ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ ଭିଲେଜରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁା ଆଉ ଆକର୍ଷଣ କରିପାରୁନାହିଁ। ଏଠାରେ କେବଳ ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋଟକୁ କେନ୍ଦ୍ରକୁ ଛାଡ଼ି ଦେଲେ ଆଉ କିଛି ବିକାଶର ପଦଚିହ୍ନ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷେ ମହାନଦୀ ପାଖରେ ଥାଇ ବି ମୁଦୁଲିଗାଡ଼ିଆରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପୁଣି ମହାନଦୀରେ ବନ୍ୟା ଆସିଲେ ଗଁା ବିଚ୍ଛିନ୍ନ ହୋଇ ପଡ଼େ। ମାଳବନ୍ଧ ଗଁା ପାଇଁ ନିହାତି ଆବଶ୍ୟକତା ଥିବାବେଳେ ଏଥିପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।
ମୁଦୁଲିଗାଡ଼ିଆରେ ୨୫ ପରିବାର ୨୮୯ ଲୋକ ବାସ କରନ୍ତି। ଏଠାକାର ବାସିନ୍ଦାଙ୍କର ଜୀବନଜୀବିକା ଉନ୍ନତ ନୁହେଁ। ମହାନଦୀ ପାଖରେ ଥାଇବି ଜଳସେଚନର ସୁବିଧା ନାହିଁ। ପୁଣି ପାନୀୟଜଳ ସମସ୍ୟା ଲାଗି ରହିଛି। ୧୩ବର୍ଷ ତଳେ ଏଠାରେ ଏକ ବୋର୍‌ ପଏଣ୍ଟ କରାଯାଇଥିଲା। ତେବେ ଠିକାଦାର ବିଲ୍‌ ନେଇ କାମ ଅଧାପନ୍ତରିଆ କରି ଛାଡ଼ି ଚାଲି ଯାଇଛନ୍ତି। ଏହା ପରଠାରୁ ଏଠାରେ ପାନୀୟ ଜଳ ସମସ୍ୟାକୁ ସମାଧାନ କରିବାକୁ କେହି ଅଗ୍ରହ ପ୍ରକାଶ କରୁନାହାନ୍ତି। ଗଁା ଲୋକେ ବର୍ଷତମାମ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ସେହିଭଳି ଗଁାରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ନାହିଁ। ଏଠାର ପିଲାମାନେ ଦେଢ଼ କି.ମି. ଦୂର ବେଠିିଆସାହି ଗଁାକୁ ଯିବାକୁ ପଡୁଛି। ୨୦୧୮ରେ ଏହି ଗଁା ଇକୋ ଭିଲେଜର ମାନ୍ୟତା ପାଇବା ପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ବିକାଶ ହେବ। ହେଲେ ଇକୋ ଭିଲେଜ ଘୋଷଣାର ୫ ବର୍ଷ ବିତିବାକୁ ବସିଥିବାବେଳେ କିଛି ପରିବର୍ତ୍ତନ ଘଟୁନାହିଁ। ଗଁା ଲୋକଙ୍କର ଘରଗୁଡ଼ିକ ରଙ୍ଗଦେବା ଦ୍ୱାରା କେବଳ ସୁନ୍ଦର ଦେଖାଯାଉଥିଲା। ପରିବେଶ ବଦଳିଯାଇଥିଲା। ଲୋକଙ୍କ ମନରେ ଏକତା ଭାବ ଆସିଥିଲା। ହେଲେ ଗଁାର ପରିବେଶକୁ ମେଣ୍ଟେନ ଠିକ୍‌ରେ କରାଯାଉ ନ ଥିବାରୁ ଘରଗୁଡିକରୁ ରଙ୍ଗ ଧୀରେ ଧୀରେ ଛାଡ଼ି ଆସିଲାଣି। ଗଁା ଲୋକଙ୍କର ମନ ମଧ୍ୟ ଭାଙ୍ଗି ପଡ଼ିଲାଣି।
ମଙ୍ଗାନାସିରେ ପର୍ଯ୍ୟଟକଙ୍କ ଭିଡ଼
ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ କେନ୍ଦ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କିନ୍ତୁ ମଙ୍ଗାନାସିଠାରୁ ୧ କି.ମି. ଦୂରରେ ଥିବା ଇକୋ ଭିଲେଜ ମୁଦୁଲିଗାଡ଼ିଆକୁ ପର୍ଯ୍ୟଟକ ମୁହଁ ମୋଡୁଛନ୍ତି। ପୂର୍ବରୁ ୨ ସ୍ଥାନରେ ପର୍ଯ୍ୟଟକ ଆସୁଥିବାବେଳେ ଏବେ କାହିଁକି ଆସୁନାହାନ୍ତି, ଏହାର କାରଣ ପ୍ରଶାସନ ଖୋଜୁନାହିଁ। ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ କେନ୍ଦ୍ର ପରିଚାଳନା କରି ମୁଦୁଲିଗାଡ଼ିଆର ବାସିନ୍ଦା କେବଳ ନିଜର ଲୋକପ୍ରିୟତା ବଢ଼ାଇ ପାରିଛନ୍ତି। ହେଲେ ନିଜ ଗଁା ପାଇଁ କିଛି କରିପାରୁନାହାନ୍ତି।
ଟଙ୍କା ଥାଇ ବିକାଶ ନାହିଁ
ମା’ ସାତଭଉଣୀ ପରିବେଶ ବିକାଶ ସମିତିରେ ଟଙ୍କା ଥାଇ ବି ମୁଦୁଲିଗାଡ଼ିଆ ଇକୋ ଭିଲେଜର ଉନ୍ନୟନ ହୋଇପାରୁନାହିଁ। ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ ସରକାରଙ୍କୁ ବର୍ଷକୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଦେଉଛି। ସେହିପରି ପର୍ଯ୍ୟଟନ କେନ୍ଦ୍ରରେ ଯାହା ପର୍ଯ୍ୟଟକଙ୍କଠାରୁ ଆଦାୟ ହେବ ସେଥିରୁ ୧୦ପ୍ରତିଶତ ମା’ ସାତଭଉଣୀ ପରିବେଶ ବିକାଶ ସମିତିର ପାଣ୍ଠିକୁ ଯାଉଛି। ହେଲେ ଇକୋ ଭିଲେଜର କାହିଁକି ବିକାଶ ହେଉନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହାର ବିକାଶ ପାଇଁ ଅନ୍ତରାୟ କିଏ ସୃଷ୍ଟି କରୁଛି ଜିଲାପାଳ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଉଛି। ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ ପରିଚାଳନା କମିଟିର ସଭ୍ୟ ପ୍ରକାଶ ବେହେରା କୁହନ୍ତି, ମୁଦୁଲିଗାଡ଼ିଆରେ ପାନୀୟ ଜଳ, ଶିକ୍ଷା, ମାଳବନ୍ଧ ପରି ସମସ୍ୟା ଅଛି। ଏଗୁଡ଼ିକର ସମାଧାନ ଦରକାର। ଆମ ଗଁା ପରିବେଶ ବିକାଶ ପାଣ୍ଠିରେ ଟଙ୍କା ଥାଇ ବି ଲୋକଙ୍କର ଜୀବନଜୀବିକାରେ ଉନ୍ନତି ହୋଇପାରୁନାହିଁ। ଏଣୁ ଗଁାର ବିକାଶକୁ ଅଣଦେଖା କରିବା ଅନୁଚିତ। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରେ ମୁଦୁଲିଗାଡ଼ିଆ ଇକୋ ଭିଲେଜର ବିକାଶ ପାଇଁ ମା’ ସାତଭଉଣୀ ପରିବେଶ ବିକାଶ ସମିତି ରିଜୋଲ୍ୟୁଶନ କରି ଡିଏଫ୍‌ଓଙ୍କ ଅନୁମତି ନେଇ ବିକାଶ କରିପାରିବେ। ମା’ ସାତଭଉଣୀ ପରିବେଶ ବିକାଶ ସମିତିରେ କେତେ ଅନୁଦାନ ଅଛି ସେ ନେଇ ପିସିସିଏଫ୍‌ ରିପୋର୍ଟ ମାଗିଥିବାରୁ ନୟାଗଡ଼ ବନଖଣ୍ଡ ପକ୍ଷରୁ ରିପୋର୍ଟ ଦିଆସରିଛି। ପିସିସିଏଫ୍‌ଙ୍କ ଅନୁମତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri