ନାହିଁ ବିଦ୍ୟୁତ୍‌ ସଂଯୋଗ, ଡିବିରି ଆଲୁଅ ଭରସା: ଅନ୍ଧାରରେ ଚିକିଲି ନଦୀ ଖଣି କଛାରପଡାବାସୀ

କୋକସରା, ୧୫।୧୨ (ଡି.ଏନ.ଏ.)
ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ଲୋକମାନଙ୍କ ନିକଟରେ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି ବି ଏହି ଯୋଜନା ଅନେକ ଗାଁରେ ପହଞ୍ଚତ୍ ପାରିନାହିଁ। କଳାହାଣ୍ଡି ଜିଲା କୋକସରା ବ୍ଲକ ଚିକିଲି ଗାଁର ନଦୀଖଣି କଛାରପଡାର ଲୋକେ ଦୀର୍ଘ ବର୍ଷ ହେବ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ଗାଁରେ ୧୬ ପରିବାରର ୧ ଶହରୁ ଊର୍ଦ୍ଧ୍ୱ ପରିବାର ବାସ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁ ଲୋକେ ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସାରେ ରୁହନ୍ତି। ଏଥି ଯୋଗୁ ଗଁାର ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅନେକ ସମସ୍ୟା ଦେଖା ଦେଉଛି। ଗାଁରେ ଦୀର୍ଘ ୩ ବର୍ଷ ତଳେ ବିପିଏଲ ହିତାଧିକାରୀ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ମିଟର ସହ ଅନ୍ୟାନ୍ୟ ବିଦ୍ୟୁତ୍‌ ଉପକରଣ ପ୍ରଦାନ କରାଯାଇଥିଲା। ହେଲେ ଗାଁରେ ବିଦ୍ୟୁତ ପୋଲ କିମ୍ବା ଟ୍ରାନ୍ସଫର୍ମର ମଧ୍ୟ ଲାଗି ପାରିନାହିଁ। ଫଳରେ ଆଜି ବି ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବାବେଳେ ୩ବର୍ଷ ହେବ ବିଦ୍ୟୁତ୍‌ ମିଟରକୁ ଲୋକେ ଅନାଇ ରହିଛନ୍ତି। ଏ ନେଇ ବିଭିନ୍ନ ସମୟରେ ଗାଁ ଲୋକ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁନାହିଁ। ବିଭିନ୍ନ ସମୟରେ ଠିକାଦାରମାନେ ଆସି ଟଙ୍କା ଦେଲେ ଶୀଘ୍ର ବିଦ୍ୟୁତ ସଂଯୋଗ କରିଦେବା ପାଇଁ କହୁଥିବା ତୁଳାରାମ ବଗର୍ତ୍ତି, ଜଳ ବେମାଲ, ଭିକ ଶବର, ଚକ୍ରଧର ବେମାଲ, ଡମୁ ସୁନାନୀ, ବିନୋଦ ନିଆଲ, ଏକା ବାଗ, ବନୁଆ ନିଆଲ, ନିଲାମ୍ବର ସୁନାନୀ, ବିର ବଗର୍ତ୍ତି, ନରେନ୍ଦ୍ର ବେମାଲଙ୍କ ସମେତ ଗାଁ ଲୋକେ କହିଛନ୍ତି। ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ନେଇ କୁସୁମଖୁଣ୍ଟି ବିଦ୍ୟୁତ୍‌ ସହକାରୀ ଯନ୍ତ୍ରୀ ପ୍ରଦୀପ ଦାସଙ୍କୁ ପଚାରିବାରୁ କିଛି ସ୍ଥାନରେ କାମ ଚାଲୁ ରହିଛି, ଅଳ୍ପ ଦିନ ମଧ୍ୟରେ ସମାଧାନ ହୋଇଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି…

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri