ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଓମିକ୍ରନ୍‌ର ୨ଟି ଷ୍ଟ୍ରେନ୍‌ ‘ବିଏଫ୍‌ ୭’ ଓ ‘ଏକ୍ସବିବି ୧.୫’ ଚାଇନା, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଓଡ଼ିଶାବାସୀ ଭୟଭୀତ ହେଉଛନ୍ତି। କିନ୍ତୁ ରାଜ୍ୟରେ ଏହାର ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଏ ସମ୍ପର୍କରେ କଟକ ଏସ୍‌ସିବିର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ୬ ହଜାରରୁ ଊଦ୍ଧର୍‌ବ କୋଭିଡ୍‌ ଟେଷ୍ଟ କଲେ ମାତ୍ର ଗୋଟିଏ ଦୁଇଟି ସଂକ୍ରମିତ ବାହାରୁଛନ୍ତି। ଏସ୍‌ସିବି ମେଡିକାଲରେ ୨ ମାସ ହେଲା କୌଣସି କୋଭିଡ୍‌ ରୋଗୀ ନାହାନ୍ତି କି ପଜିଟିଭ୍‌ ଚିହ୍ନଟ ହେଉନାହାନ୍ତି। ଓଡ଼ିଶାରେ କୋଭିଡ୍‌ର ଦୈନିକ ପଜିଟିଭ୍‌ ହାର ୦.୦୧ ପ୍ରତିଶତ ରହିଛି। ସେହିଭଳି ସାପ୍ତାହିକ ୦.୧୨ ପ୍ରତିଶତ ରହୁଛି। ତେଣୁ ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ ବୋଲି କୁହାଯାଇପାରିବ। ସେ କହିଛନ୍ତି, ଆମର କୋଭିଡ୍‌ ପରିଚାଳନା ବହୁତ ଭଲ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ୍‌କୁ ନେଇ ଭୟଭୀତ ହେବାର ନାହିଁ। ପ୍ରତି ୧୦୦ ବର୍ଷରେ କିଛିନା କିଛି ମହାମାରୀ ଆସିଛି। ପ୍ରଥମ ଲହର, ଦ୍ବିତୀୟ, ତୃତୀୟ ଲହର ଆଦି ରହିଛି। କୋଟି କୋଟି ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋଭିଡ୍‌ରେ ଏପର୍ଯ୍ୟନ୍ତ ବିଶ୍ବରେ ମାତ୍ର ୫ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଭାରତର ଲୋକେ କୋଭିଡ୍‌ର ଆଲ୍‌ଫା, ଡେଲ୍‌ଟା ଓ ଓମିକ୍ରନ ଭାରିଆଣ୍ଟକୁ ସାମ୍ନା କରିଛନ୍ତି। ଆମର କୋଭିସିଲ୍ଡ ଓ କୋଭାସ୍କିନ୍‌ ଲୋକଙ୍କୁ ସୁରକ୍ଷା ଦେଇଛି। ଭାରତରେ ୨୨୦ କୋଟି ଡୋଜ୍‌ ଟିକା ଦିଆସରିଛି। ୧୦୦ କୋଟିରୁ ଊଦ୍ଧର୍‌ବ ଲୋକ ପ୍ରଥମ ଓ ପାଖାପାଖି ୯୫ କୋଟି ଲୋକ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ୨୦ କୋଟି ଲୋକ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି। ଓଡ଼ିଶାରେ ୧୦୦ ଭାଗ ଲୋକ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ୪୦ ପ୍ରତିଶତ ବୁଷ୍ଟର ଡୋଜ୍‌ ଟିକା ନେଇଛନ୍ତି। ତେଣୁ ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଇଛି। ଓଡ଼ିଶାରେ ଗୋଷ୍ଠୀ ରୋଗ ପ୍ରତିଷେଧକ ଆସିଯାଇଛି। ତଥାପି ଆମକୁ ସତର୍କ ରହିବାର ଅଛି ବୋଲି ଡା. ପଣ୍ଡା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri