ମରାମତି ହେଉନି ଡ୍ରେନ୍‌ , ପଡୁନି ସ୍ଲାବ୍‌

ଜଟଣୀ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ଅନେକ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ମଇଳା ଜମା ହୋଇ କେଉଁଠି ଡ୍ରେନ ପୋତି ହୋଇଗଲାଣି ତ’ ଆଉ କେଉଁଠି ଡ୍ରେନ୍‌ ଥିବା ଜଣାପଡୁନାହିଁ। ପୌର ପ୍ରଶାସନ ପକ୍ଷରୁ କୌଣସି ଡ୍ରେନ ଠିକ୍‌ ଭାବେ ସଫା କରାଯାଉ ନାହିଁ। ପ୍ରତିବର୍ଷ ବିଭିନ୍ନ ବାବଦକୁ ପୌର ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରାଯାଉଛି। ତେବେ ଡ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି ତ ଦୂରର କଥା ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସାହିଗଳିରେ ରହିଥିବା ଡ୍ରେନଗୁଡିକର ସ୍ଲାବ ଥିଲେ ମଧ୍ୟ ପଡି ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ପୌରାଞ୍ଚଳର ହାଟବଜାର, ରାଜାବଜାର, ଗତପତିନଗର, କୁଦିଆରୀ, ବାଛରା, ବାଲିଛକ ସାହି, ରାମଚନ୍ଦ୍ରପୁର ବଜାର ଭଳି ଅନେକ ଓ୍ବାର୍ଡରେ ରହିଥିବା ଛୋଟବଡ଼ ଡ୍ରେନ୍‌ ମୁକୁଳା ହୋଇ ରହିଛି। ରାଜାବଜାର ୪ନଂ. ଓ୍ବାର୍ଡ ସୀତାରାମ କଲୋନୀରେ ଦୀର୍ଘ ବର୍ଷ ଧରି ଡ୍ରେନ୍‌ ସଫା କି ମରାମତି ନ ହେବାରୁ ଆବର୍ଜନା ଜମାହୋଇ ରହିବା ଫଳରେ ସ୍ଥାନୀୟ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବର୍ଷାଦିନେ ଉକ୍ତ ସାହିବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ଏନେଇ ବାରମ୍ବାର ପୌର ପ୍ରଶାସନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ ଗତ ୬ତାରିଖରେ ତରବରିଆ ଭାବେ ସୀତାରାମ କଲୋନୀରେ ଥିବା ଡ୍ରେନ୍‌ରୁ ମାଟି, ଗୋଡି ଓ ମଇଳାକୁ ଜେସିବି ଦ୍ୱାରା ସଫା କରାଯାଇଥିଲା। ତେବେ ଉକ୍ତ ଡ୍ରେନ୍‌ରେ ପଡିଥିବା ସ୍ଲାବଗୁଡିକୁ ଉଠାଇ ଦେବା ଫଳରେ ଡ୍ରେନ ମୁକୁଳା ହୋଇ ପଡିରହିଛି। ପୌର ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଡ୍ରେନର ମରାମତି କିମ୍ବା ସ୍ଲାବ ପକାଯାଇନାହିଁ। ଏଥିଯୋଗୁ ଯାନବାହନ ଘରୁ ବାହାର କରିପାରୁ ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
୪ନଂ.(ରାଜା ବଜାର)ର ପୂର୍ବତନ କାଉନସିଲର ଲକ୍ଷ୍ମୀପ୍ରିୟା ସାହୁ କୁହନ୍ତି, ପୂର୍ବରୁ ଜନସାଧାରଣଙ୍କ ଆବଶ୍ୟକ ମୁତାବକ କାମ କରାଯାଉଥିଲା। ୩ବର୍ଷ ହେବ କାଉନସିଲର କେହି ନ ଥିବାରୁ ସହରର କେଉଁ ସ୍ଥାନରେ କ’ଣ ଅସୁବିଧା ହେଉଛି ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଫଳରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ଏ ସମ୍ପର୍କରେ ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ କହିଛନ୍ତି, ପୌର ପ୍ରଶାସନରେ ଥିବା ଫଣ୍ଡ ମୁତାବକ କାର୍ଯ୍ୟ କରାଯାଉଛି। ଜଟଣୀକୁ ସୁନ୍ଦର ସହରରେ ପରିଣତ କରିବା ଆମର ଲକ୍ଷ। ତେବେ ସୀତାରାମ କଲୋନୀର ସ୍ଥିତି ବୁଝିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri