ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ ଭିଲେଜରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁା ଆଉ ଆକର୍ଷଣ କରିପାରୁନାହିଁ। ଏଠାରେ କେବଳ ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋଟକୁ କେନ୍ଦ୍ରକୁ ଛାଡ଼ି ଦେଲେ ଆଉ କିଛି ବିକାଶର ପଦଚିହ୍ନ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷେ ମହାନଦୀ ପାଖରେ ଥାଇ ବି ମୁଦୁଲିଗାଡ଼ିଆରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପୁଣି ମହାନଦୀରେ ବନ୍ୟା ଆସିଲେ ଗଁା ବିଚ୍ଛିନ୍ନ ହୋଇ ପଡ଼େ। ମାଳବନ୍ଧ ଗଁା ପାଇଁ ନିହାତି ଆବଶ୍ୟକତା ଥିବାବେଳେ ଏଥିପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।
ମୁଦୁଲିଗାଡ଼ିଆରେ ୨୫ ପରିବାର ୨୮୯ ଲୋକ ବାସ କରନ୍ତି। ଏଠାକାର ବାସିନ୍ଦାଙ୍କର ଜୀବନଜୀବିକା ଉନ୍ନତ ନୁହେଁ। ମହାନଦୀ ପାଖରେ ଥାଇବି ଜଳସେଚନର ସୁବିଧା ନାହିଁ। ପୁଣି ପାନୀୟଜଳ ସମସ୍ୟା ଲାଗି ରହିଛି। ୧୩ବର୍ଷ ତଳେ ଏଠାରେ ଏକ ବୋର୍‌ ପଏଣ୍ଟ କରାଯାଇଥିଲା। ତେବେ ଠିକାଦାର ବିଲ୍‌ ନେଇ କାମ ଅଧାପନ୍ତରିଆ କରି ଛାଡ଼ି ଚାଲି ଯାଇଛନ୍ତି। ଏହା ପରଠାରୁ ଏଠାରେ ପାନୀୟ ଜଳ ସମସ୍ୟାକୁ ସମାଧାନ କରିବାକୁ କେହି ଅଗ୍ରହ ପ୍ରକାଶ କରୁନାହାନ୍ତି। ଗଁା ଲୋକେ ବର୍ଷତମାମ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ସେହିଭଳି ଗଁାରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ନାହିଁ। ଏଠାର ପିଲାମାନେ ଦେଢ଼ କି.ମି. ଦୂର ବେଠିିଆସାହି ଗଁାକୁ ଯିବାକୁ ପଡୁଛି। ୨୦୧୮ରେ ଏହି ଗଁା ଇକୋ ଭିଲେଜର ମାନ୍ୟତା ପାଇବା ପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ବିକାଶ ହେବ। ହେଲେ ଇକୋ ଭିଲେଜ ଘୋଷଣାର ୫ ବର୍ଷ ବିତିବାକୁ ବସିଥିବାବେଳେ କିଛି ପରିବର୍ତ୍ତନ ଘଟୁନାହିଁ। ଗଁା ଲୋକଙ୍କର ଘରଗୁଡ଼ିକ ରଙ୍ଗଦେବା ଦ୍ୱାରା କେବଳ ସୁନ୍ଦର ଦେଖାଯାଉଥିଲା। ପରିବେଶ ବଦଳିଯାଇଥିଲା। ଲୋକଙ୍କ ମନରେ ଏକତା ଭାବ ଆସିଥିଲା। ହେଲେ ଗଁାର ପରିବେଶକୁ ମେଣ୍ଟେନ ଠିକ୍‌ରେ କରାଯାଉ ନ ଥିବାରୁ ଘରଗୁଡିକରୁ ରଙ୍ଗ ଧୀରେ ଧୀରେ ଛାଡ଼ି ଆସିଲାଣି। ଗଁା ଲୋକଙ୍କର ମନ ମଧ୍ୟ ଭାଙ୍ଗି ପଡ଼ିଲାଣି।
ମଙ୍ଗାନାସିରେ ପର୍ଯ୍ୟଟକଙ୍କ ଭିଡ଼
ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ କେନ୍ଦ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କିନ୍ତୁ ମଙ୍ଗାନାସିଠାରୁ ୧ କି.ମି. ଦୂରରେ ଥିବା ଇକୋ ଭିଲେଜ ମୁଦୁଲିଗାଡ଼ିଆକୁ ପର୍ଯ୍ୟଟକ ମୁହଁ ମୋଡୁଛନ୍ତି। ପୂର୍ବରୁ ୨ ସ୍ଥାନରେ ପର୍ଯ୍ୟଟକ ଆସୁଥିବାବେଳେ ଏବେ କାହିଁକି ଆସୁନାହାନ୍ତି, ଏହାର କାରଣ ପ୍ରଶାସନ ଖୋଜୁନାହିଁ। ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ କେନ୍ଦ୍ର ପରିଚାଳନା କରି ମୁଦୁଲିଗାଡ଼ିଆର ବାସିନ୍ଦା କେବଳ ନିଜର ଲୋକପ୍ରିୟତା ବଢ଼ାଇ ପାରିଛନ୍ତି। ହେଲେ ନିଜ ଗଁା ପାଇଁ କିଛି କରିପାରୁନାହାନ୍ତି।
ଟଙ୍କା ଥାଇ ବିକାଶ ନାହିଁ
ମା’ ସାତଭଉଣୀ ପରିବେଶ ବିକାଶ ସମିତିରେ ଟଙ୍କା ଥାଇ ବି ମୁଦୁଲିଗାଡ଼ିଆ ଇକୋ ଭିଲେଜର ଉନ୍ନୟନ ହୋଇପାରୁନାହିଁ। ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ ସରକାରଙ୍କୁ ବର୍ଷକୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଦେଉଛି। ସେହିପରି ପର୍ଯ୍ୟଟନ କେନ୍ଦ୍ରରେ ଯାହା ପର୍ଯ୍ୟଟକଙ୍କଠାରୁ ଆଦାୟ ହେବ ସେଥିରୁ ୧୦ପ୍ରତିଶତ ମା’ ସାତଭଉଣୀ ପରିବେଶ ବିକାଶ ସମିତିର ପାଣ୍ଠିକୁ ଯାଉଛି। ହେଲେ ଇକୋ ଭିଲେଜର କାହିଁକି ବିକାଶ ହେଉନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହାର ବିକାଶ ପାଇଁ ଅନ୍ତରାୟ କିଏ ସୃଷ୍ଟି କରୁଛି ଜିଲାପାଳ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଉଛି। ସାଉଥ୍‌ ବରମୂଳର ମଙ୍ଗାନାସି ସ୍ୟାଣ୍ଡ ରିସୋର୍ଟ ପରିଚାଳନା କମିଟିର ସଭ୍ୟ ପ୍ରକାଶ ବେହେରା କୁହନ୍ତି, ମୁଦୁଲିଗାଡ଼ିଆରେ ପାନୀୟ ଜଳ, ଶିକ୍ଷା, ମାଳବନ୍ଧ ପରି ସମସ୍ୟା ଅଛି। ଏଗୁଡ଼ିକର ସମାଧାନ ଦରକାର। ଆମ ଗଁା ପରିବେଶ ବିକାଶ ପାଣ୍ଠିରେ ଟଙ୍କା ଥାଇ ବି ଲୋକଙ୍କର ଜୀବନଜୀବିକାରେ ଉନ୍ନତି ହୋଇପାରୁନାହିଁ। ଏଣୁ ଗଁାର ବିକାଶକୁ ଅଣଦେଖା କରିବା ଅନୁଚିତ। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରେ ମୁଦୁଲିଗାଡ଼ିଆ ଇକୋ ଭିଲେଜର ବିକାଶ ପାଇଁ ମା’ ସାତଭଉଣୀ ପରିବେଶ ବିକାଶ ସମିତି ରିଜୋଲ୍ୟୁଶନ କରି ଡିଏଫ୍‌ଓଙ୍କ ଅନୁମତି ନେଇ ବିକାଶ କରିପାରିବେ। ମା’ ସାତଭଉଣୀ ପରିବେଶ ବିକାଶ ସମିତିରେ କେତେ ଅନୁଦାନ ଅଛି ସେ ନେଇ ପିସିସିଏଫ୍‌ ରିପୋର୍ଟ ମାଗିଥିବାରୁ ନୟାଗଡ଼ ବନଖଣ୍ଡ ପକ୍ଷରୁ ରିପୋର୍ଟ ଦିଆସରିଛି। ପିସିସିଏଫ୍‌ଙ୍କ ଅନୁମତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri