ମାସ୍କ ପିନ୍ଧି ନ ଥିଲେ ମନ୍ଦିର ମନା

ଅନୁଗୋଳ ଅଫିସ, ୧୪।୪ – ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ଅନୁଗୋଳ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଏହି ଓଡ଼ିଆ ନବବର୍ଷରେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ନେବାକୁ ସକାଳୁ ହିଁ ବିଭିନ୍ନ ଦେବଦେବୀ ମନ୍ଦିରରେ ଭକ୍ତଙ୍କ ଧାଡ଼ି ଲମ୍ବିବ। ତେବେ ଜିଲାରେ କରୋନା ସଂକ୍ରମଣ ଉପରମୁହଁା ଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମନ୍ଦିରରେ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଅମାନିଆ ଲୋକଙ୍କ ନିକଟରୁ ଜରିମାନା ଆଦାୟ କରିବାକୁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଗତବର୍ଷ ଲକ୍‌ଡାଉନ୍‌ କାରଣରୁ ସବୁ ମନ୍ଦିରରେ ତାଲା ପକାଯାଇଥିଲା। ତେଣୁ ମହାବିଷୁବ ସଂକ୍ରାନ୍ତି ସହ ଅନ୍ୟ ପର୍ବପର୍ବାଣୀ କେବଳ ରୀତିନୀତିରେ ରହିଯାଇଥିଲା। ଭକ୍ତମାନେ ମନ୍ଦିର ଯାଇ ଦିଅଁ ଦର୍ଶନ କରିବାର ସୌଭାଗ୍ୟ ପାଇପାରି ନ ଥିଲେ। ହେଲେ ଚଳିତବର୍ଷ କୋଭିଡ୍‌ର ଦ୍ୱିତୀୟ ଲହର ଚାଲିଥିଲେ ମଧ୍ୟ ଅନୁଗୋଳ ଜିଲାରେ କୌଣସି ମନ୍ଦିର ବନ୍ଦ କରାଯାଇ ନାହିଁ। ତେବେ ମନ୍ଦିରଗୁଡ଼ିକରେ ଯେପରି ଭିଡ଼ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ପ୍ରଶାସନ ପକ୍ଷରୁ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମନ୍ଦିରରେ ସାମାଜିକ ଦୂରତ୍ୱ ଓ ମାସ୍କ ଯାଞ୍ଚକୁ କଡ଼ାକଡ଼ି କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି। ସମସ୍ତ ମନ୍ଦିରରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମୁତୟନ କରିବା ସମ୍ଭବ ହୋଇ ନ ଥିବାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା ଯାଞ୍ଚ କରାଯିବ ବୋଲି କୁହାଯାଇଛି। ବିଶେଷକରି ଅନୁଗୋଳର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ମନ୍ଦିର, ଛେଣ୍ଡିପଦାର ତୁକୁଡ଼ା, ପୁରୁଣାଗଡ଼, ଖମାର ବାଣେଶ୍ୱର, ଝିଣ୍ଟିପାଳ ଅଷ୍ଟଶମ୍ଭୁ, ଜରପଡ଼ା ଧବଳେଶ୍ୱର, ବଇଣ୍ଡାର ବଡ଼ହୁଲା, ଗାଁ ବଇଣ୍ଡା, ଅଙ୍ଗପଡ଼ା, ଧଉରାପାଲି, ବୟେଜା, ଆଠମଲ୍ଲିକର ବିନିକେଇ, ଦେଉଳଝରୀ, ତାଳଚେରର ମା’ ହିଙ୍ଗୁଳା, ପାଲଲହଡ଼ାର ଖୁଲୁଡୀ ଗିରିଶ୍ୱେର, କୁଣ୍ଢେଇବୀରା, ବଅଁରପାଳ କାଙ୍ଗୁଲା କାଳୀପିଠ, କୁଲାଡ ହନୁମାନ, ନାଲ୍‌କୋ ତାରିଣୀ ମନ୍ଦିର ଆଦିରେ ଜନସମାଗମ ହେବାର ସମ୍ଭାବନା ରହିଛି। ତେଣୁ ସେଠାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯିବାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ
କରୋନା ପାଇଁ ମନ୍ଦିର ବନ୍ଦ ନିଷ୍ପତ୍ତି ହୋଇନାହିଁ। କେବଳ କଟକଣାକୁ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଘଂନ ହେଲେ ଜରିମାନା ଆଦାୟ କରାଯିବ। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ସମସ୍ତେ ପର୍ବ ପର୍ବାଣି ପାଳନ କଲେ ସଂକ୍ରମଣ ବଢ଼ିବ ନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ସବୁ ନିୟମ ପାଳନ କରାଯିବ
ଶୈଳଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମନ୍ଦିର ସାନିଟାଇଜ ବ୍ୟବସ୍ଥା ହୋଇଛି। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ପ୍ରଶାସନର ସମସ୍ତ ନିୟମ ପାଳନ କରାଯିବ।
-ହେମନ୍ତ ଦାସ, ସମ୍ପାଦକ, ପରିଚାଳନା କମିଟି
ଉଲ୍ଲଂଘନକାରୀଙ୍କୁ ବାରଣ
ବଡ଼ହୁଲା ମନ୍ଦିରରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ମନ୍ଦିର ପରିଚାଳନା କମିଟି ଓ ଯୁବଗୋଷ୍ଠୀ ପ୍ରସ୍ତୁତ ରହିଛନ୍ତି। ମାସ୍କ ପିନ୍ଧି ନ ଥିଲେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।
-ସର୍ବେଶ୍ୱର ମହାପାତ୍ର, ବଡ଼ହୁଲା ମନ୍ଦିର ପୂଜକ
ନ ମାନିଲେ ଆଗକୁ ଅଡ଼ୁଆ
ଗତବର୍ଷ ସଂକ୍ରାନ୍ତିରେ ମନ୍ଦିର ଯାଇପାରି ନ ଥିଲୁ। ଚଳିତବର୍ଷ କିଛି ପର୍ବପର୍ବାଣୀରେ ଭଗବାନଙ୍କ ଦର୍ଶନ ମିଳୁଛି। ତେଣୁ ଲୋକମାନେ କଟକଣା ମାନି ଧାର୍ମିକ ଅନୁଷ୍ଠାନକୁ ଯାଆନ୍ତୁ। ଏହାକୁ ଅଣଦେଖା କଲେ ଆଗକୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ।
-କୁହୁକ ଚନ୍ଦ୍ର ମହାରଣା, ଭକ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri