କରୋନା ଆକ୍ରାନ୍ତଙ୍କୁ ଜେଲ ମନା, ରିମାଣ୍ଡ ଅନୁମତି ଆଣି ବନ୍ଦୀକୁ ପଠାଯିବ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୮।(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତତ୍ପର ହୋଇଛି ଜେଲ ବିଭାଗ। ତେଣୁ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ଗାଇଡ୍‌ଲାଇନ। ପ୍ରସ୍ତୁତ ହୋଇଥିବା ଏହି ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷଙ୍କୁ ପଠାିଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହୁଅନ୍ତି, ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସମ୍ପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ ସିସିସି ଓ ଗୁରୁତରଙ୍କୁ କୋଭିଡ କେୟାର ହସ୍ପିଟାଲ ପଠାଯିବ। କୌଣସି କୋଭିଡ୍‌ ଆକ୍ରାନ୍ତଙ୍କୁ ଜେଲ ପରିସରରେ ରଖାଯିବ ନାହିଁ ବୋଲି ଡିଜି ଚିଠିରେ ଉଲ୍ଲେଖ କରିଛନ୍ତି।
ମହାମାରୀ କରୋନାର ଦ୍ୱିତୀୟ ଲହରୀ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଗତ ମଙ୍ଗଳବାର ସ୍ଥିତର ସମୀକ୍ଷା କରି ୧୦ ଦିନିଆ ସ୍ପେଶାଲ ଡ୍ରାଇଭ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ଗତ ୨ ଦିନ ହେଲା ସ୍ପେଶାଲ ଡ୍ରାଇଭ କରୁଛି। କୋଭିଡ ଉଲ୍ଲଂଘନ କରୁଥିବା ଅଭିଯୁକ୍ତଙ୍କୁ ବାନ୍ଧୁଛି। ଗିରଫ ହେଉଥିବା ଅଭିଯୁକ୍ତଙ୍କୁ ଯଦି କରୋନା ହୋଇଥିବ ତେବେ ସେମାନଙ୍କୁ ଜେଲ ପଠାଯିବ ନାହିଁ। କୋର୍ଟଙ୍କ ରିମାଣ୍ଡ ଅନୁମତିରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ଗାଇଡ୍ଲାଇନ୍‌ ଉଲ୍ଲେଖ ରହିଛି।