍ଦ୍ର ସାହୁ, ବିକ୍ରମ ସାହୁ, ସୁଧାଂଶୁ ନାୟକ, ଶିବପ୍ରସାଦ ବେହେରା, ମଧୁମିତା ଦେହୁରୀ, ପ୍ରଶାନ୍ତ ଗଡ଼ନାୟକ, ରବିନାରାୟଣ ଷଣ୍ଢ ପ୍ରମୁଖ ଅଭିଯୋଗ କରିଛନ୍ତି। ଚାଷୀଙ୍କ କହିବା କଥା, ସେମାନେ ପ୍ରାୟ ୪୦ ଏକର ଜମିରେ ଧାନ, ବାଇଗଣ, ବିଲାତି, ଝୁଡୁଙ୍ଗ ସମେତ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି। ଲଘୁଚାପଜନିତ ଅନିୟମିତ ବର୍ଷା ପ୍ରଥମରୁ ଚିନ୍ତା ବଢ଼ାଇଥିବାବେଳେ ସେଚ ପ୍ରକଳ୍ପ ସହାୟତାରେ ଚାଷ କାର୍ଯ୍ୟ ଆଗେଇ ନେବାକୁ ସେମାନେ ଯୋଜନା କରିଥିଲେ। ହେଲେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଜମିକୁ ପାଣି ମାଡ଼ି ପାରୁନି। ଅନେକ ଜମି ପଡ଼ିଆ ପଡ଼ିଛି। ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ, ଉଠା ଜଳସେଚନ ବିଭାଗ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇ ଦାୟିତ୍ୱରୁ ଓହରିଯିବାକୁ ଉଦ୍ୟମ କରୁଥିବା ଚାଷୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଯୋରନ୍ଦାସ୍ଥିତ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୂତି ସାହୁ କୁହନ୍ତି, ଅଭିଯୋଗ ମିଳିବା ପରେ ବିଭାଗୀୟ କର୍ମଚାରୀଙ୍କୁ ମରାମତି କରିବାକୁ ପଠାଯାଇଥିଲା। ହେଲେ ଚାଷୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବାରୁ କର୍ମଚାରୀମାନେ ଫେରି ଆସିଥିଲେ। ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ। ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରବୀର ଓରାମ୍‌ କୁହନ୍ତି, ଏହା ବିଦ୍ୟୁତ୍‌ ବିଭାଗର କାମ। ଚାଷୀମାନେ ବିଧିବଦ୍ଧ ଭାବେ ଅଭିଯୋଗ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଖରିଫ୍‌ ଧାନ ପ୍ରଭାବିତ ହେଲାଣି
ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଜଳସେଚନ ପ୍ରକଳ୍ପ କାମ କରୁନି। ଫଳରେ ଖରିଫ୍‌ ଧାନ ସମେତ ଅନ୍ୟ ପରିବା ଚାଷ ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ଜମି ପଡ଼ିଆ ପଡ଼ିଛି। ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ୍‌ ବିଭାଗ ପଦକ୍ଷେପ ନେଉନାହିଁ।
-ରବିନାରାୟଣ ଷେଣ୍ଡ, ଚାଷୀ

ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି
ବିଦ୍ୟୁତ୍‌ ବିଭ୍ରାଟ ସମ୍ପର୍କରେ ଆପତ୍ତି ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି। ବର୍ଷା ଅଭାବରୁ ବହୁକଷ୍ଟରେ କରାଯାଇଥିବା ଫସଲ ନଷ୍ଟ ହେବାକୁ ବସିଲାଣି। ତୁରନ୍ତ ସମସ୍ୟାର ସମାଧାନ ନ କଲେ ଆନ୍ଦୋଳନକୁ ଓହ୍ଲାଇବୁ।
-ଜିତେନ୍ଦ୍ର କୁମାର ସାହୁ, ଚାଷୀ

ସମାଧାନ ପାଇଁ ଆନ୍ତରିକତା ନାହିଁ
ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ପ୍ରକଳ୍ପ ପାଖରେ ଥାଇ ଜମିକୁ ପାଣି ମାଡିପାରୁନି। ଚାଷୀମାନେ ଯେଉଁ ସମସ୍ୟା ଭୋଗୁଛନ୍ତି, ତାହା ଅଧିକାରୀଙ୍କ ଆଖିରେ ପଡୁନି। ସମସ୍ୟାର ସମାଧାନ ଲାଗି ଆନ୍ତରିକତା ପ୍ରକାଶ ପାଉନାହିଁ।
-ପ୍ରଶାନ୍ତ କୁମାର ଗଡ଼ନାୟକ, ଚାଷୀ

ବିଭାଗ ମଧ୍ୟରେ ସମନ୍ବୟ ଅଭାବ
ବିଦ୍ୟୁତ୍‌ ବିଭାଗ ଏବଂ ଉଠା ଜଳସେଚନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଚାଷୀମାନେ ସମସ୍ୟା ଭୋଗୁଛନ୍ତି। ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଚାଷକାର୍ଯ୍ୟ ଆଗେଇପାରୁନି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ।
-ବଳଭଦ୍ର ସାମଲ, ଅଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri